Home ଜିଲ୍ଲା ପରିକ୍ରମା ଶ୍ରୀ:ଲ: ପ୍ରଭୁପାଦଙ୍କ ୧୨୮ତମ ଜନ୍ମବାର୍ଷିକୀ ଉଦ୍‌ଯାପିତ

ଶ୍ରୀ:ଲ: ପ୍ରଭୁପାଦଙ୍କ ୧୨୮ତମ ଜନ୍ମବାର୍ଷିକୀ ଉଦ୍‌ଯାପିତ

20

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ଶ୍ରୀ:ଲ: ପ୍ରଭୁପାଦଙ୍କ ୧୨୮ତମ ଜନ୍ମବାର୍ଷିକୀ ଉଦ୍‌ଯାପିତ ହୋଇଯାଇଛି । ଏହି ଜନ୍ମବାର୍ଷିକୀ ଗତ ୬ ତାରିଖ ଜନ୍ମାଷ୍ଟମୀରୁ ଆରମ୍ଭ ହୋଇ ଯଥା ରୀତିନୀତି ଅନୁଯାୟୀ ପାଳିତ ହୋଇଆସୁଥିବାବେଳେ ଆଜି ଉଦ୍‌ଯାପିତ ହୋଇଛି । ମନ୍ଦିର ପରିଚାଳନା କମିଟିର ସକ୍ରୀୟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଗୌରଦାଶ ବ୍ରହ୍ମଚାରୀ, ତେଜସ୍ୱୀ ଗୌରଦାଶ, ନାମାଚାର୍ଯ୍ୟ ଦାଶ ବ୍ରହ୍ମଚାରୀ, ହେମନ୍ତ ନାୟକ, ବିଜୟ ରାଉତ, ଉମାକାନ୍ତ ପଲାଇ, ଉଜ୍ଜ୍ୱଳ ସାହୁ ପ୍ରମୁଖଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗତ ୬ ତାରିଖରେ ଦର୍ଶନ ଆରତୀ, ସର୍ବସାଧାରଣ ଅଭିଷେକ, ସ୍କୁଲ ପିଲାମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ, ଆଦିବାସୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ରକମ ହୋଇଥିବାବେଳେ ୭ ତାରିଖରେ ଏସବି କ୍ଲାସ, ଦର୍ଶନ ଆରତୀ, କୀର୍ତ୍ତନ, ରାଜଭୋଗ ଆରତୀ, ଶ୍ରୀକୃଷ୍ଣଙ୍କ ଲୀଳା କଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ମହା ଅଭିଷେକ ଓ ପ୍ରସାଦ ସେବନ ହୋଇଥିଲା । ୮ ତାରିଖରେ ଦର୍ଶନ ଆରତୀ, କୀର୍ତ୍ତନ, ଅଭିଷେକ, ମହା ଆରତୀ ହେବା ସହ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ଏହି ଅବସରରେ ଶ୍ରୀକୃଷ୍ଣଙ୍କ ଲୀଲା ଉପରେ ଆଧାରିତ ବିଭିନ୍ନ ପୌରାଣିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଶତାଧିକ ଶ୍ରୀକୃଷ୍ଣ ପ୍ରେମୀ ସାମିଲ ହୋଇ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.