Home ଓଡ଼ିଶା ଯୋଡା : ପନିପରିବା ବଗିଚା ମାଧ୍ୟମରେ ଦୀର୍ଘସ୍ଥାୟୀ ଜୀବନଜୀବିକାକୁ ପ୍ରୋତ୍ସାହନ ଯୋଗାଉଛି ଟାଟା ଷ୍ଟିଲ

ଯୋଡା : ପନିପରିବା ବଗିଚା ମାଧ୍ୟମରେ ଦୀର୍ଘସ୍ଥାୟୀ ଜୀବନଜୀବିକାକୁ ପ୍ରୋତ୍ସାହନ ଯୋଗାଉଛି ଟାଟା ଷ୍ଟିଲ

69

ଯୋଡା, ୮ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ମହାମାରୀ କରୋନା ଅନେକଙ୍କ ହାତରୁ କାମ ଦାନ ଛଡେଇନେଇଛି । କାମ ଦାନ ହରାଇ ଲୋକେ ଅନେକ ଦୁର୍ଦ୍ଦଶା ଭୋଗୁଥିବା ବେଳେ ପନିପରିବା ଚାଷ ଯୋଡା ଅଞ୍ଚଳରେ କେତେ ଲୋକଙ୍କୁ ବଞ୍ଚିବାର ବାଟ ଦେଖାଇଛି । ଗରିବ ଲୋକଟିଏ ସରକାରଙ୍କ ଠାରୁ ପଡିକାର୍ଡରେ ଚାଉଳ ପାଇଲେ ସୁଦ୍ଧା ପନିପରିବାରର ଆକାଶ ଛୁଆଁ ଦର ତାଙ୍କ ପାଇଁ ବୋଝ ଉପରେ ନଳିତାବିଡା ସାଜିଥିଲା । ତେବେ ପିଙ୍କି ମିଶ୍ରଙ୍କ ଭଳି ଅନେକ ମହିଳା ପନିପରିବା ଚାଷ କରି ସ୍ୱାବଲମ୍ବି ହେବା ସହ ଏବେ ବାହାର ବଜାରରେ ବିକ୍ରି କରି ଅନେକଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଯାଇଛନ୍ତି । ଏହି କରୋନା କଟକଣା ସମୟରେ ଘରେ ରହି ନିଜ ବଗିଚାରେ ପନିପରିବା ଚାଷ ଦ୍ୱାରା ତଟକା ଖାଦ୍ୟ ଯୋଗାଇବା ସହିତ ଆବଶ୍ୟକିୟ ପରିମାଣର ପୁଷ୍ଟିସାରଯୁକ୍ତ ସୁଷମ ଖାଦ୍ୟ ଯୋଗାଣ ନିମନ୍ତେ ନିଜ ପରିବାରଙ୍କୁ ସୁନିଶ୍ଚିତ କରିପାରିଛନ୍ତି । ଏବେ ପିଙ୍କିଙ୍କ ବଗିଚାରେ ହେଉଥିବା ଭଳିକିଭଳି ପରିବା ଚାଷରୁ ସେ ତାଙ୍କ ପରିବାରର ଆବଶ୍ୟକତା ପୁରଣ କରିବା ସହ ପାଖ ପଡୋଶୀ ତଟକା ପରିବାର ଯୋଗାଇବାରେ ସଫଳ ହୋଇପାରିଛନ୍ତି । ଆଉ ବଜାରକୁ ପରିବା ଆଣିବା ପାଇଁ ଚିନ୍ତା କରିବାକୁ ପଡୁନାହିଁ । ଏପରିକି ପିଙ୍କିଙ୍କ ସହାୟତାରେ ତାଙ୍କ ପାଖ ପଡୋଶି ନିଜ ନିଜ ବଗିଚାରେ ବିଭିନ୍ନ ପ୍ରକାରର ଚାଷ କରି ନିଜ ପରିବାରର ଚାହିଦା ମେଣ୍ଟାଇବା ପାଇଁ ସ୍ୱାବଲମ୍ବି ହେବାରେ ଲାଗିଛନ୍ତି । ଟାଟାଷ୍ଟିଲ ଫ।।