Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଅଜଣାରୋଗ ଆତଙ୍କ,ଜଣେ ମୃତ,୨୦ ଆକ୍ରାନ୍ତ,ଡାକ୍ତରୀ ଦଳଙ୍କ ରକ୍ତ ନମୁନା ସଂଗ୍ରହ

ମାଲକାନଗିରି ଜିଲ୍ଲାରେ ଅଜଣାରୋଗ ଆତଙ୍କ,ଜଣେ ମୃତ,୨୦ ଆକ୍ରାନ୍ତ,ଡାକ୍ତରୀ ଦଳଙ୍କ ରକ୍ତ ନମୁନା ସଂଗ୍ରହ

95

ମାଲକାନଗିରି,୧୪ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଅଜଣାରୋଗର ଆତଙ୍କ ଲୋକଙ୍କ ପିଛା ଛାଡୁନାହିଁ । ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଚାଂୟତ ନିକଟବର୍ତି ଏମଭି୭୫ ଗ୍ରାମରେ ଅଜଣା ରୋଗରେ ଜଣେ ବାଳକ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବାବେଳେ ସେହି ଗ୍ରାମର ପ୍ରାୟ ୨୦ରୁ ଉର୍ଦ୍ଦ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡିଛି । ରୋଗର ଲକ୍ଷଣ ପ୍ରଥମେ ଆଖି,ଦେହ ହାତ ଜଳାପୋଡା ହୋଇ ଜ୍ୱର ହୋଇ ଦେହହାତ ଘୋଳାବିନ୍ଧା ଆରମ୍ଭ ହୋଇ ଯାଏ । ଏହିପରି ଲକ୍ଷଣ ସେହି ଗ୍ରାମର ଶଙ୍କର ନନ୍ଦୀଙ୍କ ପୁଅ ସୁଦିପ୍ତ ନନ୍ଦୀ(୧୭)ଙ୍କର ଦେଖା ଦେଇଥିଲା । ତାଙ୍କୁ ପ୍ରଥମେ କାଲିମେଳା ହସପିଟାଲ କୁ ନେଇ ଚିକିତ୍ସା କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହସପିଟାଲରେ ପହଁଚିଲା ପରେ ସୁଦିପ୍ତ ଙ୍କର ମୃତ୍ୟୁ ଘଟିଥିଲା । ଅଜଣା ରୋଗରେ ଜଣଙ୍କର ମୃତ୍ୟୁ ଘଟିବା ଦେଖି ଗାଁକୁ ପୁଣି ଜାପାନୀ ଜ୍ୱର ଲେଉଟିଲା କି ଭାବି ଅନ୍ୟ ଆକ୍ର୍‌ାନ୍ତ ଙ୍କ ପରିବାର ମାନେ ଭୟଭିତ ହୋଇ ପାଖ ଗାଁରୁ ଗୁଣିଆ,ଦିଶାରୀ ଙ୍କୁ ଡାକି ଝଡାଫୁଙ୍କା ଆରମ୍ଭ କରିଦେଇଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ଗତ ୨୦୧୬ ମସିହାରେ ଜିଲ୍ଲାର କାଲିମେଳା,କୋରକୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା,ଏହି ମୃତ୍ୟୁର କାରଣ କଣ ଜାଣିବା ପାଇଁ ରାଜ୍ୟ ଓ କେନ୍ଦ୍ରରୁ ଅନୁଧ୍ୟାନକାରି ଡାକ୍ତରୀଦଳ ଓ ବିଶେଷଜ୍ଞ ମାନେ ମାଲକାନଗିରି ଆସି ଅନୁଧ୍ୟାନ କରି ଏହା ଜାପାନୀ ଜ୍ୱର ବୋଲି ଜାଣିବାକୁ ପାଇ ସେହି ରୋଗର ପ୍ରତିକାର ବ୍ୟବସ୍ଥା କରିଥିଲେ । ଗତ ସପ୍ତାହକ ମଧ୍ୟରେ ଏହି ଅଜଣା ରୋଗରେ ଗୋଟିଏ ଗ୍ରାମରେ ୨୦ରୁ ଉର୍ଦ୍ଦ ଲୋକ ଆକ୍ରାନ୍ତ ଓ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ପାଇ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା ଅଜୟକୁମାର ବୈଠାରୁ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଓ କାଲିମେଳା ହସପିଟାଲରୁ ଏକ ଡାକ୍ତରରି ଦଳ ଆଜି ସେହି ଗ୍ରାମକୁ ଯାଇ ସ୍ୱତନ୍ତ୍ର ଭାବେ କ୍ୟାମ୍ପକରି ଆକ୍ରାନ୍ତ ମାନଙ୍କ ରକ୍ତନମୁନା ସଂଗ୍ରହ କରି ଚିକିତ୍ସା ଆରମ୍ଭ କରିଛନ୍ତି । ସୁଚନା ଯୋଗ୍ୟଯେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟା ଠାରୁ ବହୁତ କମ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଥିବାରୁ ଅଧିକାଂଶ ଡାକ୍ତରଖାନାରେ ରୋଗିମାନେ ଠିକ ଭାବେ ସ୍ୱାସ୍ଥ୍ୟ ସେବା ପାଇପାରୁନଥିବାରୁ ବାଧ୍ୟ ହୋଇ ଗାଁଗହଳର କ୍ୱାକ ଓ ଦିଶାରୀ ଗୁଣିଆ ଙ୍କ ଉପରେ ନିର୍ଭର କରିଥାନ୍ତି । ଜନସଚେତନତା ଅଭାବରୁ କେତକ ଆଦିବାସୀ ଗ୍ରାମବାସି ଅନ୍ଧବିଶ୍ୱାସରେ ବଶବର୍ତି ହୋଇ ପିଲା ହେଉବା ବଡ ଲୋକ ହେଉ ଯାହାକୁ କିଛି ରୋଗ ହେଲା ଡାକ୍ତର ଖାନା କୁ ନ ଯାଇ ପ୍ରଥମେ ଗାଁର ଦିଶାରୀ ପାଖକୁ ଯାଇଥାନ୍ତି,ସେଠାରେ କୁକୁଡା ଛେଳି ପୂଜାକରି ବଳିପକାଇ ରୋଗୀକୁ ଝଡା ଫୁ୍‌ଙ୍କା କରିଥାନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.