Home ଜିଲ୍ଲା ପରିକ୍ରମା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ହେଲେ ସରୋଜ

ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ହେଲେ ସରୋଜ

20

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଇତି ମଧ୍ୟରେ ମୋର୍ଚ୍ଚା କମିଟି ଗଠନ କରିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶ୍ରୀ ତରାଇ ନିଜର ପୂର୍ଣ୍ଣାଙ୍ଗ କମିଟି ଗଠନ କରିଛନ୍ତି । ଏହି କ୍ରମରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ନାଲଗରା ଗ୍ରାମର ସରୋଜ କୁମାର ଜେନାଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଜେନା ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଏଥି ପୂର୍ବରୁ ସେ ଅନୁସୂଚିତ ଜାତି ମୋର୍ଚ୍ଚାର ଭଦ୍ରକ ଜିଲ୍ଲା ଉପ-ସଭାତି ପଦବୀରେ ରହି ଦଳର ସାଂଗଠନିକ ଅଭିବୃଦ୍ଧି ନେଇ କାର୍ଯ୍ୟ କରି ଆସିଛନ୍ତି । ବିଶେଷ କରି ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଅନୁଷ୍ଠିତ ଉପ ନିର୍ବାଚନରେ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ପ୍ରଚାର କରି ଦଳୀୟ ନେତୃବୃନ୍ଦଙ୍କ ପ୍ରଶଂସାର ପାତ୍ର ହୋଇଥିଲେ ସେ । ତାଙ୍କୁ ନୂତନ ଭାବେ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କରିଥିବାରୁ ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ,ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ,ଭଦ୍ରକ ବିଧାନସଭା ନେତା ଡ.ପ୍ରଦିପ ନାୟକ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପକ୍ଷରେ ଶ୍ରୀ ଜେନାଙ୍କୁ ଦଳ ଏହି ଗୁରୁ ଦାୟୀତ୍ୱ ଦେଇଥିବାରୁ ବନମାଳୀ ଜେନା,ରମେଶ ଜେନା,ରମାକାନ୍ତ ସେଠୀ,ପ୍ରଶାନ୍ତ ଜେନା,ସୁରେଶ ଦାସ,ଲୋକଦିପ ଦାସ,ସୀତାରାମ ବେହେରା,ମୁକ୍ତିକାନ୍ତ ବେହେରା,ଚକ୍ରଧର ସେଠୀ ପ୍ରମୁଖ ଖୁସି ବ୍ୟକ୍ତ କରିଥିବା ବେଳେ ଦଳକୁ ଯସର୍ଶି କରାଇବାରେ ଶ୍ରୀ ଜେନା ଅଗ୍ରଣୀ ଭୂମିକା ନିଭାଇବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.