Home ଜିଲ୍ଲା ପରିକ୍ରମା ମଞ୍ଜୁରୀରୋଡରେ ୧୦୮ ଆମ୍ବୁଲାନ୍ସ ସେବା ଉଦଘାଟିତ

ମଞ୍ଜୁରୀରୋଡରେ ୧୦୮ ଆମ୍ବୁଲାନ୍ସ ସେବା ଉଦଘାଟିତ

10

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ) ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଆଜି ଉଦଘାଟିତ ହୋଇଛି । ୨୨ଂ ଜିଲ୍ଲାପରିଷଦ ସଭ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳଙ୍କ ସଭାପତିତ୍ୱରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ଉତ୍ସବରେ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି, ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର, ଭଣ୍ଡାରିପୋଖରୀ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର କମଳାକାନ୍ତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସେବା ସ୍ଥାନୀୟ ଅଞ୍ଚଳର ରୋଗୀମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ଆଶା ପ୍ରକାଶ କରି ଆମ୍ବୁଲାନ୍ସ ଲୋକାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଜାତା ଜେନା, ଯୁବ ସମାଜସେବୀ ମୁକୁନ୍ଦଦେବ ସାମଲ, ଡ ରଶ୍ମିରଞ୍ଜନ ସାହୁ, ରାଜେନ୍ଦ୍ରପୁର ସରପଞ୍ଚ ପ୍ରତିନିଧି ଜଗନ୍ନାଥ ଭାରତୀ, ନାଆମୀ ସରପଞ୍ଚ ସଦାଶିବ ଦାସ, ପୂର୍ବତନ ସରପଞ୍ଚ ଜଗନ୍ନାଥ ଜେନା, ବନ୍ଦାଳୋ-ମଢିଆଳି ସମିତି ସଦସ୍ୟ ପ୍ରଦୀପ ଜେନା ପ୍ରମୁଖ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସାଧାରଣଙ୍କ ପାଇଁ ଉଲ୍ଲେଖନୀୟ ପ୍ରଗତୀ ହାସଲ କରିଛନ୍ତି । ମଞ୍ଜୁରିରୋଡକୁ ୧୦୮ ଆମ୍ବୁଲାନ୍ସ ଯୋଗାଣ ଏହାର ଏକ ଉଦାହରଣ ବୋଲି କହିଥିଲେ । ମଞ୍ଜୁରୀରୋଡ ଡାକ୍ତରଖାନାର ଡାକ୍ତର ଦେବାଶିଷ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମେଡିକାଲ ସୁପରଭାଇଜର ନବଘନ ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମେଡିକାଲ ପରିସରରେ ଆଶା ପ୍ରଶିକ୍ଷଣ କେନ୍ଦଚୁ ଅତିଥିମାନେ ଉଦଘାଟିନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.