Home କୋରାପୁଟ ଜୁଆ ଆଡ୍ଡା ଉପରେ ଚଢଉ,୨୬ଜୁଆଡି ଗିରଫ

ଜୁଆ ଆଡ୍ଡା ଉପରେ ଚଢଉ,୨୬ଜୁଆଡି ଗିରଫ

77

କୋରାପୁଟ ୧୪-୧୦ (ଓଡିଆ ପୁଅ/ରଂଜନ କୁମାର ଦାସ)ସେମିଲିଗୁଡା , କୋରାପୁଟ ଟାଉନ ଓ କୋରାପୁଟ ସଦର ପୁଲିସ ରବିବାର ରାତିରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢଉ କରି ୨୬ଜଣ ଜୁଆଡିଙ୍କୁ ଗିରଫ କରିବା ସହ ବାଇକ ,ନଗଦ ଟଙ୍କା ଓ  ମୋବାଇଲଫୋନ ଜବତ କରିଛି । ସେମିଲିଗୁଡା ପୁଲିସକୌଣସି ସୂତ୍ରରୁ ଖବର ପାଇ ସହରରେ ଚାଲିଥିବା  ଦୁଇଟି ଜୁଆ ଆଡ୍ଡାରେ ଚଢଉ କରି ଥିଲା । ଉଭୟ ସ୍ଥାନରୁ ପୁଲିସ ୨୧ଜଣ ଜୁଆଡିଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ନଗଦ ୪୨୮୪୫ଟଙ୍କା,୬ଟି ମୋଟର ସାଇକଲ୍‌,୨୫ଟି ମୋବାଇଲ ଫୋନ ଓ ୧୧ ସେଟ ତାସ ଜବତ କରିଛି । କୋରାପୁଟ ଟାଉନ ଓ ସଦର ପୋଲିସ ମିଳିତବାବେ ସୁନାପୁରରେ ଚଢାଉ କରି ୫୬୫୦୦ ଟଙ୍କା ଜବତ କରିବା ସହ ୫ ଜଣ ଜୁଆଡିଙ୍କୁ ଗିରଫ କରିଥିଲେ ବୋଲି କୋରାପୁଟ ଟାଉନ ପୋଲିସ ଭାରପ୍ରାପ୍ତ ନିରୀକ୍ଷକ ପିତବାସ ଧାରୁଆ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.