Home ଓଡ଼ିଶା ମାସ୍କ,ପିପିଇ କିଟ କିଣାରେ ଦୁର୍ନତୀର ତଦନ୍ତ ଦାବିକରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତଳିକା...

ମାସ୍କ,ପିପିଇ କିଟ କିଣାରେ ଦୁର୍ନତୀର ତଦନ୍ତ ଦାବିକରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତଳିକା ଦାହ କଲେ କଂଗ୍ରସ ଦଳ

62

ମାଲକାନଗିରି,୧୧ା୬ (ଓଡିଆ ପୁଅ )ମହାମାରି କରୋନା ଭୟରେ ସମଗ୍ରବିଶ୍ୱବାସୀ ଆତଙ୍କିତ ହୋଇ ଲଢାଇ ଜାରି ରଖିଥିବା ବେଳେ ରାଜ୍ୟସରକାର ମାସ୍କ,ପିପିଇକିଟ ଓ ଅନ୍ୟାନ ମେସିନ କିଣାରେ କୋଟି କୋଟି ଟଙ୍କାର ଦୁର୍ନିତୀ କରିଥିବାରୁ ଏହାର ନିରପକ୍ଷ ତଦନ୍ତ ଦାବିକରିଛି ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳ । ଆଜି ଜିଲ୍ଲାକଂଗ୍ରେସ ଦଳ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାସଭାପତି ଗୋବିନ୍ଦ ପାତ୍ର ଙ୍କ ନେତୃତ୍ୱରେ ପ୍ରାୟ୫୦ରୁ ଉର୍ଦ୍ଦ କଂଗ୍ରେସ ନେତା ଓ କର୍ମୀମାନେ ଲକଡାଉନ ନିୟମ ମାନି ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷାକରି ଏକସୋଭା ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିଥିଲେ ।ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନପଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋରଦାସ ଓ ବରିଷ୍ଟ ଆଇଏଏସ ଅଫିସର ଏଚ.କେ.ଶର୍ମାଙ୍କ କୁଶପୁତଳିକା ଦାହ କରିଛନ୍ତି । ମାସ୍କ,ପିପିଇ କିଟ କିଣା ରେ ହୋଇଥିବା ମହାଦୁର୍ନିତୀର ନିରପକ୍ଷ ତଦନ୍ତ କରାଯାଉ,ଦୁର୍ନିତୀରେ ଲିପ୍ତଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଇଏସ ଅଧିକାରୀ ତୁରନ୍ତ ଇସ୍ତପା ଦିଅନ୍ତୁ ଦାବିକରି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ୬ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ସୋଭାଯାତ୍ରା ଓ ବିକ୍ଷୋଭରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାକଂଗ୍ରେସ କାର୍ଯ୍ୟକାରୀ ସଭାପତି ରାମପ୍ରସାଦ ପଟନାୟକ,ମାଲା ମାଢି,ଲକ୍ଷମ୍‌ୀ ପ୍ରୀୟା ନାୟକ,କମଳାବରାଳ,ଜି.ଶ୍ରୀନିବାସ ରାଓ,ପର୍ଶୁରାମଭକ୍ତ,ଲକ୍ଷମୀ କାନ୍ତ ମହାରଣା, ପଦ୍ମପାଙ୍ଗି, ପେଣ୍ଡ୍ରାପଣ୍ଡା, ପି.କେଶୁରାଓ, ପ୍ରଭାକର ପାଳ,ଛବିଦାସ ପ୍ରମୁଖ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.