Home ଆନ୍ତର୍ଜାତୀୟ ଲଭ୍ ହଟ୍: ସେକ୍ସ୍ କୁଡ଼ିଆ; ଜାଣନ୍ତୁ କଣ ହୁଏ ଏଠାରେ ..

ଲଭ୍ ହଟ୍: ସେକ୍ସ୍ କୁଡ଼ିଆ; ଜାଣନ୍ତୁ କଣ ହୁଏ ଏଠାରେ ..

12117

ଭୁବନେଶ୍ୱର: ଆମ ଦେଶର ସଂସ୍କୃତି ଏବଂ ସମାଜ ସେକ୍ସ୍ ପରି ବିଷୟ ଉପରେ ଖୋଲାଖୋଲି ଭାବରେ ଆଲୋଚନା କରିବାକୁ ଅନୁମତି ଦିଏ ନାହିଁ। ଏହା ଉପରେ ଖୋଲାଖୋଲି ଭାବେ କଥା ହେବାକୁ ବ୍ୟକ୍ତି ଲଜ୍ଜା ଅନୁଭବ କରେ। ଆମେ ପିଲାମାନଙ୍କୁ ଏହି ଜିନିଷରୁ ଯେତେ ଅଧିକ ଦୂରେଇ ରଖିଥାଏ, ପିଲାମାନେ ସେତେ ଅଧିକ ସଂସ୍କୃତି ସମ୍ପର୍ଣ୍ଣ ହୋଇ ଭଲ ମୂଲ୍ୟବୋଧ ଶିଖନ୍ତି। କେବଳ ଭାରତ ନୁହେଁ, ଅନେକ ଦେଶରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ବିଚାର କରାଯାଏ ନାହିଁ। କିନ୍ତୁ, ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ବାପା ଝିଅକୁ କୁହନ୍ତି ଯେ ସେ ଯାଇ ପୁଅମାନଙ୍କୁ ଭେଟୁ ଏବଂ ଯାହାକୁ ସବୁ ଭଲ ଅନୁଭବ କରନ୍ତି, ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତୁ। କାମ୍ବୋଡ଼ିଆର ଆଦିବାସୀ ସମ୍ପ୍ରଦାୟରେ ଏହା ଏକ ଅଭ୍ୟାସ ଯେଉଁଠାରେ ଲୋକମାନେ ଏହାକୁ ଅନୁସରଣ କରନ୍ତି |

ରୀତିନୀତି ଅନୁଯାୟୀ, ଝିଅ ମାସିକ ରୄତୁସ୍ରାବ ଆରମ୍ଭ କରିବା ମାତ୍ରେ ସେ ପ୍ରାପ୍ତ ବୟସ୍କା ହୋଇଗଲା ବୋଲି ବିବେଚନା କରାଯାଏ। ତା’ପରେ ବାପା ନିଜ ଝିଅ ପାଇଁ ‘ଲଭ୍ ହଟ୍’ ନାମକ ଏକ କୁଡ଼ିଆ ପ୍ରସ୍ତୁତ କରନ୍ତି। ଯେଉଁଠାରେ ତାଙ୍କ ଝିଅ ଆଦିବାସୀ ସମ୍ପ୍ରଦାୟର ପୁଅମାନଙ୍କୁ ଭେଟନ୍ତୁ ଏବଂ ଆବଶ୍ୟକ ସମୟରେ ସେମାନଙ୍କ ସହିତ ସେକ୍ସ୍ ସମ୍ପର୍କ ଗଠନ କରନ୍ତୁ। ସେମାନଙ୍କ ମଧ୍ୟରୁ ଯାହାକୁ ପସନ୍ଦ ଲାଗିବ ସେହି ପୁଅକୁ ବିବାହ କରନ୍ତୁ। ଜଣେ ବାପା ନିଜ ଝିଅକୁ କୁହନ୍ତି ସେ ଏକାଧିକ ପୁଅଙ୍କ ସହିତ ସମ୍ପର୍କ ରହିବା ଉଚିତ୍। ଯାହା ଦ୍ୱାରା ଝିଅକୁ ଜଣେ ଭଲ ପୁଅ ମିଳିପାରିବ। ପରିବର୍ତ୍ତିତ ସମୟରେ ଏହି ଆଦିବାସୀ ମାନଙ୍କ ଚିନ୍ତାଧାରାରେ କିଛିଟା ପରିବର୍ତ୍ତନ ଘଟିଛି। ଝିଅମାନେ ଏବେ ସେକ୍ସ୍ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ କଣ୍ଡୋମ ବ୍ୟବହାର କରିବା ଆରମ୍ଭ କରିଛନ୍ତି। /- ଦେବଦତ୍ତ

କରୋନା ଭାଇରସ୍: ଆସିଗଲା ଭ୍ୟାକ୍ସିନ୍ GPB21D!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.