Home ଜିଲ୍ଲା ପରିକ୍ରମା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ

ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ

26

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସଂଘ ଡାକରାରେ ୨୦ଦଫା ଦାବୀ ନେଇ ଆଜି କଳାବ୍ୟାଞ୍ଚ ପରିଧାନ ପୂର୍ବକ କାର୍ଯ୍ୟରେ ଯୋଗଦାନ କରାଯାଇଛି । ଏନେଇ ଆଜି ଶିକ୍ଷକ ମାନେ ବିଦ୍ୟାଳୟର ଅଧ୍ୟକ୍ଷକଙ୍କ ମାଧ୍ୟମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିଦେର୍ଶକଙ୍କୁ ଅବଗତ କରାଯାଇଛି । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଶିକ୍ଷକ ମାନେ କଳାବ୍ୟାଞ୍ଚ ପିନ୍ଧିବେ । ଏହି ସମୟ ମଧ୍ୟରେ କୌଣସି କିଛି ଦାବୀ ପ୍ରତି ସୁବିଚାର କରାନଯାଏ ତେବେ ଆଗାମୀ ଦିନରେ ଭୁବନେଶ୍ୱର ଠାରେ ଏକ ବିଶାଳ ଗଣବିକ୍ଷୋବ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଦାବୀ ଗୁଡ଼ିକ ମଧ୍ୟରେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଦରମା ପ୍ରଦାନ,ମୃତ ଶିକ୍ଷକ ମାନଙ୍କ ପରିବାରକୁ ଅନୁକମ୍ପା ମୂଳକ ରାଶି ପ୍ରଦାନ ସହ ପରିବାରର ଜଣକୁ ଚାକିରୀ ଦେବା,ଚାକିରୀ ସର୍ତ୍ତାବଳୀ ଓ କ୍ୟାଡର ରୁଲ୍ କାର୍ଯ୍ୟକାରିତା କରିବା ପ୍ରମୁଖ ରହିଛି । ବିଭିନ୍ନ ବିଦ୍ୟାଳୟରେ ଜିଲ୍ଲା ସଂଘ ସଭାପତି ମନୋରଞ୍ଜନ ବଳ,ଉପ-ସଭାପତି ଗଙ୍ଗାଧର ସାହୁ,ଅକ୍ଷୟ କୁମାର ଘଡ଼େଇ,ଧରିତ୍ରୀ ରାଣୀ ମାଝି,ଲିପିକା ଦାସ,ସଦାବ୍ କ୍ୱାଦିର୍‌,ସୁଧାଂଶୁ ଶେଖର ଜେନା,ରଞ୍ଜନ କୁମାର ବେହେରା,ନରେନ୍ଦ୍ର କୁମାର ଦାସ ପ୍ରମୁଖ ବିଭିନ୍ନ ବିଦ୍ୟାଳୟରେ କଳାବ୍ୟାଞ୍ଚ ପିନ୍ଧି କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.