Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବିକାଶ ପରିଷଦ ପକ୍ଷରୁ ଘଂଟେଶ୍ୱର ମହାବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚାନ୍ଦବାଲି ବିକାଶ ପରିଷଦ ପକ୍ଷରୁ ଘଂଟେଶ୍ୱର ମହାବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

13

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘଂଟେଶ୍ୱର ମହାବିଦ୍ୟାଳୟ ଠାରେ ଚାନ୍ଦବାଲି ବିକାଶ ପରିଷଦ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୃଥିବୀରେ ପରିବେଶ ଅସନ୍ତୁଳିତ ହୋଇ ପଡିଥିବା ବେଳେ କେବଳ ବୃକ୍ଷ ହିଁ ସମାଜର ଜଳବାୟୁକୁ ପ୍ରଦୁଷିତ ହେବାରୁ ରକ୍ଷା କରି ପାରିବ ବୋଲି ବିଶେଷଞ ମତ ପୋଷଣ କରୁଥିବାରୁ ଏହାକୁ ଆଖି ଆଗରେ ରଖି ଚାନ୍ଦବାଲି ବିକାଶ ପରିଷଦ ଘଂଟେଶ୍ୱର ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବାକୁ ସ୍ତିରୀକୃତ କରିବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ । ଆଜିର ଏହି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅନ୍ୟ ଷ୍ଟା‘ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ଷା ସମୟ ପରେ ଲଗାଯାଇଥିବା ବୃକ୍ଷ ଗୁଡିକର ଯତ୍ନ ନେବା ପାଇଁ ଚାନ୍ଦବାଲି ବିକାଶ ପରିଷଦ ନିଶ୍ଚୟ ଭାବେ କାର୍ଯ୍ୟ କରିବା ସହ ଏହି ବୃକ୍ଷ ଗୁଡିକୁ ପଶୁ ମାନଙ୍କ ଦାଉରୁ ରକ୍ଷା କରିବା ପାଇଁ ମଧ୍ୟ ଯତ୍ନବାନ ହେବ ବୋଲି ମତ ପ୍ରକାଶ ପାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିକାଶ ପରିଷଦ ପକ୍ଷରୁ ସଭାପତି ବିବେକ କୁମାର ରାଉତ, ସଂପାଦକ ମହେଶ୍ୱର ବଳ, ଦେବେନ୍ଦ୍ର କୁମାର ବିଶ୍ୱାଳ,ସୁବାଶ ନାୟକ,ମହେନ୍ଦ୍ର ସୂତାର, ମୃତ୍ୟୁଞୟ ନାୟକ, ଗୌରହରି ନାୟକ, ଚିନ୍ମୟ କୁମାର ସ୍ୱାଇଁ, ଖିରୋଦ ନାୟକ,ଖଗେଶ୍ୱର ଦାସ, ସୁଶାନ୍ତ ବେହେରା, ଆସିସ ସ୍ୱାଇଁ, ନକୁଳ ମଲିକ ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଚାନ୍ଦବାଲି ବିକାଶ ପରିଷଦ ବହୁ ସମୟରେ କେବଳ ଚାନ୍ଦବାଲି ନୁହେଁ ବହୁ ଅଂଚଳରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରିବା ସହ ଦୁସ୍ଥ ରୋଗୀଙ୍କୁ ସାହାଯ୍ୟ,ରକ୍ତାଦନ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ଉନ୍ନତି କଳ୍ପେ ବହୁ ସାହାଯ୍ୟ ସହଯୋଗ କରି ଆସୁଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଉପସ୍ଥିତ କାର୍ଯ୍ୟକର୍ତା ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.