Home କେନ୍ଦୁଝର ରାସ୍ତାରୋକ ବେଳେ ଯିବାରୁ ଯୁବକଙ୍କୁ ମାଡ,

ରାସ୍ତାରୋକ ବେଳେ ଯିବାରୁ ଯୁବକଙ୍କୁ ମାଡ,

99

ହାଟଡ଼ିହି, ୨୯ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଧରମପୁର ଠାରେ ଗାଁ ଲୋକମାନେ କେବିନ ଉଠାଇବାକୁ ନେଇ ରାସ୍ତାରୋକ କରିଥିବାବେଳେ ସେହି ଗ୍ରାମର ଆଦିକନ୍ଦ ବେହେରା ନାମକ ଜଣେ ବ୍ୟଙ୍କ କର୍ମଚାରୀ ସେହିବାଟ ଦେଇ ଘରକୁ ଫେରୁଥିବାବେଳେ ରାସ୍ତାରୋକରେ ବସିଥିବା ଲୋକମାନେ ତାଙ୍କୁ ଛାଡଇ ନଥିଲେ । ସେ ଜବରଦସ୍ତ ଯିବାକୁ ଚାହିଁବାରୁ ଆନ୍ଦୋଳନ କାରୀମାନେ ଆକ୍ରମଣ କରିବାରୁ ଆଦିକନ୍ଦ ଆହତ ହୋଇଛନ୍ତି । ତାଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବାବେଳେ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ଘଉଡାଇ ଦେଇଛି । ଏପରିକି ରାସ୍ତାରେ ପକାଇଥିବା କେବିନିଟିକୁ ମଧ୍ୟ ହଟାଇ ଦେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.