ଉଣ୍ଡେସନ୍ ପକ୍ଷରୁ ୨୦୨୧ ଆର୍ଥିକ ବର୍ଷରେ ନିଜ କାର୍ଯ୍ୟକ୍ଷେତ୍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏହିପରି ପ୍ରାୟ ୮୦୦ ବଗିଚା ସ୍ଥାପନ ପାଇଁ ସହାୟତା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଚାଲିଥିବା ଜାତୀୟ ପୁଷ୍ଟି ସପ୍ତାହରେ ସଠିକ୍ ପୃଷ୍ଟିକର ଖାଦ୍ୟ ଗ୍ରହଣ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି । ବିଚ୍ଛାକୁଣ୍ଡିର ରେଣୁ ଲାଗୁରି ନିଜ ବଗିଚାରେ ପତ୍ରଯୁକ୍ତ ପ୍ରଜାତି ବ୍ୟତୀତ ୫ରୁ ଊର୍ଦ୍ଧ୍ୱ ପ୍ରକାର ପନିପରିବା ଚାଷ କରିଛନ୍ତି । ପନିପରିବା ବଗିଚାର ପ୍ରସାର ପାଇଁ ନିୟମିତ ଭାବେ ପ୍ରଶିକ୍ଷଣ ଓ କର୍ମଶାଳାର ପାଇଁ ଟାଟା କମ୍ପାନୀ ପକ୍ଷରୁ ଆୟୋଜନ କରାଯାଉଛି । ନିକଟରେ ୩୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନେଇ ବାଂଶପାଣି ବାରିକ ସାହି ଓ ଯୋଡ଼ା ବସ୍ତିରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଟାଟାଷ୍ଟିଲ ଯୋଡ଼ା ପାରିପାଶ୍ୱର୍ିକ ଉନ୍ନୟନ ବିଭଗର ଶାଖା ମୁଖ୍ୟ ରବିନ୍ଦ୍ର କୁମାର ତାଙ୍କ ବକ୍ତବ୍ୟରେ କୁହନ୍ତି ଯେ, ପୁଷ୍ଟିସାର ଓ ତନ୍ତୁଯୁକ୍ତ ପନିପରିବା ଚାଷର ଶୁଭାରମ୍ଭ ସହିତ ଏହି ପନିପରିବା ବଗିଚା ଜନଜାତି ଗୋଷ୍ଠୀ ଲୋକମାନଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଆମ ସଦସ୍ୟମାନେ ନିୟମିତ ଭାବେ ଚାଷୀମାନଙ୍କ ସହିତ ଯୋଗାଯୋଗ ରଖିବା ସହିତ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥାନ୍ତି । ଫଳରେ ସେମାନ ଚାଷରେ ବେସ ଉନ୍ନତି କରିବା ସହ ଚାଷକୁ ଏବେ ବ୍ୟବସାୟୀକରଣ କରିବାକୁ ଚେଷ୍ଟା କରୁଛନ୍ତି । ଫଳରେ ମହିଳାମାନେ ନିଜ ଉତ୍ପାଦନରେ ବୃଦ୍ଧି ଆଣିବା ସହିତ ନିଜ ପରିବାରର ଆବଶ୍ୟକତା ପୁରଣ ପରେ ବାକି ଉତ୍ପାଦ ଗୁଡ଼ିକୁ ବଜାରରେ ବିକ୍ରି କରିପାରିବେ । ଏହା ସହିତ ଟାଟା ଷ୍ଟିଲ ପକ୍ଷରୁ ଫଳ ବଗିଚାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ଏହି ପରିପେକ୍ଷୀରେ କୁନ୍ଦୁରୁପାଣି, ଜଳହରି, ଖଣ୍ଡବନ୍ଧ, ବେଲଦା, ବିଚ୍ଛାକୁଣ୍ଡି ଓ ବନ୍ଧୁଆବେଡ଼ାରେ ବାଡ଼ ନିର୍ମାଣ ସହିତ ରୋପଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି । ୨୦ ଏକରରେ ପରିବ୍ୟାପ୍ତ ୮ଟି ଫଳ ବଗିଚାରେ ୧୧୦୦ରୁ ଊର୍ଦ୍ଧ୍ୱ ଚାରାରୋପଣ କରାଯାଇଥିବା କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.