Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ଅବକାରୀ ଦଳ ପକ୍ଷରୁ ମଦ ଜବତ

କେନ୍ଦ୍ରୀୟ ଅବକାରୀ ଦଳ ପକ୍ଷରୁ ମଦ ଜବତ

54

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ ଅଞ୍ଚଳରେ କେନ୍ଦ୍ରୀୟ ଅବକାରୀ ବିଭାଗ ସ୍ୱତନ୍ତ୍ର ସ୍କ୍ୱାଡ ପକ୍ଷରୁ ଶହେ ଲିଟର ମହୁଲି ମଦ ଜବତ କରାଯାଇଛି । ଅବକାରୀ ଅଧିକାରୀ ପ୍ରବୀର କୁମାର ସାମଲ, ଇନିସପେକ୍ଟର ସତ୍ୟଜିତ ଖଟୁଆ, ସବଇନିସପେକ୍ଟର ପିତାମ୍ବର ମହାପାତ୍ର, ପୂର୍ଣ୍ଣଜିତ ମହାପାତ୍ର, ବସନ୍ତ କୁମାର ମଲ୍ଲିକ ମଦ ଜବତ କରିଥିଲେ । ଏହି ଘଟଣାରେ ଗୋଟିଏ ବାଇକ ମଧ୍ୟ ଜବତ କରାଯାଇଛି । କେଉଁଝର ଜିଲ୍ଲା ହାଟଡିହି ଥାନା ଅଞ୍ଚଳର ଅନିଲ ଯାଦବ(୩୪), ଭଣ୍ଡାରିପୋଖରୀ ଥାନା ରଣଜିତ ପଞ୍ଚାୟତ ମଞ୍ଜୁରୀ ଗ୍ରାମର ବିନୋଦ ମଲ୍ଲିକ(୩୦) ଓ ମହେଶ୍ୱର ମଲ୍ଲିକ(୩୬)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି କେନ୍ଦାଞ୍ଚଳ ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.