Home ଜିଲ୍ଲା ପରିକ୍ରମା ଧାମନଗର ବିଧାୟକଙ୍କ ଦ୍ୱାରା ମାରାଥାନ ଶିଳାନ୍ୟାସ ଓ ଉଦ୍‌ଘାଟନ

ଧାମନଗର ବିଧାୟକଙ୍କ ଦ୍ୱାରା ମାରାଥାନ ଶିଳାନ୍ୟାସ ଓ ଉଦ୍‌ଘାଟନ

54

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ ଆଜି ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ବ୍ଲକର ଦଳାଙ୍ଗ ପଂଚାୟତର ବାଘୁଆରି କମ୍ୟୁନିଟି ସେଣ୍ଟର, ପାଟୁଳିରେ ଗ୍ରାମ୍ୟ ରାସ୍ତା ଓ ବିରୁହାଁରେ ରାସ୍ତାର ଶୀଳା ନ୍ୟାସ କରିଥିବାବେଳେ ଦଳାଙ୍ଗ ପଂଚାୟତର ଆରଆଇ ଅଫିସ ଛକଠାରେ ନୂତନ ମାର୍କେଟ କମ୍ପେକ୍ସକୁ ବିଧାୟକ ଶ୍ରୀ ସେଠୀ ଉଦ୍‌ଘାଟନ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ଏକ ସଭାରେ ସମାଜସେବୀ କ୍ଷେତ୍ରବାସୀ ବାରିକଙ୍କ ସଭାପତିତ୍ୱରେ ଶ୍ରୀ ସେଠୀ ମୁଖ୍ୟଅତିଥିଭାବେ ଯୋଗଦେଇ ରାଜ୍ୟର ଅଥର୍ବ ସରକାର ଦୀର୍ଘବର୍ଷ ରହି ଓଡ଼ିଶାକୁ ବିକ୍ରୀ କରିବାକୁ ବସିଲାଣି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ମଧ୍ୟ କାର୍ଯ୍ୟ କରାଇବାର ସୁଯୋଗ ମଧ୍ୟ ଦେଉନାହିଁ । ତେବେ ଏହାକୁ ଭୃକ୍ଷେପ ନକରି କେନ୍ଦ୍ରର ବିଭିନ୍ନ ଯୋଜନା ଆଜି ଗାଁ ଗହଳିରେ ପହଂଚିପାରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଅଶୋକ କୁମାର ପୁହାଣ, ମିଡ଼ିଆସେଲର ଅଧ୍ୟକ୍ଷ ବୈକୁଣ୍ଠ ନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ମଲ୍ଲିକ, ଚତୁର୍ଭଜ ନାୟକ, ଅଜୟ ବଳ, ଅରବିନ୍ଦ ପତି, ରଣଜିତ୍ ମହାନ୍ତି, ପ୍ରମୋଦ ସୁତାର ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ କହିଥିବାବେଳେ ନବୀନ ସରକାର ତାଙ୍କ ବାପାଙ୍କ ନାମରେ ସ୍ୱାସ୍ଥ୍ୟକାର୍ଡ଼ ବାଣ୍ଟି ଯେଉଁ ଭେଳିକି ସୃଷ୍ଟି କରି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସ୍ଥାନୀୟ ସରପଂଚ ବିରେନ୍ଦ୍ର ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଅଜୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.