Home ଓଡ଼ିଶା ରାଜ୍ୟ ସରକାର କେଶବ ପରିଡା ଙ୍କୁ ଦେଲେ ମୋ ଚାଷୀ ସମ୍ନାନ

ରାଜ୍ୟ ସରକାର କେଶବ ପରିଡା ଙ୍କୁ ଦେଲେ ମୋ ଚାଷୀ ସମ୍ନାନ

420

ଭୁବନେଶ୍ୱର୨୧ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଫେଡେରସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଫିକି)ର ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘କୃଷି ଓଡ଼ିଶା-୨୦୨୦’ ଆୟୋଜନ କରାଯାଇଛି।ଲାଭଜନକ କୃଷି ପାଇଁ ପ୍ରୟାସ – ଏହି ଥିମ୍କୁ ନେଇ ସୋମବାର ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଓଡ଼ିଶାର ଚାଷୀ ରାଜ୍ୟ ବିକାଶର ସାରଥୀ ହେବାକୁ ଆହ୍ୱାନ ଦେଇଥିଲେ।


ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲାର ସଫଳ ଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ,ମାନପତ୍ର, ଦେଇ ସମ୍ନାନୀତ କରାଯାଇଥିଲା । ଯାଜପୁର ଜିଲ୍ଲାରୁ କୋରାଇବ୍ଲକ ବରୁଣ୍ଡାଇ ଗ୍ରାମପଞ୍ଚାୟତ ବରୁଣ୍ଡାଇ ଗ୍ରାମର ପୂର୍ବତନ ସାମରିକ କର୍ମଚାରୀ ତଥା ସଫଳ ଚାଷୀ କେଶବ ଚନ୍ଦ୍ର ପରିଡାଙ୍କୁ ଜିଲ୍ଲାର ସଫଳ ଚାଷୀ ଭାବେ ରାଜ୍ୟ ସରକାର ସମ୍ନାନୀତ କରିଥିଲେ । ଶ୍ରୀପରିଡା ରାଜ୍ୟ ସରକାରଙ୍କ ଠାରୁ ପୁରଷ୍କୃତ ହେବା ପରେ ଏପୁରଷ୍କାର ପାଇବା ପଛରେ କେବିକେ ଜିଲ୍ଲା ସ୍ୱାମୀନାଥନ୍ ଷ୍ଟ୍ରଷ୍ଟ ପକ୍ଷରୁ ଜୈବିକ ସାର ପ୍ରୟୋଗ ବିଷୟରେ ସଚେତନା କରୁଥିବା ଝୀଅ ସୁଶ୍ମିତା ପ୍ରଧାନ ମୋର ମାର୍ଗଦର୍ଶକ ବୋଲି ମତ ଦେଇଛନ୍ତି । ସୁଚନାଯୋଗ୍ୟ ଗତ ସେପ୍ଟେମ୍ବର ୨୫ ତାରିଖରେ ‘ଓଡିଆ ପୁଅ’ରେ ପ୍ରକାଶିତ ଖବର ପରେ ବ୍ଲକ ଓ ଜିଲ୍ଲା ପ୍ରଶାସନ ନଜର ପଡିବା ପରେ ଶ୍ରୀପରିଡାଙ୍କୁ ରାଜ୍ୟ ସରକାରକାର ଆଜି ସଫଳ ଚାଷୀ ପୁରଷ୍କାର ପ୍ରଦାନ କରିଥିବା ସୁଚନା ମିଳିଛି ।


