Home ଜିଲ୍ଲା ପରିକ୍ରମା ବିମଳା ନାଟ୍ୟ ସଂସଦ ପକ୍ଷରୁ ନରସିଂହ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ

ବିମଳା ନାଟ୍ୟ ସଂସଦ ପକ୍ଷରୁ ନରସିଂହ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ

21

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ରାନ୍ଦିଆ ପଂଚାୟତ ହାଇସ୍କୁଲ ଠାରେ ବିମଳା ନାଟ୍ୟ ସଂସଦ ପକ୍ଷରୁ ନରସିଂହ ମହାପାତ୍ରଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା କୋଭିଡ୍ ନିୟମ ଅନୁସାରେ ଅଧିବକ୍ତା ସନ୍ତୋଷ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଇଂ. ଅଶୋକ କୁମାର ମହାନ୍ତିଙ୍କ ଆମନ୍ତ୍ରଣ କ୍ରମେ ଅତିଥିବୃନ୍ଦ ମଂଚାସୀନ ହୋଇ ସ୍ୱର୍ଗତ ମହାପାତ୍ରଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭଉଦ୍‌ଘାଟନ କରାଯାଇଥିଲା । କ୍ଷୀରାବାଦ୍ଧି ତନୟା ପଣ୍ଡା ଉଦ୍‌ଘାଟନୀ ମନ୍ତ୍ର ପାଠ କରି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ମହିନୀମୋହନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ଗୌରାଙ୍ଗ ଚନ୍ଦ୍ର ବାରିକ ସ୍ୱାଗତ ଭାଷଣ କରିଥିଲେ । ସ୍ୱର୍ଗତ କବିଙ୍କ ଗୀତ ‘ଫୁଲ ରସିଆ’ରେ ଶିଶୁ ଶିଳ୍ପୀ ବନ୍ଧନା ପ୍ରିୟଦର୍ଶନୀ ଜେନାଙ୍କ ନୃତ୍ୟ ପରିବେଷଣ ପରେ ସମ୍ମାନିତ ଅତିଥି ପଣ୍ଡିତ ରତ୍ନାକର ମିଶ୍ର ଓ ଅର୍ଜ୍ଜୁନ ଚରଣ ମହାନ୍ତି ନିଜସ୍ୱ ମତ ରଖିଥିଲେ । ମିନତୀ ବାରିକ ପୁରାତନ ଗୀତ ‘ମନ ମାନେନା’ର ମୌଳିକ ସ୍ୱର ସଂଯୋଜନା କରି କଣ୍ଠ ଦାନ କରିଥିଲେ ।

ଦେବିଦତା ମହାନ୍ତି, ରାମଚନ୍ଦ୍ର ପଣ୍ଡା, ବିଜୟ ବହଳୀ, ଅମୀୟ ମହାପାତ୍ର, ଦୁଶାସନ ଗାହାଣ, ଅଭିବକ୍ତା ଅଗଣୀ ଜେନା ପ୍ରମୁଖ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କାର ପ୍ରତିଭା ନାଟ୍ୟକାର ସୁଧାକର ନନ୍ଦ ଓ ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ପୁର୍ଣ୍ଣଚନ୍ଦ୍ର ବହଳୀ, ସମ୍ମାନିତ ଅତିଥି ପ୍ରଫେସର ଡା. ସୁଦର୍ଶନ ପଟ୍ଟନାୟକ ଓ ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପୂଜପୂଜାରେ ସମାଜକୁ ଅବଦାନ ପୂର୍ବକ ବଳିଷ୍ଠ ବକ୍ତା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ରମାକାନ୍ତ ଗାହାଣ, ଗଙ୍ଗାଧର ରାହୁଳ, ସୁଧିର ମହାପାତ୍ର, କୃଷ୍ଣଚନ୍ଦ୍ର ରାହୁଳ, ଭାଗିରଥି ବାରିକ, ବଳରାମ ବାରିକ, ପ୍ରଫୁଲ୍ଲ ଦାସ, ନାରାୟଣ ସାହୁ, କିସାନ ସେଠୀ, ଅମୀୟ ସେଠୀ, ରଶ୍ମିରଂଚନ ମହାପାତ୍ର, ବିଶ୍ୱରଂଜନ ପଣ୍ଡା, ଅକ୍ଷୟ ସୂତାର, ଦିପ୍ତୀମୟୀ ମଣ୍ଡଳ ଓ ଘନଶ୍ୟାମ ବେହେରା ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଇଂ. ଅଶୋକ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରି ସଭା ସଂଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.