Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ବ୍ରହ୍ମାକୁମାରୀ ଆଶ୍ରମ ପରିଦର୍ଶନ

ଜିଲାପାଳଙ୍କ ବ୍ରହ୍ମାକୁମାରୀ ଆଶ୍ରମ ପରିଦର୍ଶନ

54

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ନୂତନ ବର୍ଷ ଉପଲକ୍ଷେ ଏକ ସ୍ନେହମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ବରିଷ୍ଠ ସଂପାଦକ କଟକରୁ ଅରୁଣ କୁମାର ପଣ୍ଡା, ମୁଖ୍ୟ ଜିଲା ଚିକିତ୍ସାଧିକାରୀ ସନ୍ତୋଷ ପାତ୍ର, ବରିଷ୍ଠ ଅଧିବକ୍ତା ନିରକାର ଯେନା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପଣ୍ଡିତ ଦୟାନିଧି ଦାଶ ପ୍ରମୁଖ ଆୟୋଜିତ ସ୍ନେହମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟ ସଂଚାଳିକା ମଂଜୁ ଭଉଣୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧିର ବର୍ଷ ହେଉ ବୋଲି ଶୁଭ ବାର୍ତ୍ତା ପ୍ରଦାନ କରିଥିଲେ । ଅତିଥିମାନଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ ସହ ବ୍ରହ୍ମାଭୋଜନରେ ଆପ୍ୟାୟିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.