Home କେନ୍ଦୁଝର ସରକାରୀ ଜମିରୁ କେବିନି ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ସରକାରୀ ଜମିରୁ କେବିନି ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

73

ହାଟଡ଼ିହି, ୨୯ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନସ୍ଥ ଢ଼େଙ୍କା ପଞ୍ଚାୟତ ଧରମପୁର ଗ୍ରାମରେ ସରକାରୀ ଜମିଉପରେ ଜବରଦଖଲ କରି ପକାଯାଇଥିବା କେବିନିକୁ ଉଠାଇବା ଦାବିରେ ଆଜି ଗ୍ରାମବାସୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଏପରିକି ପୁର୍ବରୁ ଉଠାଯାଇଥିବା କିଛି କେବିନିକୁ ରାସ୍ତାରେ ରଖି ରାସ୍ତାଅବରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗାଁରେ ୩ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ଅନେକ ଲୋକ ସରକାରୀ ଜମିବାଡି ଗୁଡିକୁ ଜବରଦଖଲ କରିନେଇଥିଲେ । ଏପରିକି ଗ୍ରାମରେ ଗୋରୁଗାଈଟିଏ ମଲେ ପକାଇବାକୁ ସ୍ଥାନ ମଧ୍ୟ ନଥିଲା । ଏନେଇ ଗତ ୮ମାସ ହେଲା ଗ୍ରାମବାସୀମାନେ ଗାଁରୁ ଜବରଦଖଲ ହଟାଇବାକୁ ନିଷ୍ପତିନେଇ କାମକୁ ଆଗେଇ ନେଇଥିଲେ । ଗତ ଏପ୍ରିଲ ମାସରେ ତହସିଲଦାର, ରାଜସ୍ୱ ନିରୀକ୍ଷକ ଓ ସୋସୋ ପୁଲିସ ଉପସ୍ଥିତିରେ ଗାଁ ଲୋକଙ୍କ ସହଯୋଗରେ ମାପଚୁପ ହେବାପରେ ଗାଁ ଲୋକେ ସ୍ୱଇଛାରେ ସମସ୍ତ ଜବରଦଖଲ ଜମିବାଡିକୁ ଛାଡି ଦେଇଥିଳେ । କିନ୍ତୁ ଗାଁ ଭିତରର ଜବର ଦଖଲ ହଟାଯାଇ ନଥିଲା । ଗାଁର ୫ଜଣ ବ୍ୟକ୍ତି ରାସ୍ତା କଡରେ କେବିନି ପକାଇ ଦୋକାନକରି ପରିବାର ପ୍ରତିପୋଷଣ କରୁଥିବାବେଳେ ୩ଜଣ ବ୍ୟକ୍ତି ସେମାନଙ୍କ କେବିନିକୁ ଉଠାଇ ନେଇଥିଲେ । କିନ୍ତୁ ଗ୍ରାମର ରମେଶ ବେହେରା ଓ ତାଙ୍କ ଭାଇ ଉମଶେ ବେହେରା ଏହି ନିଷ୍ପତିକୁ ନମାନି ଗାଁ ଭିତରେ ଥିବା ଜବରଦଖଲ ହଟିଲେ ଯାଇ ଆମେ କେବିନି ଉଠାଇବୁ ବୋଲି କହି ଜିଦରେ ଅଟଳ ରହିଥିଲେ । ଏଡାକୁ ନେଇ ଗ୍ରାମରେ ବିବାଦ ଦେଖାଦେଇଥିଲା । ଗ୍ରାମବାସୀମାନେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲା । ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବାବେଳେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ସୋସୋ ପୁଲିସ ଉପସ୍ଥିତିରେ ଏହାର ସମାଧାନ ପାଇଁ ବୈଠକ ବସିଥିବାବେଳେ ଉକ୍ତ ଦୁଇଟି କେବିନିକୁ ଉଠାଇ ଗାଁ ମୁଣ୍ଡ ଜମିରେ ପକାଇବାକୁ ସ୍ଥିର ହୋଇଥିଲା । କିନ୍ତୁ ଉକ୍ତ ସ୍ଥାନଟି ମୋଟରାଗଡିଆ ଗ୍ରାମର ବୋଲି କହି ମୋଟରାଗଡିଆ ଗ୍ରାମବାସୀମାନେ ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । କୌଣସି ସମାଧାନର ବାଟ ବାହାର କରିନପାରି ପୁଲିସ ବାଧ୍ୟହୋଇ ଫେରିଯିବା ପରେ ଗ୍ରାମର ନାରାୟଣ ବେହେରା, ଦୀନବନ୍ଧୁ ବେହେରା, ଲମ୍ବୋଦର ସାହୁ, ଜଗନ୍ନାଥ ବେହେରା, ସୋମନାଥ ବେହେରା, ହୃଷିକେଶ ସାହୁ, ରମାକାନ୍ତ ବେହେରା, ସୁରେନ୍ଦ୍ର ବେହେରା, ଚିନ୍ତାମଣୀ ବେହେରା, ଗୋବିନ୍ଦ ବେହେରା, ବୈକୁଣ୍ଠ ବେହେରା, ଦୈତାରୀ ବେହେରା, ମାର୍କଣ୍ଡ ବେହେରା, ଗୋପାଳ ବେହେରା, ସଂଯୁକ୍ତା ବେହେରା, ଆରତୀ ବେହେରା, ମିନତୀ ବେହେରା, ଦିପ୍ତୀମୟୀ ବେହେରା, ଜ୍ୟୋତ୍ସ୍ନାରାଣୀ ବେହେରା, ରମାମଣୀ ବେହେରା, ଅନୁସୁୟା ବେହେରା, ଝରଣା ସାହୁ, ରଶ୍ମୀପ୍ରୀୟା ସାହୁ, ଦୁଖି ବେହେରା, ମାତାଜି ସାହୁ, ତୁଳସୀ ସାହୁ, ମିନତୀ ବେହେରା, ମଞ୍ଜୁଲତା ବେହେରା, ସେବତୀ ବେହେରାଙ୍କ ସମେତ ଶହଶହ ଗାଁ ଲୋକ ରାସ୍ତା ଉପରେ କେବିନ ପକାଇ ରାସ୍ତାକୁ ଅବରୋଧ କରିବା ସହିତ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଫଳରେ ମୋଟରାଗଡିଆ-ଆମ୍ବଗଡିଆ ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇ ଯାଇଛି । ସରକାରୀ ଜମିରେ ଜବରଦଖଲ କରି ପକାଯାଇଥିବା କେବିନି ନହଟିବା ପର୍ଯ୍ୟନ୍ତ ଆମେ ରାସ୍ତା ଅବରୋଧ କରି ବସିରହିବୁ ବୋଲି ଗ୍ର୍ରାମବାସୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.