Home ଜିଲ୍ଲା ପରିକ୍ରମା ବାସୁଦେବପୁରରେ ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଚଢ଼ଉ

ବାସୁଦେବପୁରରେ ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଚଢ଼ଉ

27

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଜିଲ୍ଲା ଖାଦ୍ୟ ନିରାପତ୍ତା ପଦବୀ ନ୍ୟସ୍ତ ଅଧିକାରୀ ତଥା ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାର ଡ଼ି.ପି.ଏଚ୍‌.ଓ. ଡ଼ା ଭାରତୀ ରାଉତଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସଙ୍କ ନେତୃତ୍ୱରେ ବାସୁଦେବପୁରରେ ଚଢ଼ଉ କରାଯାଇଥିଲା। ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଆଇସ୍‌କ୍ରିମ୍ ଦୋକାନ, ଅଟାକଳ, ଦୁଗ୍‌ଧ ବିକ୍ରୟ କେନ୍ଦ୍ରମାନଙ୍କରେ ଧରପଗଡ଼ କରାଯାଇ ବାସି ଖାଦ୍ୟ ଦ୍ରବ୍ୟ ସବୁ ନଷ୍ଟ କରି ଦିଆଯାଇଥିଲା। ଖାଦ୍ୟ ନିରାପତ୍ତା ଆଇନ୍ ୨୦୦୬ ଧାରା ୬୯ ଆଇନ୍ ଅବମାନନା ଆଧାରରେ ୨୦୦୦/- ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହି ଆଇନ୍ ବିଷୟରେ ଦୋକାନୀ ମାନଙ୍କୁ ସଚେତନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.