Home କେନ୍ଦୁଝର ଢ଼େଙ୍କାରେ ସନ୍ଦେହ ଜନକ ମୃତ୍ୟୁ

ଢ଼େଙ୍କାରେ ସନ୍ଦେହ ଜନକ ମୃତ୍ୟୁ

57

ହାଟଡ଼ିହି, ୨୯ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ଗ୍ରାମର ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଢ଼େଙ୍କା ଗ୍ରାମର ଆନନ୍ଦ ନାୟକ (୫୦) ଆଜି ସକାଳେ ବିଲକୁ କାମ କରିବାକୁ ଯାଇ ଘରକୁ ଫେରି ନଥିଲେ । ପରେ ପରିବାର ଲୋକେ ଖୋଜାଖୋଜି କରିବାପରେ ଅପରାହ୍ନରେ ବିଲରେ ସଜ୍ଞାହୀନ ଅବସ୍ଥାରେ ପଡିଥିବାବେଳେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସାପାଇଁ ପଠାଇଥିଲେ । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.