Home ଓଡ଼ିଶା ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୩ଟି ସ୍ଥାନରେ ରହି ବ୍ରତ କରିବେ...

ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୩ଟି ସ୍ଥାନରେ ରହି ବ୍ରତ କରିବେ ତିନି ହଜାର ହବିଷ୍ୟାଳୀ

183

ଭୁବନେଶ୍ୱର, ୧୪.୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଭିଡିଓ କଫରେନ୍ସିଂ ଜରିଆରେ ପୁରୀରେ ଚଳିତ ବର୍ଷ ପାଇଁ ହବିଷ୍ୟାଳୀ କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ହବିଷ୍ୟାଳୀମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବାକୁ କହିଥିଲେ।

ସୂଚନାଯୋଗ୍ୟଯେ, ଚଳିତ ବର୍ଷ ପୁରୀରେ ୩ଟି ସ୍ଥାନରେ ତିନି ହଜାର ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ରେଲୱେ ଟୁରିଷ୍ଠ କ୍ୟାମ୍ପସ ଠାରେ ୯୦୦ ଏବଂ ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପରେ ୬୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ନୂତନ ଭାବେ ନିର୍ମିତ ନରେନ୍ଦ୍ର କୋଣ ହବିଷ୍ୟାଳୀ କେନ୍ଦ୍ରରେ ୧୫୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରଟି ବିଦ୍ଧିବଧ ଭାବେ ଉଦ୍‌ଘାଟିତ ନ ହୋଇଥିଲେ ମଧ୍ୟ ଏଠାରେ ହବିଷ୍ୟାଳୀମାନଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଛି। ରେଲୱେ ଟୁରିଷ୍ଟ କମ୍ପୁସରୁ ହବିଷ୍ୟାଳୀମାନଙ୍କୁ ମନ୍ଦିରକୁ ନେବା ଆଣିବା କରିବାପାଇଁ ୩ଟି ବସ୍‌ମଧ୍ୟ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ ଆଜି ସୁଦ୍ଧା ୨୫୭୭ ଜଣ ହବିଷ୍ୟାଳୀ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇସାରିଛନ୍ତି ଏବଂ ତନ୍ମଧ୍ୟରୁ ୨୧୮୩ ଜଣ ବିଭିନ୍ନ କେନ୍ଦ୍ରରେ ରହି ବ୍ରତ ଆରମ୍ଭ କରିଛନ୍ତି।

ହବିଷ୍ୟାଳୀ ମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଜିଲ୍ଲାର ୫୦୦ ସରକାରୀ ଅଧିକାରୀ ଓ ଷ୍ଟାଫ, Youth for Better Puri ସଂସ୍ଥାର ୧୨୦ ସ୍ୱେଚ୍ଛାସେବୀ ଏବଂ ରେଡ଼କ୍ରସର ୬୦ ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ହବିଷ୍ୟାଳୀ ମାନଙ୍କ ବ୍ରତ ପାଇଁ ସମସ୍ତ ପ୍ରକାର କରାଯାଉଛି। ସେମାନଙ୍କ ରହିବା ବ୍ୟବସ୍ଥା ସହିତ ମହାପ୍ରସାଦ ସେବନ, ଏକାଦଶୀ ଦିନ ଫଳ ସେବନ ବ୍ୟବସ୍ଥା ଓ ସଂଧ୍ୟାରେ ପାଲା, ଦାଶକାଠିଆ ଓ ପ୍ରବଚନ ଆଦିର ବ୍ୟବସ୍ଥା ମଧ୍ୟ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.