Home ଜିଲ୍ଲା ପରିକ୍ରମା ବିଶ୍ୱ ଧଳା ବାଡ଼ି ନିରାପଦ ଦିବସ ପାଳିତ

ବିଶ୍ୱ ଧଳା ବାଡ଼ି ନିରାପଦ ଦିବସ ପାଳିତ

20

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ଭିନ୍ନକ୍ଷମ ମଞ୍ଚ ଭଦ୍ରକ ଶାଖା ଓ ସାମାଜିକ ସଂଗଠନ ଦାମୋଦର ଜୀଉ ସେବାୟତନର ମିଳିତ ସହଯୋଗରେ ଭଦ୍ରକ ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ପ୍ରଥମ ଥର ପାଇଁ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ ହୋଇଯାଇଛି । ମଞ୍ଚର ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶିବରାମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଧାୟକ ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ଭିନ୍ନକ୍ଷମମାନଙ୍କ ନିକଟରେ ରହିଛି ଭରପୁର ଦକ୍ଷତା । ସହଯୋଗର ହାତ ବଢ଼ାଇଲେ ସେମାନଙ୍କ ଦକ୍ଷତାର ବିକାଶ ହୋଇପାରିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ସାମଗ୍ରୀକ ଉଦ୍ୟମ ଲୋଡ଼ା ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କାର୍ଯ୍ୟରତ ସମାଜ ମଙ୍ଗଳ ଅଧିକାରୀ ପଦ୍ମଲୋଚନ ଦାସ, ସମ୍ମାନିତ ଅତିଥି ଭାବେ ଚକ୍ଷୁ ବିଶେଷଜ୍ଞ ଡା. ସନ୍ତୋଷ କୁମାର ସିଂ ଯୋଗଦେଇଥିଲେ । ପ୍ରାରମ୍ଭରେ ବିଧାୟକ ଶ୍ରୀ ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ, ଅଜୟ କୁମାର ସାହୁ ଓ ତାଙ୍କ ସାଥୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ତିତ ଶତାଧିକ ଦୃଷ୍ଟିବାଧିତଙ୍କ ମଧ୍ୟରୁ ୬୦ଜଣଙ୍କୁ ଧଳା ବାଡ଼ି ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମ ମଞ୍ଚର ସଭାପତି ଚିନ୍ତାମଣୀ ରାଉତ, ସଂପାଦକ ବେଣୁଧର ପଣ୍ଡା, ସହ ଉପଦେଷ୍ଟା ବିଜୟ କୁମାର ମହାନ୍ତି, ନାରିନେତ୍ରୀ ଝୁନୁଲତା ଦାସ, ହରିହର ଦାସ, ପ୍ରଭାତ କୁମାର ପରିଡ଼ା, ମାଧବାନନ୍ଦ ଦାସ, ପ୍ରଦୀପ କୁମାର ନାୟକ ପ୍ରମୁଖ ଯୋଗଦେଇ କାର୍ଯର୍୍ୟକ୍ରମ ପରିଚାଳନା କରିଥିଲେ । ପ୍ରଭାତ କୁମାର ପରିଡ଼ା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.