Home ଜିଲ୍ଲା ପରିକ୍ରମା ବାଙ୍କା ବଜାର ପୂଜା କମିଟି ପକ୍ଷରୁ ବନ୍ଧୁ ମିଳନ

ବାଙ୍କା ବଜାର ପୂଜା କମିଟି ପକ୍ଷରୁ ବନ୍ଧୁ ମିଳନ

53

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଦଶହରା ଅବସରରେ ପୁରୁଣାବଜାରସ୍ଥିତ ବାଙ୍କାବଜାର ଠାରେ ଦୁର୍ଗା ପୂଜା କମିଟି ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସହରର ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଭଦ୍ରକ ମୁସଲିମ୍ ଜମାତ୍‌ର ସଭାପତି ଜାତୀୟ ସଦଭାବନା ପୁରସ୍କାରପ୍ରାପ୍ତ ହାଜୀ ମହମ୍ମଦ ଅବଦୁଲ ବାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ମୁସଲିମ ଜମାତ୍‌ର ସହ ସଂପାଦକ ଅବଦୁଲ ମୁକିତ୍ ଖାଁ, ଫେଲୋସିପ୍‌ର ଅଧ୍ୟକ୍ଷ ଏସ.ଏମ.ଫାରୁକ୍‌, ସମାଜସେବୀ ସୁଧାକର ରାଉତ୍‌, ହିନ୍ଦୁ ସୁରକ୍ଷା କମିଟିର ସଭାପତି ବିଦ୍ୟାଧର ସାହୁ, ୟୁନାନୀ ଡାକ୍ତର ହକିମୁଦ୍ଦିନ ଖାଁ, ସାଳନ୍ଦୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ବାଇଧର ସାହୁ, ଶେଖ ଜୁଲଫୂକର, କବି ମୁସ୍ତାକ ଗହ୍ୱର, ଗାନ୍ଧୀ ବାଳାଶ୍ରମର ସଂପାଦକ ଅଶୋକ ଦାସ ଯୋଗ ଦେଇଥିଲେ । ସେମାନେ ପୁରୁଣାବଜାର ଅଞ୍ଚଳର ଦୁର୍ଗା ମୂଜାର ଐତିହ୍ୟ ଓ ଭାଇଚାରା ଉପରେ ମତ ରଖିଥିଲେ । ସେମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଅତିଥିମାନେ ଉମାପଦ ସିଂ, ସୁନିଲ କୁମାର ଚକ୍ରବର୍ତ୍ତୀ, ନରେନ୍ଦ୍ର କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଭଦ୍ରକ ଭାଇଚାରାର ସହର । ପ୍ରତ୍ୟେକ ମୁସଲମାନଙ୍କ ପର୍ବରେ ହିନ୍ଦୁମାନେ ସାମିଲ ହେବା ଓ ହିନ୍ଦୁ ପର୍ବପର୍ବାଣୀରେ ମୁସଲମାନମାନେ ସାମିଲ ହେବା ଏହି ଭାଇଚାରାର ନିଦର୍ଶନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ବନ୍ଧୁ ମିଳନ ଉତ୍ସବକୁ କମିଟିର ସଭାପତି କମଳାକାନ୍ତ ପରିଡ଼ା, ସଂପାଦକ ନରେନ୍ଦ୍ର ସାହୁ, ସୌମ୍ୟରଂଜନ ଦାସ, କିଶୋର କୁମାର ପଣ୍ଡା, ଅମର କୁମାର ସାହୁ, ଦିଲ୍ଲୀପ ଚକ୍ରବର୍ତ୍ତୀ, ଦୀପଙ୍କର ଚକ୍ରବର୍ତ୍ତୀ, ପୂଜା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.