Home ଜିଲ୍ଲା ପରିକ୍ରମା ସମ୍ବିଧାନର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ଉତ୍ତର ଦାୟିତ୍ୱ

ସମ୍ବିଧାନର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ଉତ୍ତର ଦାୟିତ୍ୱ

56

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରୋଗ୍ରେସିଭ୍ ଲୟର୍ସର୍ ଫୋରମ, ଭଦ୍ରକ ଓ ଭଦ୍ରକ ବାର୍ ଆସୋସିଏସନର ମିଳିତ ଆବାହନରେ ଭଦ୍ରକ ଓକିଲ ସଂଘ ସଭାଗୃହରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଭାରତୀୟ ସମ୍ବିଧାନର ଇତିହାସ ସମୀକ୍ଷା ସହିତ ବର୍ତ୍ତମାନ ସମ୍ବିଧାନ କେଉଁଭଳି ବିଦପଗ୍ରସ୍ତ ସୂଚନା ପ୍ରଦାନ କରିଥିଲେ । ମହାତ୍ମା ଗାନ୍ଧି ଓ ଅନ୍ୟାନ୍ୟ ଦେଶପ୍ରେମୀମାନଙ୍କ ବଳିଦାନର ଭାରତ ବ୍ୟାପାରୀମାନଙ୍କ କବଳରୁ ମୁକ୍ତ ହୋଇଥିଲା, କିନ୍ତୁ ବର୍ତ୍ତକାନର ସରକାର ଜାତୀୟ ସମ୍ପତ୍ତିକୁ ଟେକି ଦେଉଛନ୍ତି । ଏହା ପରିତାପର ବିଷୟ । ସମ୍ବିଧାନର ବିଧି ବ୍ୟବସ୍ଥା ଅନୁସାରେ ଜାତୀୟ ସମ୍ପତ୍ତିକୁ ରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ସରକାର ଯେଉଁଭଳି ଭାବରେ ଜାତୀୟ ସଂପତ୍ତିକୁ ଟେକି ଦେଉଛନ୍ତି ଏହା ସମ୍ବିଧାନ ବିରୋଧୀ । ବର୍ତ୍ତମାନ ସମ୍ବିଧାନର ବିଧି ବ୍ୟବସ୍ଥାକୁ ଯେଉଁଭଳି ଭାବେ ବିକୃତ ଓ କୁବିନିଯୋଗ କରିହେବ ତାହାର ନିରନ୍ତର ପ୍ରୟାସ ଚାଲିଛି । ଏପରି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ପ୍ରତ୍ୟେକ ନାଗରିକ ସମ୍ବିଧାନ ସାମ୍ବିଧାନିକ ଅଧିକାର ଓ ସମ୍ବିଧାନର ବିଧି ବ୍ୟବସ୍ଥାକୁ ବୁଝିବା ସଂଗେ ସଂଗେ ସୁରକ୍ଷା ପାଇଁ ଚେଷ୍ଟା କରିବାର ସମୟ ଆସିଛି । ଉକ୍ତ ସଭାରେ ଭଦ୍ରକ ଓକିଲ ସଂଘର ସଭାପତି ଦିଲିପ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ପ୍ରୋଗ୍ରେସିଭ ଲୟର୍ସ ଫୋରମ୍‌ର ସମ୍ପାଦକ ତୁଷାରକାନ୍ତ ମହାନ୍ତି ସମ୍ବିଧାନ ପ୍ରସ୍ତୁତିର ଇତିହାସ, ଆଇନ ଦିବସ ଓ ସମ୍ବିଧାନ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ତାଙ୍କ ସ୍ୱଗତ ଭାଷଣ ପ୍ରସଙ୍ଗରେ ଉପସ୍ଥାପନ କରିଥିଳେ । ବରିଷ୍ଠ ଅଧିବକ୍ତା ନିରାକାର ଜେନା, ରବିନ୍ଦ୍ର ନାଥ ରାଏ, ଦିବ୍ୟସିଂହ ନାୟକ, ପବନ ଶର୍ମା, ଗିରିଧାରୀ ନାଥ ପ୍ରମୁଖ ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଓକିଲ ସଂଘର ସମ୍ପାଦକ ଜିତେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାର ଆୟୋଜନ ଫୋରମ୍‌ର ସଭାପତି ତଥା ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.