Home ଓଡ଼ିଶା ମାଲାକନଗିରି ରେ ଡଃ ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ ପାଳିତ

ମାଲାକନଗିରି ରେ ଡଃ ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ ପାଳିତ

41

ମାଲକାନଗିରି,୬ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଡଃ ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାସଦର ମହକୁମା ଠାରେ ଥିବା ଆନ୍ତଃରାଜ୍ୟ ବସ ଷ୍ଟାଣ୍ଡ ନିକଟରେ ଜିଲ୍ଲା ଅନୁସୂଚୀତଜାତି,ଉପଜାତିକର୍ମଚାରୀ ସଂଘ,ଜିଲ୍ଲାଆଦିବାସୀ ସମାଜ ମହାସଂଘ ପକ୍ଷରୁ ନବଭାରତର ସଂବିଧାନ ପ୍ରଣେତା ବୌଧସତ୍ୱ ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଆଜି ସକାଳେ ପାଳିତ ହୋଇଛି । ଏହି ଅସରରେ ମୁଖ୍ୟଅତିଥି ଭାବେ ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଜିଲ୍ଲାମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଆଦିବାସୀ ନେତା ଘେନୁ ମୁଦୁଲି, ଘନଶ୍ୟାମ ମାଡକାମି,ପୁବ ର୍ତନ ଉପଜିଲ୍ଲାପାଳ ରଥିକୃଷ୍ଣପାତ୍ର,ରବିନ୍ଦ୍ର ମାଢୀ,କେ.ଦେଶୁରାଜୁ ଆଚାରୀ, ଆନନ୍ଦ ମାଢୀ,ହରିବନ୍ଧୁ ଗୋଲରୀ,ଲ କ୍ଷମଣ ଘରାମୀ, ସୋନୁ ଅନୁଗୁ ପ୍ରମୁଖ ଯୋଗଦେଇ ଡଃ ଆମ୍ବେଦକର ଙ୍କ ବିରାଟକାୟ ପ୍ରତିମୂର୍ତୀରେ ମାଲ୍ୟର୍ପଣ କରି ଡଃ ଆମ୍ବେଦକର ଙ୍କ ବହୁମୁଖିପ୍ରତିଭା ସଂପର୍କରେ କହିଥିଲେ । ଏହି ଅବସରରେ ସଂଘର ସମସ୍ଥ କର୍ମକର୍ତା, ବିଦ୍ଧିଜିବି, ସାମ୍ବାଦିକ,ଯୋଗଦେଇ ଡଃ ଆମ୍ବେଦକର ଙ୍କ ପ୍ରିତି ମୂର୍ତିରେ ମାଲ୍ୟାର୍ପଣ କରି ସ୍ମୁତି ଚାରଣ କରିଥିଲେ । ଅପରାହ୍ନରେ ମାଲ୍ୟବନ୍ତ ଛାତ୍ରବାସ ଠାରେ ଡଃ ଆମ୍ବେଦକରଙ୍କ ସ୍ମୁତିଉଦେଶ୍ୟରେ ଏକ ସାଧାରଣ ସଭାର ଆୟୋଜନକରାଯାଇ ଡଃ ଆମ୍ବେଦକରଙ୍କ ବହୁମୁଖିପ୍ରତିଭା ସଂପର୍କରେ ଆଲୋଚନା କରି ତାଙ୍କ ସ୍ମୁତି ଚାରଣକରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.