Home Coronavirus Outbreak କରୋନା ଭାଇରସ୍: ଆସିଗଲା ଭ୍ୟାକ୍ସିନ୍ GPB21D!

କରୋନା ଭାଇରସ୍: ଆସିଗଲା ଭ୍ୟାକ୍ସିନ୍ GPB21D!

3010

ଭୁବନେଶ୍ୱର: ଖୁସି ଖବର। କରୋନା ଭାଇରସ୍ ଭ୍ୟାକ୍ସିନ୍ ଆସିଯାଇଛି! ଭ୍ୟାକ୍ସିନ୍ ନାଁ ହେଲା ‘GPB21D’ (ଜିପିବି୨୧ଡି)। ଯଦି ଆପଣ ଏହାକୁ ୨୧ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବେ ତେବେ ଆପଣଙ୍କୁ କରୋନା ଭାଇରସ୍ ହେବ ନାହିଁ। ଏହାସହ ଏହା ଅନ୍ୟକୁ ସଂକ୍ରମିତ କରିବ ନାହିଁ। କରୋନା ଭାଇରସ୍ ଆତଙ୍କରେ ଏବେ ସମଗ୍ର ବିଶ୍ଵ ଆତଙ୍କିତ। କିପରି ଏହି ଭାଇରସ୍ ଶୀଘ୍ର ସମାପ୍ତ ହେବ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଭାଇରସ୍ ସଂକ୍ରମିତ ନହେବା ପାଇଁ ଲକ୍ ଡାଉନକୁ ମାନି ସେଲିବ୍ରେଟି ମାନେ ମଧ୍ୟ ନିଜ ଘରେ ଅଲଗା ରହୁଛନ୍ତି। ଏହା ସହିତ ସେମାନେ ଅନ୍ୟମାନଙ୍କୁ ଘରେ ରହିବାକୁ ନିବେଦନ କରିବା ସହ ନିଜ ପ୍ରଶଂସକ ମାନଙ୍କୁ ମନୋରଞ୍ଜନ ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ କମିଡ଼ିଆନ୍ ଭାରତୀ ସିଂ ତାଙ୍କ ପ୍ରଶଂସକଙ୍କ ପାଇଁ ମନୋରଞ୍ଜନ କରୁଛନ୍ତି। ଭାରତୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ‘GPB21D’ ନାମକ ଏହି ଟିକା ବିଷୟରେ କହିଛନ୍ତି। ଭାରତୀ ଯେଉଁ ଟିକା ବିଷୟରେ କହୁଛନ୍ତି ତାହା ହେଉଛି ‘ଘରେ ୨୧ ଦିନ ବସିବା’ (ଘର ପର ବୈଠ୍ ୨୧ ଦିନ)। ଦେଖନ୍ତୁ ଭିଡିଓ ..

https://www.instagram.com/p/B-UXagLh7my/?utm_source=ig_web_copy_link

/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.