Home ଜିଲ୍ଲା ପରିକ୍ରମା ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଊନବିଂଶତମ ସ୍ମୃତି ଶ୍ରଦ୍ଧାଞ୍ଜଳି, ଭାରତ ତଥା ଓଡ଼ିଶା ଇତିହାସକୁ ଡ. ଜଗନ୍ନାଥ...

ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଊନବିଂଶତମ ସ୍ମୃତି ଶ୍ରଦ୍ଧାଞ୍ଜଳି, ଭାରତ ତଥା ଓଡ଼ିଶା ଇତିହାସକୁ ଡ. ଜଗନ୍ନାଥ ପଟ୍ଟନାୟକଙ୍କ ଅବଦାନ ସ୍ମରଣୀୟ

56

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗବେଷଣା ଓ ଜିଜ୍ଞାସା ବଳରେ ଇତିହାସକୁ ଲୋକଲୋଚନକୁ ଆଣିବା ଦିଗରେ ସମଗ୍ର ଭାରତ ବର୍ଷରେ ଯେଉଁ କେତେଜଣ ଐତିହାସିକ ଓ ଗବେଷକ ଆପ୍ରାଣ ଉଦ୍ୟମ କରିଛନ୍ତି, ସେମାନଙ୍କ ଭିତରୁ ଓଡ଼ିଶାର ଐତିହାସିକ ପ୍ରଫେସର ଡ. ଜଗନ୍ନାଥ ପଟ୍ଟନାୟକ ସ୍ମରଣୀୟ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦ ପକ୍ଷରୁ ଆୟୋଜିତ ସ୍ୱର୍ଗତ ପଟ୍ଟନାୟକଙ୍କ ଊନବିଂଶତମ ସ୍ମୃତି ସଭାରେ ଯୋଗଦେଇ ବିଶିଷ୍ଟ ଗବେଷକ ଓ ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି । ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବରେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାର ଅନେକ ଅନାଲୋଚିତ ତଥ୍ୟ ଡଃ. ପଟ୍ଟନାୟକ ବହୁ ପରିଶ୍ରମ ଓ ଅନୁସନ୍ଧାନ ବଳରେ କେବଳ ଆଲୋକକୁ ଆଣିଥିଲେ ତାହା ନୁହେଁ, ସେ ସବୁର ତର୍ଜମା କରି ଅଧିକ ଆଲୋଚନା ପାଇଁ ଭିତ୍ତିସ୍ଥାପନ କରିପାରିଥିଲେ । ସମ୍ମାନିତ ଅତିଥି ଭାବେ ଅଟଳ ବିହାରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଲାଇ ଓ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡ. ଅଭୟ କୁମାର ଦାସ ଯୋଗ ଦେଇ କହିଥିଲେ ଯେ ନିଜେ ଗବେଷଣା କରିବା ସଂଗେ ସଂଗେ ଅନେକ ଗବେଷକ ସୃଷ୍ଟି କରିବା ଐତିହାସିକ ଡ. ପଟ୍ଟନାୟକଙ୍କର ଲକ୍ଷ୍ୟ ଥିଲା ଏବଂ ସେ ଦୃଷ୍ଟିରୁ ଗବେଷଣା ଦିଗରେ ସେ ଅନେକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଜଣେ ଉତ୍ତମ ଓ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ଯେପରି ପରିଚିତ ଥିଲେ, ସେହିପରି ମଧ୍ୟ ଇତିହାସ ପାଠ୍ୟପୁସ୍ତକ ରଚନାରେ ତାଙ୍କ ଭଳି ନିଷ୍ଠାପର ଲେଖକ ଓଡ଼ିଶାରେ ବିରଳ । ଅନୁଷ୍ଠାନର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସମାରୋହରେ ଯୁଗ୍ମ ସଂପାଦକ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କବୟିତ୍ରୀ ଗୀତାରାଣୀ ଆଇତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ରାମଚନ୍ଦ୍ର ପଣ୍ଡା, ଡ. ଅବନୀ ପ୍ରଧାନ, ଡାକ୍ତର ପ୍ରଦୀପ କୁମାର ନାୟକ ପ୍ରମୁଖ ପ୍ରଫେସର ଡ. ଜଗନ୍ନାଥ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କବି ବିଜୟ ବହଳୀ ବେଦପାଠ କରିଥିବା ବେଳେ, ଡ. ପ୍ରଭାତ ନଳିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସ୍ମୃତି ସଭାରେ ସର୍ବଶ୍ରୀ ଡ. ରାଜକିଶୋର ସାହୁ, ଡ. ମମତା ସାହୁ, ସୁଧାକର ରାଉତ, ଇଂ. ବିମ୍ବାଧର ବ୍ରହ୍ମ, ହରମୋହନ କୁଅଁର, ଅଧ୍ୟାପକ ମନୋଜ ସ୍ୱାଇଁ, ଅଧ୍ୟାପକ ଅଶୋକ କୁମାର ନାୟକ, ଶକୁନ୍ତଳା ନାୟକ, ଅରୂପାନନ୍ଦ ନାୟକ, ସାମ୍ବାଦିକ ଅଶୋକ ନାୟକ, ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ପଣ୍ଡା, ଶିକ୍ଷାବିତ୍ ହରମୋହନ ଜେନା, ଅରବିନ୍ଦ ଗିରି ପ୍ରମୁଖ ଉପସ୍ଥିତ ଥିଲେ । କବୟତ୍ରୀ ପ୍ରୀତିଲତା ପଣ୍ଡା, ଦୁଃଶାସନ ମହାନ୍ତି, ସଂଗ୍ରାମ ସାହୁ, ମନୋଜ ଦାସ ପ୍ରମୁଖ ଉତ୍ସବ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ତଥା ଦୈନିକ ‘ସମାଜ’ ସମ୍ବାଦପତ୍ରର ପୂର୍ବତନ ସଂପାଦିକା ଦିବଂଗତ ମନୋରମା ମହାପାତ୍ରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.