Home ଜିଲ୍ଲା ପରିକ୍ରମା ବଡ଼ ସରକାର ବାବାଙ୍କ ୭ମ ବାର୍ଷୀକ ଉତ୍ସବ, ନିରାଡମ୍ବର ଭାବେ ପାଳିତ ହେଲା ‘ଫାତେହା’

ବଡ଼ ସରକାର ବାବାଙ୍କ ୭ମ ବାର୍ଷୀକ ଉତ୍ସବ, ନିରାଡମ୍ବର ଭାବେ ପାଳିତ ହେଲା ‘ଫାତେହା’

42

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ରୋଡ଼ ସ୍ଥିତ ସରକାର ନଗର ଖାନକାହା ଠାରେ ବିଶିଷ୍ଟ ଧର୍ମଗୁରୁ ସୁଫି ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ୭ମ ବାର୍ଷୀକ ‘ଫାତେହା’ ଉତ୍ସବ ଓଡ଼ିଶା ସରକାରଙ୍କ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବେ ପାଳିତ ହୋଇଛି । ବାବାଙ୍କ ଭକ୍ତମାନେ ଖାନାକାହା ନଆସି ନିଜ ନିଜ ଘରେ ରହି ଫାତେହା ଉତ୍ସବ ପାଳନ କରିଛନ୍ତି । ସୂଚନାଯୋଗ୍ୟ ପ୍ରତ୍ୟେକ ବର୍ଷ ଆମ ରାଜ୍ୟ ସହିତ ଓଡ଼ିଶା ବାହାର ରାଜ୍ୟର ଭକ୍ତମାନେ ଏହି ଉତ୍ସବରେ ଯୋଗଦାନ କରି ଆସୁଥିଲେ । ଏହି ଉତ୍ସବରେ ଲକ୍ଷାଧିକ ଭକ୍ତ ଆସୁଥିଲେ ଓ ଫାତେହା ଉତ୍ସବରେ ଯୋଗଦାନ କରି ଚାଦର ଶୋଭାଯାତ୍ରାରେ ଯାଇ ବାବାଙ୍କ ସମାଧୀରେ ଚାଦର ଚଢ଼ାଉଥିଲେ । ଏହି ଅବସରରେ ଏକ ବିଶାଳ ଧର୍ମସଭାର ମଧ୍ୟ ଆୟୋଜନ ହେଉଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଗତ ୨ବର୍ଷ ଧରି ଉତ୍ସବ ଫିକା ପଡ଼ିଛି । ବଡ଼ ସରକାର ବାବାଙ୍କ ୨୪ ସେପ୍ଟେମ୍ବର ଉତ୍ସବ ପାଇଁ ଖାନକାହ ସରିଫ ୨୩/୨୪ ଦୁଇ ଦିନ ପାଇଁ କମିଟି ପକ୍ଷରୁ ମୁଖ୍ୟ ଫାଟକ ବନ୍ଦ ରଖାଯାଇଥିଲା । କରୋନା ମହାମାରୀ କାରଣରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନର ନିୟମକୁ ମାନି ଗୁଲଶନେ ଗୌଷପାକ ଖାନକାହା କମିଟି ପକ୍ଷରୁ ବଡ଼ ସରକାର ବାବାଙ୍କ ଗୋସଲଖାନୀ କରାଯାଇଥିଲା । ସକାଳ ନମାଜ ପାଠ ସାରି ମିଲାଦ ସରିଫ ଚାଦର ଚଢ଼ାଇ ଫାତେହା କାର୍ଯ୍ୟକ୍ରମ ହୋଇଥିଲା ଓ ଏହି କାର୍ଯ୍ୟକ୍ରମରେ ୭ଜଣ ଉପସ୍ଥିତ ଥିଲେ ବୋଲି କମିଟିର ସଂପାଦକ ଶେଖ ଅତା ମୋହିଦ୍ଦିନ ଏକ ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି । ନିଜର କୋଭିଡ-୧୯ ବାର୍ତ୍ତାରେ ଖାନକାହାର ମୁଖ୍ୟ ଫାଟକ ବନ୍ଦ ଥିବାରୁ ଓ ଭକ୍ତମାନେ ନିଜ ନିଜ ଘରେ ରହି ଫାତେହା କରିଥିବାରୁ କମିଟି ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ପୌର କର୍ତ୍ତୃପକ୍ଷଙ୍କ ସହଯୋଗକୁ ମଧ୍ୟ କମିଟି ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.