Home ଜିଲ୍ଲା ପରିକ୍ରମା ଶିଶୁଯତ୍ନ ଅନୁଷ୍ଠାନର ୬ ଅନ୍ତେବାସୀଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କଲେ

ଶିଶୁଯତ୍ନ ଅନୁଷ୍ଠାନର ୬ ଅନ୍ତେବାସୀଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କଲେ

16

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ତାଲିମପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ଆଜି ଜିଲାପାଳ ସାଳନ୍ଦୀ ସଭାଗୃହରେ ସମ୍ବର୍ଦ୍ଧିତ କରିଛନ୍ତି । ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ତାଲିମପ୍ରାପ୍ତ ହୋଇ କର୍ମନିଯୁକ୍ତି ପାଇଥିବା ଭଦ୍ରକ ଜିଲା ଶିଶୁ ଯତ୍ନ ଅନୁଷ୍ଠାନର ୬ ଜଣ ଶିଶୁଙ୍କୁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ସାଳନ୍ଦୀ ସଭାଗୃହରେ ଅନୁଷ୍ଠିତ ସଭାରେ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ଅନ୍ୟତମ ଅତିଥି ଭାବେ ଜିଲା ନିୟୋଜନ ଅଧିକାରିଣୀ ଅନିତା ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ସ୍ୱାଗତ ବାର୍ତ୍ତା ପ୍ରଦାନ କରିଥିଲେ । ଭଦ୍ରକ ଜିଲାର ୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଗାନ୍ଧି ବାଳାଶ୍ରମ, ଉତ୍କଳ ଦରିଦ୍ର ନାରାୟଣ ସେବା ମନ୍ଦିର ଓ ଯୋଗୀଋଷି ଲଛମନ ଦାସ ଶିଶୁ ଆଶ୍ରମର ମୋଟ ୬ ଜଣ ଅନ୍ତେବାସୀ ରାମ ହାଁସଦା, ଲକ୍ଷ୍ମୀଧର ସାମଡ, ଉଗ୍ରସେନ ସାୟ, ଦୀପକ କୁମାର ସାମଲ, ବିକ୍ରମ ମୁଣ୍ଡା ଓ ଆନନ୍ଦ ଦଳାଇ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପରବର୍ତ୍ତୀ ସେବା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏମାନେ ଜିଲା ନିୟୋଜନ କାର୍ଯ୍ୟାଳୟ ସହାୟତାରେ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ଓ କେଶ ବିନ୍ୟାସର ତାଲିମ ନେଇଥିଲେ । ତାଲିମରେ କୃତକାର୍ଯ୍ୟ ହେବା ପରେ ଏହି ଛାତ୍ରମାନେ କ୍ୟାମ୍ପସ ଦ୍ୱାରା ମେଘାବୀ କୋଏଲ ନେସ୍ପ ସ୍ପା ହାଇଦ୍ରାବାଦ ଓ ଭୁବନେଶ୍ୱରର ଏକ କଂପାନୀ ଦ୍ୱାରା ନିଯୁକ୍ତି ପ୍ରାପ୍ତ ହୋଇ ଜିଲାର ଏକ ଉଦାହରଣ ସୃଷ୍ଟି କରିପାରିଛି । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଶିଶୁ ଯତ୍ନ ଅନୁଷ୍ଠାନରୁ ଅଧିକ ସଂଖ୍ୟକ ପିଲା ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରାପ୍ତ କରି ନିଯୁକ୍ତି ପ୍ରାପ୍ତ କରିବା ପାଇଁ ଉପଯୋଗୀ ହୋଇପାରିବେ ବୋଲି କହିଥିଲେ । ଅନୁଷ୍ଠିତ ସଭାରେ ଶିଶୁ ଯତ୍ନ ଅନୁଷ୍ଠାନର ସଂପାଦକ ଓ ଅଧୀକ୍ଷକମାନେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଜିଲାପାଳ ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନଙ୍କର ଏଭଳି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଜିଲା ନିୟୋଜନ ସଂସ୍ଥା ଓ ଜିଲା ଶିଶୁ ମଙ୍ଗଳ ସମିତିକୁ ପ୍ରଶଂସା କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନକୁ ଅଧିକରୁ ଅଧିକ ସଂଖ୍ୟକ ଶିଶୁ ଧନ୍ଦାମୂଳକ ଶିକ୍ଷା ଦ୍ୱାରା ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଭଳି କାର୍ଯ୍ୟକ୍ରମରେ ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଜିଲାପାଳ ଶ୍ରୀ ବୋନ୍ଦର ସୂଚନା ଦେଇଥିଲେ । ନିଯୁକ୍ତି ପାଇଥିବା ଶିଶୁମାନେ ନିଜକୁ ଅଭିଜ୍ଞ ପ୍ରାପ୍ତ କରି ଆହୁରି ଉପରକୁ ଯାଇପାରିବେ ବୋଲି ସେ କହିଥିଲେ । ଏହାବ୍ୟତୀତ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଷ୍ଠିତ ସଭାରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଭାରପ୍ରାପ୍ତ ଆଇନ୍ ପ୍ରବୀକ୍ଷଣ ଅଧିକାରୀ ସୁବ୍ରତ କୁମାର ଦାସ ନିଜର ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.