Home ଜିଲ୍ଲା ପରିକ୍ରମା ଆଡମିଶନ ଫି ବୃଦ୍ଧିକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଆଡମିଶନ ଫି ବୃଦ୍ଧିକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

22

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ସମଗ୍ର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖା ଚାଲିଛି । କିନ୍ତୁ ନାମ ଲେଖା ସମୟରେ ପ୍ରାୟ ସମସ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଉନ୍ନୟନ ଫି ନାମରେ ଅତ୍ୟଧିକ ଅର୍ଥ ଆଦାୟ କରୁଛନ୍ତି । ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛି । ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଏହି ମର୍ମରେ ଏକ ସ୍ମାରକପତ୍ର ଭଦ୍ରକ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି । ସଂଗଠନର ଜିଲ୍ଲା ସଭାପତି ସୌମ୍ୟରଂଜନ ବାରିକ, ମହମ୍ମଦ ସାକିର, ସେକ୍ ନଜରୁଲ ହେଦୋ, ରାଜବ ଲୋଚନ ବାରିକ, ସିଜଦା ଖାନ ପ୍ରମୁଖ ଜିଲ୍ଲାପାଳଙ୍କୁ ଏହି ସ୍ମାରକପତ୍ର ଦେବା ସହ ପରୀକ୍ଷା ଫି ସମ୍ପୂର୍ଣ୍ଣ ଛାଡ଼ କରିବା ସହିତ ନାମଲେଖା ଫି କମାଇବାକୁ ଦାବି କରିଛନ୍ତି । ଶ୍ରୀ ବାରିକ କହିଛନ୍ତିଯେ ଗତ ୨ବର୍ଷ ଧରି କୋଭିଡ କବଳରେ ମାନବ ସମାଜ କବଳିତ । ଲଗାତର ଲକ ଓ ସଟ୍ ଡାଉନ ପାଇଁ ସମାଜର ପ୍ରତିଟି ବର୍ଗର ଲୋକଙ୍କ ଆର୍ଥୀକ ମାନଦଣ୍ଡ ଦୋହଲି ଯାଇଛି । ସରକାର ଏହାକୁ ସ୍ୱୀକାର କରୁଛନ୍ତି । ତେଣୁ ପ୍ରାୟ ସମସ୍ତ ବର୍ଗର ଲୋକଙ୍କୁ ସରକାର ବିଭିନ୍ନ ପ୍ରକାର ସହାୟତା ରାଶୀ ଯୋଗାଇ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ କଲେଜ କର୍ତ୍ତୃପକ୍ଷଙ୍କ ନାମଲେଖା ସମୟରେ ଫି ବୃଦ୍ଧି ଅମାନବୀୟ ଓ ଏହା ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି । ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଏହି ଫି ବୃଦ୍ଧି ପାଇଁ ବହୁତ ଛାତ୍ର ଛାତ୍ରୀ ନିଜର ନାମ ଲେଖାଇ ପାରି ନାହାନ୍ତି । ତେଣୁ ତୁରନ୍ତ ଜିଲ୍ଲାପାଳ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ନାମଲେଖା ଫି କମାଇବାକୁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.