Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ଭର୍ଚୁଆଲ ମୋଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନା ଉଦଘାଟିତ

ଭଣ୍ଡାରିପୋଖରୀ – ଭର୍ଚୁଆଲ ମୋଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନା ଉଦଘାଟିତ

115

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପରିସରରେ ଆଜି ସନ୍ଧ୍ୟାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାଡ ବିତରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି । ଏଥିନେଇ ଅୟୋଜିତ ଉତ୍ସବରେ ବିଡିଓ ଦେବଦତ୍ତ ଦାଶ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ବ୍ଲକ ଶିଶୁ ଓ ମହିଳା ବିକାଶ ଅଧିକାରିଣୀ ନିର୍ଝରିଣୀ ରାଉତ, ବ୍ଲକ ମାର୍କେଟିଂ ଇନିସପେକ୍ଟର ରେବତୀଶ ସିଂ ନାୟକଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀ ଓ ପଞ୍ଚାୟତରାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବ୍ଲକର ୨୩ ପଞ୍ଚାୟତରେ ମୋଟ୨୭,୩୬୩ଟି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାଡ ବିତରଣ କରାଯିବ ବୋଲି ବିଡିଓ ଶ୍ରୀ ଦାଶ ଉତ୍ସବରେ ପ୍ରକାଶ କରିଥିଲେ । ଏହି କାର୍ଡ ଦ୍ୱାରା ଉନ୍ନତମାନର ଚିକିତ୍ସା ସେବା ଗରିବ ବ୍ୟକ୍ତମାନେ ପାଇପାରିବେ ବୋଲି ବିଡିଓ ସୂଚନା ଦେଇଥିଲେ । ଆଗାମୀ ଶନିବାର ଠାରୁ ପ୍ରତିଦିନ ବିଭିନ୍ନ ପଞ୍ଚାୟତରେ ଉତ୍ସବ ଅନୁଷ୍ଠିତ ହେବ । ସ୍ଥାନୀୟ ବିଧାୟକ ଶ୍ରୀ ସାମଲ ପ୍ରତ୍ୟେକ ପଞ୍ଚାୟତରେ ସ୍ମାର୍ଟକାଡ ବିତରଣ କରିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଶନିବାର ଦିନ ନେରଡା, ଝୁଟୁଣା, ବନ୍ଦାଳୋ-ମଢିଆଳି, ନାଆମୀ, ରାଜେନ୍ଦ୍ରପୁର ଓ ତେସିଙ୍ଗା ପଞ୍ଚାୟତରେ କାଡ ବିତରଣ କରାଯିବ । ରବିବାର ସରସଦା, କୁରିଗାଁ, ରହଣିଆ, ମାଳଦା, ନପଙ୍ଗ ଓ ଷୋଳମପୁର ପଞ୍ଚାୟତରେ କାଡ ବିତରଣ କରାଯିବ । ସେହିପରି ସୋମବାର ରାମଚନ୍ଦ୍ରପୁର, ରଣଜିତ, ବାଲିପୋଖରୀ, ନିର୍ଗଣ୍ଡି, ଜଳମଣ୍ଡୁଆ, ଓ ବିଷ୍ଣୁପୁର ପଞ୍ଚାୟତ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ବେଳେ ମଙ୍ଗଳବାର ସାନଶାସନ, ପାଟୁଳି, ନଗୁଆ, ବ୍ରାବନାପୁର ଓ ଶେଷରେ ଦକ୍ଷିଣବାଡ ପଞ୍ଚାୟତରେ ସ୍ମାର୍ଟକାଡ ବିତରଣ କରାଯିବ ବୋଲି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.