Home ଜିଲ୍ଲା ପରିକ୍ରମା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଓଷ୍ଠା ପକ୍ଷରୁ ସମ୍ବର୍ଦ୍ଧନା

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଓଷ୍ଠା ପକ୍ଷରୁ ସମ୍ବର୍ଦ୍ଧନା

11

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଶଶୀଶେଖର କରଶର୍ମା ଚଳିତ ମାସ ୫ତାରିଖ ନୂଆଦିଲ୍ଲୀ ଠାରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ “ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ” ଗ୍ରହଣ କରିଛନ୍ତି । ଏନେଇ ଆଜି ବନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବ୍ଲକ ଓଷ୍ଠା ସଂଘ ପକ୍ଷରୁ ଏହି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଏହାକୁ ସଂଘ ସଭାପତି ନାରାୟଣ ଚନ୍ଦ୍ର ସାମଲ ସଭାପତିତ୍ତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପକ ପାଢୀ,ମୁଖ୍ୟବ୍ୟକ୍ତା ଡ.ମାୟାଧର ସାହୁ,ସମ୍ମାନୀତ ଅତିଥି ରାଷ୍ଟ୍ରପତି ପୁରସ୍କୃତ ପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅରୁନ୍ଧତୀ ସେନାପତି ଯୋଗ ଦେଇ କହିଲେ ତ୍ୟାଗ,ନିଷ୍ଠା ଓ ସାଧନା ପାଖରେ କିଛି ଅସମ୍ବବ ନୁହେଁ । ବ୍ୟକ୍ତି ହେବା ସହଜ କିନ୍ତୁ ବ୍ୟକ୍ତିରୁ ବ୍ୟକ୍ତିତ୍ୱ ପରିଷ୍ପୁଟନ ହେବା କଷ୍ଟକର ନୁହେଁ ଯେଉଁଥି ପାଇଁ ଆଜି ଏହି ମାଟି ଗର୍ବିତ ।

ଶଶୀ ସାର୍‌ଙ୍କ ବହୁ ମୁଖୀ ପ୍ରତିଭା ତାଙ୍କୁ ଆଜି ଏହି ସ୍ତରରେ ପହଞ୍ଚାଇଥିବା ବେଳେ ଆଗାମୀ ଦିନରେ ଅନେକ ଶଶୀ ସାର୍ ସୃଷ୍ଟି ହୋଇ ଏ ମାଟିକୁ ଗର୍ବିତ କରିବା ନେଇ ଅତିଥି ମାନେ ଆଶା ପୋଷଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ,ଅନନ୍ତ ଜେନା ସ୍ୱାଗତ ଭାଷଣ ଓ ଶେଷରେ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକଙ୍କୁ ମାନପତ୍ର,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଧନା ଉତ୍ତରେ ସେ କହିଲେ ପ୍ରତ୍ୟେକ ଶିକ୍ଷକ ଆତ୍ମ କେନ୍ଦ୍ରୀୟ ନହୋଇ ଶ୍ରେଣି ଗୃହରେ ରହୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଆପଣାର କରିପାରିଲେ ସମାଜର ବିକାଶ ସମ୍ଭବ । କାର୍ଯ୍ୟକ୍ରମକୁ ପରିଚାଳନାରେ ଆନନ୍ଦ ଚନ୍ଦ୍ର ରାଉତ,ପୂର୍ଣ୍ଣ ଚନ୍ଦ୍ର କର,ରମେଶ କୁମାର ବେହେରା,ରବିନ୍ଦ୍ର କୁମାର ନନ୍ଦ,ଆଲୋକ ମୁଖାର୍ଜୀ,ଆଲୋକ ପ୍ରଧାନ,ଜଗନ୍ନାଥ ଦ୍ୱିବେଦୀ,ୟାକତ୍ ଅଲ୍ଲି,ସୁମତି ନାୟକ,ବିଶ୍ୱଜିତ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଅନୁରୂପ ଭାବେ ଶୁକ୍ରବାର ସନ୍ଧ୍ୟାରେ ଆଦର୍ଶ ଶିକ୍ଷକଙ୍କୁ ନିଜସ୍ୱ ଗ୍ରାମ ଆମ୍ପୋର ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ ନାଗରିକ ମୂରଲୀଧର ଲେଙ୍କା ସଭାକୁ ପରିଚାଳନା କରିଥିଲେ । ଏଥିରେ ଶିକ୍ଷାବିତ୍ତ୍ ଶ୍ରୀନିବାସ ଲେଙ୍କା,କେନ୍ଦୁଆପଦା ସରପଞ୍ଚ ପ୍ରମୋଦ କୁମାର ଜେନା,ରମେଶ ଚନ୍ଦ୍ର ରାଉତରାୟ,ଭାଗବତ ସୁତାର,କିଶୋର ଚନ୍ଦ୍ର ଦାସ,ସୁରେନ୍ଦ୍ର ନାଥ ସ୍ୱାଇଁ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ,ବସନ୍ତ ସାମଲ,ପବିତ୍ର କୁମାର ଲେଙ୍କା,ପ୍ରହଲ୍ଲାଦ ପୋହି,ବିଭୁତି ଭୂଷଣ ପଣ୍ଡା,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟୀତ୍ରୀ,ଗ୍ରାମବାସୀ ଓ ବହୁ ଶୁଭେଚ୍ଛୁ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.