Home ଓଡ଼ିଶା ମାଲକାନଗିରି କୋଭିଡ-୧୯ ହସପିଟାଲ ପରିଦର୍ଶନ କରି ସ୍ଥିତି ପରଖିଲେ ବିଧାୟକ

ମାଲକାନଗିରି କୋଭିଡ-୧୯ ହସପିଟାଲ ପରିଦର୍ଶନ କରି ସ୍ଥିତି ପରଖିଲେ ବିଧାୟକ

100

ମାଲକାନଗିରି,୧୧ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ପୁରଣା ହସପିଟାଲ ଠାରେ ଖୋଲା ଯାଇଥିବା ସ୍ୱତନ୍ତ୍ର କରୋନା ରୋଗୀ ଚିକିତ୍ସାଳୟ  କୁ ଆଜି ମାଲକାନଗିରି ବିଧାୟକ ଆଦିତ୍ୟମାଢି ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । କରୋନା ସନ୍ଧିଗ୍ଧ ଓ ଆକ୍ର୍‌ାନ୍ତଙ୍କ ପାଇଁ ଏହି କୋଭିଡ-୧୯ ହସପିଟାଲରେ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଠା ହୋଇ ୧୫୦ ଶଯ୍ୟା ରଖାଯାଇ ରୋଗୀଙ୍କ ପାଇଁ ଚିକିତ୍ସାର ବ୍ୟବସ୍ଥା କରାଯାଇଛି,ଏଠାରେ ସ୍ୱତନ୍ତ୍ର ଭାବେ କରୋନା ରୋଗୀ ସଂପର୍କରେ ତାଲିମ ପ୍ରାପ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ମୂତୟନ କରାଯାଇଛି । ବିଧାୟକ ହସପାଟିଲ ପରିଦର୍ଶନ କରି ସିଡିଓମଓ ,ଡାକ୍ତର, ନର୍ସ, ଓ ସ୍ୱସ୍ଥ୍ୟକର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ବ୍ୟତିତ ବିଧାୟକ ଆଦର୍ଶବିଦ୍ୟାଳୟ, ବିଇଡି କଲେଜ ଠାରେ ଖୋଲାଯାଇଥିବା ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ର ଆଇଶୋଲେସନ୍ କୋଠରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସମସ୍ତ ବ୍ୟବସ୍ଥା ବୁଲି ଦେଖି ବିବାଗୀୟ ଅଧିକାରୀ ମାନଙ୍କ ସହିତ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.