Home ଜିଲ୍ଲା ପରିକ୍ରମା ସରକାରୀ ଆଳୁ ବିହନ ଏବେ ବେସରକାରୀ ଦୋକାନରେ

ସରକାରୀ ଆଳୁ ବିହନ ଏବେ ବେସରକାରୀ ଦୋକାନରେ

57

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ /ସିଗ୍ଧା ରାୟ) – ସରକାର ଚାଷୀ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବାବେଳେ ସେମାନଙ୍କୁ ରିହାତି ମୂଲ୍ୟରେ ବିଭିନ୍ନ ସାର, ବିହନ ଓ ଆନୁସଂଗିକ କୃଷି ସାମଗ୍ରୀ ଯୋଗାଇ ଦେଉଥିବାବେଳେ ଅଧିକାଂଶ ସମୟରେ ତାହା ବଡ଼ ବଡ଼ିଆ ବାବୁ ମାନେ କେତେକ କୁଜିନେତାଙ୍କୁ ଧରି ଏହି ସାମଗ୍ରୀକୁ ବାଟମାରଣା କରୁଛନ୍ତି । ଏପରି ଏକ ଘଟଣା ଘଟିଛି ଧାମନଗର କୃଷି ଉଦ୍ୟାନ ବିଭାଗରେ । ପ୍ରକାଶ ଥାଉକି ଧାମନଗର କୃଷି ଉଦ୍ୟାନ ବିଭାଗ ପକ୍ଷରୁ ବ୍ଲକର ଚାଷୀ ମାନଙ୍କୁ ଆଳୁ ଚାଷ କରିବା ପାଇଁ ରିହାତି ମୂଲ୍ୟରେ ଆଳୁ ବିହନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ବ୍ଲକକୁ ପ୍ରାୟ ୨୨୫କ୍ୟୁଣ୍ଟାଲ ଆଳୁ ବିହନ ଯୋଗାଇବାର ଧାର୍ଯ୍ୟ ଲକ୍ଷ ଥିବାବେଳେ ନିକଟରେ ୯୫ କ୍ୟୁଣ୍ଟାଲ ଆଳୁ ବିହନ ପ୍ରଥମ ପର୍ଯ୍ୟାୟରେ ଆସିଛି । ହେଲେ ସେଥିମଧ୍ୟରୁ କେତେକ ଚାଷୀ ଏହି ଆଳୁ ବିହନକୁ ପ୍ରକୃତ ପକ୍ଷେ ଚାଷ କାର୍ଯ୍ୟରେ ନଲଗାଇ ବଜାରରେ ବେସରକାରୀ ଦୋକାନରେ ବିକିଦେଇଥିବାର ଦେଖିବାକୁ ମିଳିଛି । ଏନେଇ ମଧ୍ୟ ଆଜି କେତେକ ଚାଷୀ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ । ଏନେଇ ଅଧିକାରୀ କୁହନ୍ତି ଚାଷୀ ମାନେ ସେମାନଙ୍କର ଉପଯୁକ୍ତ କାଗଜପତ୍ର ଓ ଆଳୁ କ୍ୟୁଣ୍ଟାଲ ପିଛା ୮୨୫ଟଙ୍କା ଦାଖଲ କରି ଆଳୁ ବିହନ ନେଉଛନ୍ତି । ହେଲେ ସେମାନେ ବାଟରେ କେଉଁଠି ବିକ୍ରି କରିବେ ସେ ନେଇ ଆମ୍ଭେ କ’ଣ କରିପାରିବୁ ବୋଲି ମତ ରଖିଥିଲେ । ତେବେ ଏନେଇ ଚାଷୀଙ୍କୁ ସିଧଶଳଖ ନିଜ ପଂଚାୟତ ମାଧ୍ୟମରେ ଏହି ଆଳୁ ବିହନ ଯୋଗାଇ ଦେଲେ ବାଟମାରଣା ହେବ ନାହିଁ ବୋଲି ବହୁ ଚାଷୀ ସେମାନଙ୍କର ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.