Home ଓଡ଼ିଶା ଧାମନଗର ଉପନିର୍ବାଚନରେ ପ୍ରାର୍ଥୀଙ୍କ ନାମ ଘୋଷଣା, ବିଜେଡି ନିର୍ବାଚନୀ ପ୍ରଚାରରେ ମନ୍ତ୍ରୀ ପ୍ରୀତିରଞ୍ଜନ ଓ ସାଂସଦ...

ଧାମନଗର ଉପନିର୍ବାଚନରେ ପ୍ରାର୍ଥୀଙ୍କ ନାମ ଘୋଷଣା, ବିଜେଡି ନିର୍ବାଚନୀ ପ୍ରଚାରରେ ମନ୍ତ୍ରୀ ପ୍ରୀତିରଞ୍ଜନ ଓ ସାଂସଦ ମଂଜୁଲତା

33

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ୩ ତାରିଖ ଘୋଷଣା ହେବା ପରେ ଚଳିତ ମାସ ୧୪ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ଆଜି ପ୍ରାର୍ଥୀ ପ୍ରତ୍ୟାହାର ସମୟ ଥିବାବେଳେ କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିବାରୁ ସମୁଦାୟ ୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବେ ବୋଲି ସ୍ଥିର ହୋଇଛି। ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଦୁଇଜଣ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସଙ୍କ ନାମାଙ୍କନ କାଏମ ରହିଥିବାର ଜଣାପଡିଛି। ଧାମନଗର ଉପନିର୍ବାଚନରେ ଆଜିଠାରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ଏଥିରେ ବିଜେଡି ନିଜର ପ୍ରଚାରକୁ ଆଗରେ ରଖିଛି। ଆଜି ଦୋବଲ ଜୋନ୍‌ର ଦଳାଙ୍ଗ, ପଧାନୀ, ସୋହଡା, କରଦା, ଖଡିପଦା, ଆନନ୍ଦପୁର, ମୁସ୍ତାଫାପୁର ଓ ଦୋବଲ ପଂଚାୟତର ବିଭିନ୍ନ ସ୍ଥାନରେ ବିଜେଡିର ନିର୍ବାଚନୀ ପ୍ରଚାର ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡି ବିଧାୟକ ପ୍ରାର୍ଥୀ ଅବନ୍ତୀ ଦାସ ଭୋଟ ଭିକ୍ଷା କରିଥିଲେ। ଏହି ସଭାରେ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଯାଜପୁର ବିଜେଡି ଜିଲା ସଭାପତି ସରୋଜ ମହାପାତ୍ର, ଭଦ୍ରକ ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦ ଦେବ ସାମଲ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ବିନୋଦ ନାୟକ, ମଳୟ ଜେନା ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ବିଜୟ ନିମନ୍ତେ ଉପସ୍ଥିତ ଜନସାଧାରଣ ଓ କର୍ମୀମାନଙ୍କୁ ଅନୁରୋଧ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୋବଲ ଜିଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ପ୍ରତାପ ସାମଲ, ସମିତିସଭ୍ୟ ବିଦ୍ୟାଧର ରାଉତ, ସରପଞ୍ଚ ଲୋପାମୁଦ୍ରା ନାୟକ, ମମତା ଆଚାର୍ଯ୍ୟ, ମୀନ ମାଝୀ, ବରିଷ୍ଠ ବିଜେଡି ନେତା ନିତ୍ୟାନନ୍ଦ ମିଶ୍ର, ଶରତ ମାଝୀ, ପ୍ରଶାନ୍ତ ବିଶ୍ୱାଳ, ଆନନ୍ଦ ସାହୁ, ବିରଞ୍ôଚ ମହାଳିକ, ଟୁଟୁ ବଳ, ବିଷ୍ଣୁ ମିଶ୍ର ଓ ମାନସ ବାରିକ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.