ସେପ୍ଟେମ୍ବର ୨୫ ତାରିଖରେ‘ଓଡିଆ ପୁଅ’ରେ ପ୍ରକାଶିତ ଖବରଦେଶର ତଟରକ୍ଷା ବାହୀନି ରେ ୬ବର୍ଷ ଓ ସମାଜ ସେବାରେ ୩ବର୍ଷ ପରେ  ଦେଶର ପଞ୍ଚତାରକା ହୋଟେଲ ମାନଙ୍କରେ ୨୫ ବର୍ଷ  ସଫଳତାର ସହ କଯ୍ୟଁ ସମ୍ପାଦନା କରି ପରିଣତ ବୟଷରେ ନିଜ ଜନ୍ମ ମାଟିରେ କୃଷି କର୍ମକୁ ଭିର୍ଣ୍ଣ ଶୈଳୀରେ ଆରମ୍ଭ କରି କୃଷି କର୍ମହିଁ ପରିବାରର ଆର୍ଥିକ ପରିସ୍ତିତିରେ ଉର୍ଣ୍ଣର୍ତ୍ତି ଆଣିପାରିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲା ବରୁଣ୍ଣାଇ ଗ୍ରାମପଞ୍ଚାୟତ ବରୁଣ୍ଡାଇ ଗ୍ରାମର ଅବସର ପ୍ରାପ୍ତ ସରକାରୀ ଓ ବେସରକରୀ କର୍ମଚାରୀ କେଶବ ଚନ୍ଦ୍ର ପରିଡା। ନିଜ ବାଡି ବଗିଚା ତଥା କୋଠା ଘର ଛାତରେ ବିଭିନ୍ନ ପନିପରିବା ଚାଷ କରି ସେଥିରୁ ଲାଭବାନ ହୋଇ ଚଳିତ ଧାନ ଚାଷରେ ସମସ୍ତଙ୍କ ଠାରୁ ଭିନ୍ନ କିସମର ଅଧିକ ଲାଭପ୍ରଦ ‘ମଣିପୁର ବ୍ଲାକ ଜସ୍ ବିନ ସାଇସ୍’ ଧାନ ଚାଷ କରିଥିବା ଉକ୍ତ ଅଞ୍ଚଳରେ ଅନ୍ୟ ଚାଷୀ ମାନଙ୍କର ଚର୍ଚ୍ଚାର ବିଷୟ ହୋଇଛି। ଏହି ଉର୍ଣ୍ଣତ କିସମର ଧାନରୁ ଆମଦାନି ହେଉଥିବା ‘ବ୍ଲାକ୍ ରାଇସ’ ଜୈବିକ ସାରରେ ଉପ୍ତାଦିତ ହେଉଥିବାରୁ ଏହା କୃାନସର ରୋଗର ପ୍ରତିଷୋଧକ ବୋଲି କୃଷି ବିଜ୍ଞାନି ମତ ଦେଇଛନ୍ତି। ଏହି କିସମର ଧାନ ଚାଷ ରାଜ୍ୟର ବରଗଡ ଜିଲ୍ଲାରେ ବହୁଳଭାବେ ସରକାରଙ୍କ ସହଯୋଗରେ ଚାଷୀମାନେ ସେମାନଙ୍କ କ୍ଷେତରେ ଅମଳ କରୁଥିବା ବେଳେ ଉକ୍ତ ଚାଷକୁ ଯାଜପୁର ଜିଲ୍ଲାରେ ସରକାରଙ୍କ ୱେବ୍ ସାଇଟରୁ ଦେଖି ଶ୍ରୀପରିଡା ଆରମ୍ଭ କରିଥିବା ଆମକୁ ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳରେ ପ୍ରାୟ ଅଧିକାଂଶ ଚାଷୀ ସୋର୍ଣ୍ଣ, ୧୦୯ ଓ ଏହିଯାତୀୟ କିସମର ଧାନ ଚାଷ କରି ଗୁଣ୍ଠରେ ୧୦୦ କିଲୋଗ୍ରାମ ଧନ ଉତ୍ପାଦନ କରି ସେଥିରୁ ୫୦ କିଲୋ ଚାଉଳ ଯାହାର ମୂଲ୍ୟ- ୧୦୦୦ ଟଙ୍କା ପାଇଥିବା ବେଳେ ସମ ପରିମାଣ ଜମିରୁ ବ୍ଲାକ ରାଇସରୁ ୧୦ ହଜାର ଟଙ୍କା ଉତ୍ପାଦନ ହୋଇପରିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବ୍ଲାକ୍ ରାଇସ୍ ଚାଷରେ କେବଳ ଜୈବିକ ସାର ପ୍ରୟୋଗ କରିବାକୁ ପଡିବ ବୋଲି କୃଷି ବିଭାଗର ଅଧିକାରୀ ମତ ହେଉଥିବା ବେଳେ ଆମ ଅଞ୍ଚଳରେ କରାଯାଉଥିବା ଧାନ ଚାଷ ପାଇଁ ଅଧିକ ପରିମାଣର ରସାୟନିକ ସାରର ପ୍ରୟୋଗ କରିବାକୁ ପଡିବ ବୋଲି କୃଷି ଅଧିକାରୀ ସୂୂଚନା ଦେଇଛନ୍ତି । ସୁତରାଂ ଅଞ୍ଚଳରେ ଚଷୀ ଭାଇମାନେ କରୁଥିବା ଧାନ ଚାଷରେ ଉଦାହରଣ ସ୍ୱରୁପ ୧୦୦୦ଟଙ୍କା ରାସାୟନିକ ସାର ବ୍ୟବହାର ହେଉଥିବା ବେଳେ ବ୍ଲାକ୍ ରାଇସ୍ ପାଇଁ ମାତ୍ର ଜୈବିକ ସାର ୧୦୦ଟଙ୍କା ଖର୍ଚ୍ଚ ହେବ ବୋଲି କୃଷି ବିଭାଗ ସୁଚନା ଦେଇଛି । ଅଧିକ ପରିଶ୍ରମ କରି  ପ୍ରତି ସିଜିନରେ ଚାଷି ଭାଇ ମାନେ କମ୍ ଅର୍ଥ ଉପାର୍ଜନ କରୁଥିବା ବେଳେ ଉକ୍ତ ଧାନକୁ ଚାଷକଲେ ଅଧିକ ଲାଭ ପାଇବେ ବୋଲି ଶ୍ରୀପରିଡା ଆମକୁ ସୁଚନା ଦେଇଛନ୍ତି । ଅତ୍ୟଧିକ ସାର ମସଲା ପ୍ରୟୋଗ ଖଦ୍ୟ ସାମଗ୍ରି ସମାଜର ସମସ୍ତେ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗକୁ ଆମନ୍ତଣ କରୁଥିବା ବେଳେ ବ୍ଲାକ୍ ରାଇସ୍ ବ୍ୟବହାର କଲେ ଏଥିରୁ ମୁକ୍ତି ମିଳିବ ବୋଲି କୃଷି ବୈଜ୍ଞାନିକ ସୁଚନା ଦେଇଛନ୍ତି । ଜଣେ କୃଷକ ତାର ଚାଷ ପ୍ରଣାଳୀକୁ ଠିକ୍ ଭାବେ କରିବା ସହ ଉର୍ଣ୍ଣତ ମାନର ଧାନ ଚାଷ କରେ ତାର କୈାଣସି ଅଭାବ ରହିବ ନାହିଁ ବୋଲି ଶ୍ୟୀପରିଡା ମତ ଦେଇଛନ୍ତି । ବ୍ଲାକ୍ ରାଇସ୍ ଚାଷରୁ କେତେ ଅମଳ ହେଉଛି ତାହା ତାହା ଅମଳ ପରେ ଜଣାପଡିବ ବୋଲି ଚାଷୀ ମହଲରେ ଆଲୋଚ୍ୟର ବିଷୟ ହୋଇଛି । ବ୍ଲାକ୍ ରାଇସ୍ ଚାଷରେ କେବଳ ଜୈବିକ ସାର ପ୍ରୟୋଗ କରିବାକୁ ପଡିବ ବୋଲି କୃଷି ବିଭାଗର ଅଧିକାରୀ ମତ ହେଉଥିବା ବେଳେ ଆମ ଅଞ୍ଚଳରେ କରାଯାଉଥିବା ଧାନ ଚାଷ ପାଇଁ ଅଧିକ ପରିମାଣର ରସାୟନିକ ସାରର ପ୍ରୟୋଗ କରିବାକୁ ପଡିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ସୁତରାଂ ଅଞ୍ଚଳରେ ଚାଷୀ ଭାଇମାନେ କରୁଥିବା ଧାନ ଚାଷରେ ଉଦାହରଣ ସ୍ୱରୁପ ୧୦୦୦ଟଙ୍କା ରାସାୟନିକ ସାର ବ୍ୟବହାର ହେଉଥିବା ବେଳେ ବ୍ଲାକ୍ ରାଇସ୍ ପାଇଁ ମାତ୍ର ଜୈବିକ ସାର ୧୦୦ଟଙ୍କା ଖର୍ଚ୍ଚ ହେବ ବୋଲି କୃଷି ବିଭାଗ ସୂଚନା ଦେଇଛି।ଅଧିକ ପରିଶ୍ରମ କରି ପ୍ରତି ସିଜିନରେ ଚାଷି ଭାଇ ମାନେ କମ୍ ଅର୍ଥ ଉପାର୍ଜନ କରୁଥିବା ବେଳେ ଉକ୍ତ ଧାନକୁ ଚାଷକଲେ ଅଧିକ ଲାଭ ପାଇବେ ବୋଲି ଶ୍ରୀପରିଡା ଆମକୁ ସୂଚନା ଦେଇଛନ୍ତି। ଅତ୍ୟଧିକ ସାର ମସଲା ପ୍ରୟୋଗ ଖାଦ୍ୟ ସାମଗ୍ରୀ ସମାଜର ସମସ୍ତେ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରୁଥିବା ବେଳେ ବ୍ଲାକ୍ ରାଇସ୍ ବ୍ୟବହାର କଲେ ଏଥିରୁ ମୁକ୍ତି ମିଳିବ ବୋଲି କୃଷି ବୈଜ୍ଞାନିକ ସୂଚନା ଦେଇଛନ୍ତି। ଜଣେ କୃଷକ ତାର ଚାଷ ପ୍ରଣାଳୀକୁ ଠିକ୍ ଭାବେ କରିବା ସହ ଉର୍ଣ୍ଣତ ମାନର ଧାନ ଚାଷ କରେ ତାର କୈାଣସି ଅଭାବ ରହିବ ନାହିଁ ବୋଲି ଶ୍ରୀପରିଡା ମତ ଦେଇଛନ୍ତି। ବ୍ଲାକ୍ ରାଇସ୍ ଚାଷରୁ କେତେ ଅମଳ ହେଉଛି ତାହା ତାହା ଅମଳ ପରେ ଜଣାପଡିବ ବୋଲି ଚାଷୀ ମହଲରେ ଆଲୋଚ୍ୟର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.