Home ଓଡ଼ିଶା ମିଳୁନି କାମଧନ୍ଦା ଲୋକେ ଖାଉଛନ୍ତି ଜଙ୍ଗଲ ଚେର କନ୍ଦା  ଜେସିବି ଖୋଳୁଛି ପୁଷ୍କରଣୀ

ମିଳୁନି କାମଧନ୍ଦା ଲୋକେ ଖାଉଛନ୍ତି ଜଙ୍ଗଲ ଚେର କନ୍ଦା  ଜେସିବି ଖୋଳୁଛି ପୁଷ୍କରଣୀ

192

ନୟାଗଡ/୧୧/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କରୋନା ସମୟରେ ଲୋକମାନେ କାମଧନ୍ଦା ନପାଇ ଦୁଃଖ କଷ୍ଟରେ ଚଳୁଛନ୍ତି । ଅନେକ ଜାଗାରେ ଲୋକମାନେ କାମଧନ୍ଦା ନପାଇ ଜଙ୍ଗଲ ର ଚେର , ମୂଳ , କନ୍ଦା ଖାଉଥିବା ବେଳେ ସେମାନଙ୍କୁ କାମ ନଯୋଗାଇ ମେସିନ୍ ଦ୍ୱାରା ପୋଖରୀ ଖୋଳା କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି । ସେଭଳି ଅଭିଯୋଗ ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ରେ । ରଣପୁର ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୨୫ ରୁ ୩୦ କିଲୋ ମିଟର ଦୂରତ୍ୱ ରେ ରିଜର୍ଭ ଜଙ୍ଗଲ ମଧ୍ୟରେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ । ଏହି ଗ୍ରାମ ପଞ୍ଚାୟତ ର ଅଧିବାସୀ ମାନଙ୍କର ଚାଷ ଜମି ଅଧିକ ନଥିବାରୁ କାମଧନ୍ଦା ପାଇଁ  କେରଳ ଆଦି ଅଂଚଳ କୁ ଦାଦନ ଖଟିବାକୁ ଯାଇଥାନ୍ତି । ନହେଲେ ଜଙ୍ଗଲ ରୁ ଟୁଙ୍ଗା , କରବା ଓ ସଡପ କନ୍ଦା ଖିରୀ କରି ଖାଇଥାନ୍ତି । ସେହି ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ବେତୁଲି ଫରେଷ୍ଟ ଅଧିନ ଟିକି ରାଇପଡା ଗ୍ରାମ ର ପଡା ଗ୍ରାମ ସୁଆଙ୍ଗ ଠାରେ ହାତୀ ମାନେ ଗାଧୋଇବା ଓ ପାଣି ପିଇବା ପାଇଁ ଏକ ପୋଖରୀ କାମ୍ପା ଯୋଜନା ରେ ଖୋଳା ଯାଉଅଛି । ସେହି ପୋଖରୀ କାମ ରେ ସ୍ଥାନୀୟ ଲୋକଙ୍କୁ କାମ ନଦେଇ ଓ ଡି ୦୨ଏଚ୍ ୫୬୯୦ ନମ୍ବର ବିଶିଷ୍ଟ ଗୋଟିଏ ଜେସିବି ମେସିନ୍ ଓ ଦୁଇଟି ଟ୍ରାକ୍ଟର ଦ୍ୱାରା ପୋଖରୀ ଖୋଳା ଯାଉଥିବା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆଣୀଛନ୍ତି ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଜାମୁଗଣ୍ଡ ଗ୍ରାମର କୃଷ୍ଣଚନ୍ଦ୍ର ନାୟକ ଓ ଅନ୍ୟମାନେ ।

ସେମାନଙ୍କ ଅଭିଯୋଗ ଅନୁଯାଇ  ଆମ ଅଂଚଳ ବାସୀ କମଧନ୍ଦା ନପାଇ ଜଙ୍ଗଲ ର ଚେର ଓ କନ୍ଦା ଆଦି ଖାଉଥିବା ବେଳେ ବନ ବିଭାଗ ଆମ ଲୋକ ଙ୍କୁ କାମରେ ନଲଗାଇ ମେସିନ୍ ଦ୍ୱାରା ପୋଖରୀ ଖୋଳୁଛନ୍ତି ।  କାର୍ଯ୍ୟର ସ୍ୱଚ୍ଛତା ପାଇଁ କାର୍ଯ୍ୟସ୍ଥଳ ରେ କାର୍ଯ୍ୟ ପୂର୍ବରୁ କାର୍ଯ୍ୟ ସର୍ମ୍ପକରେ ସୂଚନା ଫଳକ ମରାଯିବା କଥା । କିନ୍ତୁ ସୂଚନା ଫଳକ ମରାଯାଇ ନାହିଁ । ଏ ସର୍ମ୍ପକେ ବେତୁଲି ଫରେଷ୍ଟର ହରଶ ପଟ୍ଟନାୟକ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ କେତେ ଟଙ୍କା ପୋଖରୀ ଖୋଳିବା ପାଇଁ ଆସିଛି ତାହା ମୁଁ ଜାଣିନି  ରେଞ୍ଜର କହିବେ । ଏବଂ ଏହି ପୋଖରୀ ଖୋଳାକାମ ମେସିନ୍ ଦ୍ୱାରା ହେବା ପାଇଁ ଆସିଛି । ସୂଚନା ଫଳକ ସର୍ମ୍ପକେ କୁହନ୍ତି ପୋଖରୀ ଖୋଳାସରିବା ପରେ ସୂଚନା ଫଳକ ମରାଯିବ । ଏ ସର୍ମ୍ପକେ ରଣପୁର ବନାଞ୍ଚଳ ରେଞ୍ଜର ଶରତ ଚନ୍ଦ୍ର ଶତପଥି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଏହି ସୁଆଙ୍ଗ ଠାରେ ଖୋଳାଯାଉଥିବା ପୋଖରୀ ପାଇଁ କାମ୍ପା ଯୋଜନା ରେ ୫ ଲକ୍ଷ ୯୬ ହଜାର ଟଙ୍କା ଆସିଅଛି । ଏହା ଶ୍ରମ ଭିତ୍ତିକ ନୁହେଁ । ସେହି ଅଂଚଳ ରେ ଶ୍ରମିକ ମାନଙ୍କ ଅଭାବ ଯୋଗୁଁ ବନ ବିଭାଗ ର ଅନେକ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବନ୍ଦ ହୋଇଗଲାଣି  । ତେଣୁ ଅଭିଯୋଗ ଭିତ୍ତିହୀନ । ଅପର ପକ୍ଷେ ଏହି ଅଂଚଳ ବାସୀ କାମଧନ୍ଦା ନମିଳିଲେ ଜଙ୍ଗଲରୁ ଚେର , କନ୍ଦା ଆଦି ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.