Home ଜିଲ୍ଲା ପରିକ୍ରମା ଭଦ୍ରକରେ ଦ୍ୱାଦଶ ଶ୍ରଦ୍ଧାଞଳି ସମାରୋହ; ଗାନ୍ଧୀବାଦୀ କପିଳ ଚରଣ ସଦା ବନ୍ଦନୀୟ

ଭଦ୍ରକରେ ଦ୍ୱାଦଶ ଶ୍ରଦ୍ଧାଞଳି ସମାରୋହ; ଗାନ୍ଧୀବାଦୀ କପିଳ ଚରଣ ସଦା ବନ୍ଦନୀୟ

23

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ କପିଳ ଚରଣ ଦାସ ସ୍ମୃତି ସମିତି ଓ ଗାନ୍ଧୀ ଓଡିଶା ବାଳାଶ୍ରମ ମିଳିତ ଆନୁକୁଲ୍ୟରେ ସନ୍ଥ ସଂଗ୍ରାମୀ କପିଳ ଚରଣ ଦାସଙ୍କ ୧୨ ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ଉତ୍ସବ ବାଳାଶ୍ରମ ପରିସରରେ କୋଭିଡ୍ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଅଛି । ଭଦ୍ରକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଡ. ମନିନ୍ଦ୍ର ମହାନ୍ତି, ମୁଖ୍ୟ ବକ୍ତା ଭାବରେ ଅମୃତ ଦର୍ଶନର ସମ୍ପାଦକ ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଏସ୍‌. ଏମ୍‌. ଫାରୁକ, କବିୟତ୍ରୀ ଶାନ୍ତିଲତା ନାଗ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ କପିଳ ଚରଣ ଦାସଙ୍କ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ଭୁମିକା, ଦେଶପ୍ରେମ ଓ ସେବା ପରାୟଣତା ସର୍ମ୍ପକରେ ମତବ୍ୟକ୍ତ କରିଥିଲେ । ସେ ନିଶ୍ଚିତ ଭାବେ ଅନନ୍ତକାଳ ପର୍ଯ୍ୟନ୍ତ ସ୍ମରଣୀୟ ଓ ବନ୍ଦନୀୟ ହୋଇ ରହିବା ସହ ଆଗାମୀ ଉତ୍ତରପିଢ଼ୀ ପାଇଁ ଏକ ଆଲୋକ ବର୍ତ୍ତିକା ସଦୃଶ ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଡ. ମନିନ୍ଦ୍ର ମହାନ୍ତିଙ୍କ ଦ୍ୱାରା ରଚିତ “ଓଡିଶା ବାହାରେ ଓଡିଆ” ପୁସ୍ତକର ଶୁଭ ଉନ୍ମୋଚନ କରାଯାଇଥିଲା । ଶିଶୁ ଚିତ୍ରଶିଳ୍ପୀ ଶ୍ରୀ ଶଶିକାନ୍ତ ବହଳୀଙ୍କ ଦ୍ୱାରା ଅଙ୍କାଯାଇଥିବା ସଂଗ୍ରାମୀ କପିଳ ଚରଣ ଦାସଙ୍କ ଫଟୋଚିତ୍ରକୁ ଉନ୍ମୋଚନ କରାଯିବା ସହ ଶିଶୁଶିଳ୍ପୀଙ୍କୁ ସର୍ମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରତ୍ୟୁଷରେ ସର୍ବଧର୍ମ ପ୍ରାର୍ଥନା, ତିଳତର୍ପଣ, ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଭା ପ୍ରାରମ୍ଭରେ ଲୁଣିଆ ଗୁଳିକାଣ୍ଡରେ ସହୀଦ ହୋଇଥିବା ଅମର ସହୀଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ପ୍ରଖ୍ୟାତ ସାହ୍ୟିତିକା ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟା ତଥା ସମାଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡ. ମନୋରମା ମହାପାତ୍ରଙ୍କ ବିୟୋଗ ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କଳାକାର କାଳନ୍ଦୀ ମଳିକ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିବା ପରେ ସ୍ମୃତି ସମିତିର ସମ୍ପାଦକ ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ ଦାସଙ୍କ ସଂଯୋଜିତ ପୂଜ୍ୟପୂଜ୍ୟା କାର୍ଯ୍ୟକ୍ରମରେ ସମାଜସେବୀ ସୁଧାକର ରାଉତ, ଡ. ବାଇଧର ସାହୁ, ଅଧିବକ୍ତା ମନୋରଞ୍ଜନ ମହାନ୍ତି, ଯୁବ ସମାଜସେବୀ ଜ୍ୟୋତି ପ୍ରକାଶ ମହାନ୍ତି, ଶିକ୍ଷାବିତ୍ ବୈକୁଣ୍ଠ ଯେନା, ରୋଟାରିଆନ ଗୟାଧର ପଣ୍ଡା, ନାଟ୍ୟଶ୍ରୀ ନିର୍ମଳ ରାଉତ, ମନୋଜ ପଣ୍ଡା, ପୁରୁବାଇ କନ୍ୟାଶ୍ରମର ସମ୍ପାଦିକା ସୁମତି ମହାନ୍ତି, ଉର୍ଦ୍ଦୁର୍ୁକବି ମୁସ୍ତାକ ଗୌହର, ଅଧିବକ୍ତା ନିରାକାର ଜେନା, ଡା. କିରଣ କୁମାର ଗୁଇଁ ପ୍ରମୁଖ ଯୋଗ ଦେଇ ସନ୍ଥ ସଂଗ୍ରାମୀ କପିଳ ଚରଣ ଦାସଙ୍କ ନୀତି ଓ ଆର୍ଦଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । କଣ୍ଠଶିଳ୍ପୀ ପ୍ରଜ୍ଞାଶ୍ରୀ ଦାସ, ରାମନାରାୟଣ ପଣ୍ଡା, ଦୀପକ ରାୟ ମହାପାତ୍ର, ଉମାକାନ୍ତ ପୁଣ୍ଟିଆ, ଶୁଭମ ସିଂ, ଆବାହନ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗାନ୍ଧୀ ବାଳାଶ୍ରମର ଅଧୀକ୍ଷକ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.