Home କେନ୍ଦୁଝର ଔଷଧ ଦୋକାନୀ ମାନଙ୍କୁ କରୋନା ଯୋଦ୍ଧା ଘେଷଣା ଦାବି

ଔଷଧ ଦୋକାନୀ ମାନଙ୍କୁ କରୋନା ଯୋଦ୍ଧା ଘେଷଣା ଦାବି

63

ହାଟଡିହି- ୧୩ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟରେ କରୋନା ରୋଗୀ ମାନଙ୍କୁ ନିରନ୍ତର ସେବା ଯୋଗାଇ ଆସୁଥିବା ଔଷଧ ଦୋକାନୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହିତ କରୋନା ଆକ୍ରାନ୍ତ ରୋଗୀ ଓ ସେମାନଙ୍କ ପରିବାରକୁ ଯଥାବିଧି ସହାୟତା ଯୋଗାଇ ଦେବାକୁ କେନ୍ଦୁଝର ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ଦାବି କରିଛି । ସଂଘ ତରଫରୁ କୁହାଯାଇଛି କି ଔଷଧ ଦୋକାନୀ ମାନେ ପ୍ରତିଦିନ ସିଧା ସଳଖ କରୋନା ରୋଗୀଙ୍କ ସଂଷ୍ପର୍ଷରେ ଆସୁଛନ୍ତି । ଏଥିପାଇଁ ଜିଲ୍ଲାର ଅନେକ ଔଷଧ ଦୋକାନୀ କରୋନା ସଂକ୍ରମିତ ହେବାସହ ଅନେକ ଆଖି ବୁଜିଲେଣି । ରାଜ୍ୟରେ ୨୭ହଜାରରୁ ଉର୍ଦ୍ଧ ଔଷଧ ବ୍ୟବସାୟୀ ରହିଥିବାବେଳେ ଦ୍ୱିତୀୟ ଲହର ଅନେକ ଔଷଧ ଦୋକାନୀଙ୍କୁ ମଧ୍ୟ ଆକ୍ରାନ୍ତ କରିବା ସହ ଅନେକଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇଛି । ରାଜ୍ୟ ସରକାର ଅନ୍ୟମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିବାବେଳେ ଔଷଧ ଦୋକାନୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ନକରିବା ପରିତାପର ବିଷୟ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ରାଜ୍ୟ ସରକାର ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଔଷଧ ଦୋକାନୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘେଷଣା କରିବାକୁ କେନ୍ଦୁଝର ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ସଭାପତି ରମାକାନ୍ତ ବଳ, ସମ୍ପାଦକ ଅରୁଣ କୁମାର ଦାଶ, ଜିଲ୍ଲା ସାଂଗଠନିକ ସମ୍ପାଦକ ଦେବେନ୍ଦ୍ର କୁମାର ଜେନା, ପୁର୍ବତନ ଜିଲ୍ଲା ସଭାପତି ବରଦା ପ୍ରସନ୍ନ ଦାସ, ପୁର୍ବତନ ଜିଲ୍ଲା ସମ୍ପାଦକ ଉମାକାନ୍ତ ସ୍ୱାଇଁ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.