Home କେନ୍ଦୁଝର ହାଟଡିହି ବ୍ଲକରେ ଦୁଇ ଦିନରେ ୩୭ ଆକ୍ରାନ୍ତ ଚିହ୍ନଟ

ହାଟଡିହି ବ୍ଲକରେ ଦୁଇ ଦିନରେ ୩୭ ଆକ୍ରାନ୍ତ ଚିହ୍ନଟ

64

ହାଟଡିହି- ୧୩ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦୁଇଦିନ ଭିତରେ ବିଭିନ୍ନ ଗ୍ରାମରେ ୩୭ଜଣ ଆକ୍ରାନ୍ତ ଚିହ୍ନଟ ହେବା କରୋନା ସଂକ୍ରମଣ ବୃଦ୍ଧିର ପ୍ରମାଣ କରୁଛି । ଏଠାରେ ଥିବା ଛକ ବଜାର ମାନଙ୍କରେ ଜନଗହଳି ଲାଗି ରହୁଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖା ଦେଲାଣି । ପ୍ରଶାସନ ପକ୍ଷରୁ ସେଭଳି କିଛି ଦୃଢ଼ ପଦକ୍ଷେପ ନିଆଯାଉ ନଥିବାରୁ ସଂକ୍ରମଣ ରୋକିବା ସମ୍ଭବପର ନୁହଁ ବୋଲି କୁହାଯାଉଛି । ଗତ ୧୧ତାରିଖରେ ୧୮ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୨ତାରିଖରେ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୮୧ରେ ପହଞ୍ଚିଛି । ଦୁଇଦିନ ଭିତରେ ବଞ୍ଚୋ ପଞ୍ଚାୟତରେ ୯ଜଣ, ଓରାଳି ପଞ୍ଚାୟତରେ ଜଣେ, ବଡରମ୍ପାସ ପଞ୍ଚାୟତରେ ୨ଜଣ, ଶାସଙ୍ଗ ପଞ୍ଚାୟତରେ ୩ଜଣ, ସମଣା ପଞ୍ଚାୟତରେ ଜଣେ, ହାବଳେଶ୍ୱର ପଞ୍ଚାୟତରେ ୩ଜଣ, ଷଡଙ୍ଗ ପଞ୍ଚାୟତରେ ଜଣେ,ପଞ୍ଚୁଗୋଛିଆ ପଞ୍ଚାୟତରେ ୩ଜଣ ଓ ପନ୍ଦାଡୋ ପଞ୍ଚାୟତରେ ୨ଜଣ, କଳିଗାଁ ପଞ୍ଚାୟତରେ ୨ଜଣ, ହାଟଡିହି ପଞ୍ଚାୟତରେ ୨ଜଣ, ମରୈଗାଁ ପଞ୍ଚାୟତରେ ଜଣେ, ଅଁରା ପଞ୍ଚାୟତରେ ୩ଜଣ, ଶାଳଣିଆଁ ପଞ୍ଚାୟତରେ ୨ଜଣ, ଗେଡମା ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଛନ୍ତି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.