Home ଜିଲ୍ଲା ପରିକ୍ରମା ଦୋକାନ ଗୃହ ସମ୍ମୁଖ ବ୍ୟକ୍ତିଗତ ଓ ସରକାରୀ ଜାଗାରେ ଗୃହ ନିର୍ମାଣ

ଦୋକାନ ଗୃହ ସମ୍ମୁଖ ବ୍ୟକ୍ତିଗତ ଓ ସରକାରୀ ଜାଗାରେ ଗୃହ ନିର୍ମାଣ

28

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଧିନ ଚାରିଗାଁ ପଞ୍ଚାୟତର କାର୍ତ୍ତୀକ ଚନ୍ଦ୍ର ସେଠୀ ଦୀର୍ଘ ବର୍ଷ ଧରି ନିଜର ବ୍ୟକ୍ତିଗତ ଜାଗାରେ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ଦୋକାନ ପାଶ୍ୱର୍ରେ ପରିତକ୍ତ ଗୃହ ଥିବାବେଳେ ଏହାର କିସମ ରାସ୍ତା ଅଟେ । ଏହାର ପ୍ଲଟ ନମ୍ବର-୧୧୧୭ ଏବଂ ଖାତା ନମ୍ବର-୫୫୨ ଥିବାବେଳେ ଏବେ ସେହି ରାସ୍ତା କିସମ ଉପରେ ଗ୍ରାମର ଜନୈକ ଖଳ ପ୍ରକୃତିର ଲୋକ ରଥ ପଣ୍ଡା ରାତିଅଧିଆ ବେଆଇନ ଭାବେ ଗୃହ ନିର୍ମାଣ କରୁଛନ୍ତି । ଯାହା ଫଳରେ ପୂର୍ବରୁଥିବା ଦୋକାନ ଗୃହରୁ ଆମ୍ଭେ ବାହାରି ପାରିବୁନାହିଁ,ଏଥିସହ ଗ୍ରାମବାସୀ ମାନେ ମଧ୍ୟ ବିଲ ବାଡ଼ିକି ଯିବାକୁ ଅସୁବିଧା ଭୋଗ କରିବେ ବୋଲି ଗ୍ରାମର କାର୍ତ୍ତୀକ ଚନ୍ଦ୍ର ସେଠୀ ଅଭିଯୋଗ କରିଛନ୍ତି । ଏନେଇ ସେ ପୂର୍ବରୁ ଭଦ୍ରକ ଜିଲ୍ଲାପାଳ,ବନ୍ତ ତହସିଲଦାର,ରାଜସ୍ୱ ନିରିକ୍ଷକ ଅଣିଜୋ ଏବଂ ଆଗରପଡ଼ା ଥାନା ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରି ସାରିଛନ୍ତି । ତେବେ ସବୁପରେ ମଧ୍ୟ ଗ୍ରାମର ରଥ ପଣ୍ଡା ନିଜର କଳ,ବଳ ଓ କୌଶଳ ଲଗାଇ ରାତିଅଧିଆ ଗେଡ଼୍‌ବିନ୍ ପକାଇ ଦେଇଛନ୍ତି । ଯାହାକୁ ନେଇ ଶ୍ରୀ ସେଠୀଙ୍କ ସମେତ ଚାରିଗାଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଇତି .ଲମଧ୍ୟରେ ବନ୍ତ ତହସିଲ ପକ୍ଷରୁ ଏହି ବିବାଦିୟ ଜମି ଉପରେ ନାଲି ପତାକା ଲଗାଯାଇ କାମ ବନ୍ଦ ରଖାଯାଇଛି । ଉପରୋକ୍ତ ଘଟଣା ପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି । ପ୍ରକାଶ ଥାଉକି ଅଭିଯୋଗକାରୀ କାର୍ତ୍ତୀକ ଚନ୍ଦ୍ର ସେଠୀଙ୍କ ନିଜସ୍ୱ ଗୃହକୁ ଭଡ଼ା ସୁତ୍ରରେ ନେଇ ରଥ ପଣ୍ଡା ଦୀର୍ଘ ବର୍ଷ ଧରି ଜଳଖିଆ ଦୋକାନ କରି ଆସୁଛନ୍ତି । ଏବେ ବିବାଦ ଦେଖା ଦେବାରୁ ଶ୍ରୀ ପଣ୍ଡା ଜୋର୍ ଜବରନ୍ ସରକାରୀ ଓ ନିଜସ୍ୱ ରାସ୍ତାକୁ ଘେରି ବେଆଇନ ଭାବେ ଗୃହ ନିର୍ମାଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.