Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଓଡିଶା ପୁଷ୍ଟି ମହୋତ୍ସବ ପାଳିତ

ମାଲକାନଗିରି ଜିଲ୍ଲାରେ ଓଡିଶା ପୁଷ୍ଟି ମହୋତ୍ସବ ପାଳିତ

37

ମାଲକାନଗିରି,୬ା୧୨ ( ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡିଶା ଜିବୀକା ମିଶିନ, ମିଶନ ଶକ୍ତୀ,ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଶା ପୁଷ୍ଟି ମହୋତ୍ସ,ସୁଷମ ଖାଦ୍ୟ,ପନିପରିବା ପ୍ରଦର୍ଶନୀ ଅନୁଷ୍ଟିତ ହୋଇଯାଇଛି । ଆଜି ମାଲକାନଗିରି ବ୍ଲକସ୍ଥ ସମସା ପଚାଂୟତ ଠାରେ ଆୟୋଜିତ ଓଡିଶା ପୁଷ୍ଟି ମହୋତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ଜିବୀକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ପବିତ୍ରମୋହନ ବାରା,ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ସାସ୍ୱତୀ ରାଉତ,ଜୟନ୍ତୀ ବୁରୁଦା ଯୋଗଦେଇଥିଲେ । ମୋ ଉପକାରୀ ବଗୀଚା ମାଧ୍ୟମରେ ଗ୍ରାମୀଣ ମହିଳା, ଶିଶୁ ମାନଙ୍କ ଖାଦ୍ୟ ସୁରକ୍ଷା ଓ ପୁଷ୍ଟିବର୍ଦ୍ଦନ ,ବାଡିବଗିଚାରେ ଫଳୁଥିବା ପନିପରିବାରୁ ୧୦ପ୍ରକାର ସୁଷମ ଖାଦ୍ୟ ଓ ଏହାର ଉପକାରିତା ଓ ସଂପର୍କରେ ମଚାଂଶିନ ଅତିଥି ମାନେ କହିଥିଲେ । ଏହି ଅବସରେ ମହିଳା ସ୍ୱୟଂସହାୟକ ଗୋଷ୍ଠି କୃଷି ମିତ୍ର,ମହିଳା ଚାଷୀ ମାନଙ୍କ ଦ୍ୱାରା ଉତ୍ପାଦିତ ପନିପରିବା,ପୃଷ୍ଠିକର ଖାଦ୍ୟ ମେଳାର ଆୟୋଜନ କରାଯାଇଥିଲା । ଜିଲ୍ଲାର ୯୩ଟି ଗ୍ରାମପଚାଂୟତ ରେ ୬ତାରିଖ ଠାରୁ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ପୁଷ୍ଟି ମହୋତ୍ସବ ପାଳିତ ହେଉଛି ।ପ୍ରଥମ ପର୍ଯ୍ୟାୟରେ ଆଜି ତମସା,ଗୌଡଗୁଡା,ସୋରିଶମାଳ ପଚାଂୟତ ଠାରେ ଓଡିଶା ପୁଷ୍ଟି ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଅଙ୍ଗନ ଓ୍ୟର୍ଡା କର୍ମୀ, ଆଶାକର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଟି,ଗ୍ରାମୀଣ ମହିଳା,ଶିଶୁ ମାନଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ,ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.