Home ଜିଲ୍ଲା ପରିକ୍ରମା ବ୍ରାହ୍ମଣଗାଁ ପଂଚାୟତ ମାର୍କେଟ୍ କମ୍ପେ୍ଲକ୍ସ ବଣ୍ଟନରେ ଅନିୟମିତତା , ସଦୟ ସେବା ସଂଗଠନ ପକ୍ଷରୁ ଜିଲାପାଳଙ୍କୁ...

ବ୍ରାହ୍ମଣଗାଁ ପଂଚାୟତ ମାର୍କେଟ୍ କମ୍ପେ୍ଲକ୍ସ ବଣ୍ଟନରେ ଅନିୟମିତତା , ସଦୟ ସେବା ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଅଭିଯୋଗ ପତ୍ର

26

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ବ୍ରାହ୍ମଣ ଗାଁ ରେ ଥିବା ସଦୟ ସେବା ସଂଗଠନ ପକ୍ଷରୁ ବିପିନ୍ କୁମାର ନାୟକ, ସତ୍ୟ ନାରାୟଣ ସାହୁ, ତପନ ବେହେରା, ସୂର୍ଯ୍ୟ କୁମାର ପାଣିଗ୍ରାହୀ ପ୍ରମୁଖ ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ଭେଟି ବ୍ରାହ୍ମଣଗାଁ ପଂଚାୟତରେ ହୋଇଥିବା ମାର୍କେଟ୍ କମ୍ପେ୍ଲକ୍ସ ଏପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇନଥିବାବେଳେ କିଛି ନିର୍ଦ୍ଦିଷ୍ଟ ଦଳର ନେତା ଉକ୍ତ ଘରଗୁଡିକୁ ନିଜ ମଧ୍ୟରେ ବାଣ୍ଟି ନେଇଥିବାର ଅଭିଯୋଗ କରିଛନ୍ତି । ସଂଗଠନ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ର ମୂଳେ ବ୍ରାହ୍ମଣଗାଁ ବଜାରରେ ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ବ୍ୟବସାୟୀ ବ୍ୟବସାୟ କରନ୍ତି । ଯେଉଁମାନେ ଉକ୍ତ ଘର ପାଇବା ପାଇଁ ପ୍ରକୃତ ହିତାଧିକାରୀ ଅଟନ୍ତି । ମାତ୍ର ନିର୍ଦ୍ଦିଷ୍ଟ ଦଳୀୟ ନେତାମାନେ ମାର୍କେଟ୍ କମ୍ପେ୍ଲକ୍ସ ଉକ୍ତ ଘର ଗୁଡିକୁ ବେଆଇନ୍ ଭାବେ ନେଇଯାଇଥିବାରୁ ସରକାରଙ୍କ ନିୟମ ଅନୁସାରେ ଏଗୁଡିକୁ ପ୍ରକୃତ ବ୍ୟବସାୟୀଙ୍କୁ ବଣ୍ଟନ କରାଗଲେ ସେମାନେ ଉପକୃତ ହେବେ ବୋଲି ଅବଗତ କରାଯାଇଛି । ଏବଂ ଏହି ଘରଗୁଡିକ ବଣ୍ଟନ ସମୟରେ ସେମାନଙ୍କୁ ଅବଗତ କରାଗଲେ ପ୍ରକୃତ ହିତାଧିକାରୀ ତାହା ପାଇବେ ବୋଲି କୁହାଯାଇଛି । ଏଣୁ ଜିଲାପାଳ ଶ୍ରୀ ମାଝୀ ଏ ଦିଗରେ ଦୃଷ୍ଟିଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.