Home ଜିଲ୍ଲା ପରିକ୍ରମା ପତ୍ରିକା ବର୍ଣ୍ଣାଳୀର ବର୍ଣ୍ଣାଢ଼୍ୟ ଲୋକାର୍ପଣ

ପତ୍ରିକା ବର୍ଣ୍ଣାଳୀର ବର୍ଣ୍ଣାଢ଼୍ୟ ଲୋକାର୍ପଣ

25

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସମ୍ପାଦନାର କଳା ଓ ସମ୍ପାଦକର ଦାୟବଦ୍ଧତା ଏକ ପତ୍ରିକାକୁ ଉନ୍ନତ ପରିପାଟ୍ଟୀ ଓ ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ କରି ଗଢ଼ି ତୋଳିଥାଏ ଏବଂ ଏହିପରି ପତ୍ରିକା କାଳ ନିରବଧି ନିଜର ସ୍ଥାୟୀତ୍ୱ ବଜାୟ ରଖିବା ସହିତ ପାଠକୀୟ ଆଦୃତି ଲାଭ କରିଥାଏ ବୋଲି ସାହିତ୍ୟ ସଂସ୍କୃତି ଓ କଳା ଭାସ୍କର୍ଯ୍ୟର ପରମ୍ପରାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଥିବା ଭଦ୍ରକୀୟ ଅସ୍ମିତାର ପ୍ରତୀକ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାହିତ୍ୟ ପତ୍ରିକା ‘ବର୍ଣ୍ଣାଳୀ’ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ପ୍ର. ବଳରାମ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବର୍ଷୀୟାନ୍ ସାହିତ୍ୟିକ ତଥା ‘ବର୍ଣ୍ଣାଳୀ’ର ପ୍ରକାଶକ ତିହିଡ଼ି ଲେଖକ ସାମ୍ମୁଖ୍ୟର ସଭାପତି ଭଗବାନ ନାୟକ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ଡ. ଅଭୟ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ନାଟ୍ୟକାର ବିଜୟ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସ୍ତମ୍ଭକାର ଅଭୟ ଦ୍ୱିବେଦୀ ପତ୍ରିକାର ସମୀକ୍ଷା ବକ୍ତବ୍ୟ ରଖିଥିଲେ। ତ୍ୟାଗଭୂମିର ସଂଗଠନ ସମ୍ପାଦକ ସୁଧାକର ରାଉତ ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ କବି ଡ. ମମତା ସାହୁ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ କରିଥିଲେ। ତିହିଡ଼ି ଲେଖକ ସାମ୍ମୁଖ୍ୟର ସମ୍ପାଦକ ରାମ ନାରାୟଣ ନାୟକ ବିଭୂତି ସେନାପତିଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ବର୍ଣ୍ଣାଳୀର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ତ୍ୟାଗଭୂମିର ସଦସ୍ୟ ଗୌରାଙ୍ଗ ଚନ୍ଦ୍ର ବାରିକ, ଅରୂପ ନାୟକ ଓ ଅଶୋକ ଦାସ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ର. ଗୋଲକ ସାହୁ, ଆଇନ୍‌ଜୀବୀ ଗଦାଧର ବଳ, ପ୍ର. ରାଜକିଶୋର ସାହୁ, କବି ଅଭିଜିତ ନାୟକ, ବାବୁଲାଲ ଦାସ, ହରିଶ୍ଚନ୍ଦ୍ର ଦାସ, ବିପ୍ଳବ ହୋତା, ବସନ୍ତ ନାୟକ, ଆଦିତ୍ୟ ନାୟକ, ଦେବେନ୍ଦ୍ର ମହାଳିକ, କୈଳାଶ ପଣ୍ଡା, ବସୁମିତ୍ର ସାହୁ ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଥିଲେ। ଗାଳ୍ପିକ ନୀଳମାଧବ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.