Home ଜିଲ୍ଲା ପରିକ୍ରମା ‘ମୁକ୍ତା’ ଯୋଜନାରେ ଧାମନଗର ଏନ୍‌ଏସିର ବିଭିନ୍ନ ପ୍ରକଳ୍ପର ଅର୍ଥ ମଞ୍ଜୁରକୁ ସାଧାରଣରେ ସ୍ୱାଗତ

‘ମୁକ୍ତା’ ଯୋଜନାରେ ଧାମନଗର ଏନ୍‌ଏସିର ବିଭିନ୍ନ ପ୍ରକଳ୍ପର ଅର୍ଥ ମଞ୍ଜୁରକୁ ସାଧାରଣରେ ସ୍ୱାଗତ

74

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନୂତନ ଏନ୍‌ଏସି ପ୍ରାୟ ୫ବର୍ଷ ହେବ ସ୍ଥାପନ ହୋଇଥିବାବେଳେ ତିନୋଟି ପଂଚାୟତକୁ ନେଇ ୧୧ଟି ୱାର୍ଡ଼ରେ ଏହା ଗଠିତ ହୋଇଛି । ଏଥିପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବାବେଳେ ପୁଣି ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଆହୁରି କାର୍ଯ୍ୟର ଆବଶ୍ୟକତା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଥିବାବେଳେ ସେ ଧାମନଗର ଏନ୍‌ଏସିକୁ ପ୍ରାୟ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିବାରୁ ଧାମନଗର ଏନ୍‌ଏସି ପକ୍ଷରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ସହରାଂଚଳ ଗରିବଙ୍କୁ ରୋଜଗାର ଯୋଗାଇ ଦେବାକୁ ‘ମୁକ୍ତା’ ଯୋଜନା । ଏହାଦ୍ୱାରା ଗରିବଙ୍କୁ ରୋଜଗାର ପାଇଁ ପ୍ରଥମ ପର୍ଯ୍ୟାୟରେ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ । ଓଡ଼ିଶାରେ ୧୧୪ଟି ପୌର ସଂସ୍ଥାରେ ରହୁଥିବା ଗରିବ ଲୋକମାନେ ଉପକୃତ ହେବା ସହ ସହରାଂଚଳ ଭିତିଭୂମୀ ସୁଦୃଢ ହେବ । ଏହି ପରିପ୍ରେକ୍ଷୀରେ ଧାମନଗର ଏନ୍‌ଏସିର ବିକାଶ ମୂଳକ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁକ୍ତା ଯୋଜନାରୁ ଅର୍ଥ ଅନୁଦାନ । ମୁକ୍ତା ଯୋଜନା ମାଧ୍ୟମରେ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦର ୧୧ଟି ୱାର୍ଡ଼ ସ୍ତରୀୟ ଭିତିଭୂମୀ ବିକାଶ ନିମନ୍ତେ ୬୭ଟି ପ୍ରକଳ୍ପ ପାଇଁ ୪କୋଟି ୧୯ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ ହୋଇଛି । ଏହି ଅବସରରେ ଧାମନଗର ନଗର ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଯାଇଛି । ନଗର ବିଜେଡ଼ି ସଭାପତି ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କ ନଗର ପ୍ରତିନିଧି ନେତା ଶରତଚନ୍ଦ୍ର ମହାନ୍ତି, ନଗର ବିଜେଡ଼ି ସଭାନେତ୍ରୀ ନିବେଦିତା ଜେନା, ନଗର ଯୁବ ବିଜେଡ଼ି ସଭାପତି ସେକ୍ ସୟଫୁଦ୍ଦିନ୍‌, ବରିଷ୍ଠ ବିଜେଡ଼ି ନେତା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଯୁବ ନେତା ସେକ୍ ରୋସ୍ତମ୍‌, ଜଗଦିସ୍ ପାତ୍ର, ଏମ୍‌ଡ଼ି ଫକିରୁଦ୍ଦିନ୍ ପ୍ରମୁଖ ଯୋଗଦେଇ ଏକ ଧନ୍ୟବାଦ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.