Home ଜିଲ୍ଲା ପରିକ୍ରମା ବହି ଆଣିବା ଆଳରେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ରସିକିଆ ଶିକ୍ଷକ ଗିରଫ

ବହି ଆଣିବା ଆଳରେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ରସିକିଆ ଶିକ୍ଷକ ଗିରଫ

103

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ର ଛାତ୍ରୀ ମାନଙ୍କୁ ଭଲମଣିଷ ତିଆରି କରିବା ସହ ସେମାନଙ୍କୁ ସମାଜରେ ଠିଆ କରିବାରେ ଗୁରୁଦାୟିତ୍ୱ ମଣିଷରୂପି ଭଗବାନ ଶିକ୍ଷକ । ହେଲେ ସେହି ଶିକ୍ଷକ ଯଦି ବେଳେ ବେଳେ କାମୁକ ହୋଇ ମନୁଷ୍ୟରୂପି ରାକ୍ଷସ ସାଜି ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରନ୍ତି । ତେବେ ସମାଜରେ ଶିକ୍ଷକ ମାନଙ୍କ ପ୍ରତି ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କର କି ବିଶ୍ୱାସ ରହିବ । ଆଜି ଏକ ଏମିତି ଘଟଣା ଧାମନଗର ବିଜ୍ଞାପିତ ଅଂଚଳରେ ଘଟିଛି । ଜଣେ ଛାତ୍ରୀଙ୍କୁ ବହି ଆଣିବା ଆଳରେ ଜନୈକ ଶିକ୍ଷକ ବଳାତ୍କାର ଉଦ୍ୟମ କରି ପୋଲିସ ଦ୍ୱାରା ଗିରଫ ହେବା ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶଯେ ଆଜି ସକାଳେ ଜନୈକ ୧୪ବର୍ଷିୟା ଛାତ୍ରୀ ତାଙ୍କର ସମ୍ପର୍କୀୟ ସାନଭଉଣୀକୁ ଧାମନଗର ବିଜ୍ଞାପିତ ଅଞ୍ଚଳ ମହାନ୍ତି ସାହି ସ୍ଥିତ ହିନ୍ଦୁ ପ୍ରାଥମିକ ବିଦ୍ୟାଳୟକୁ ଡ଼୍ରେସ୍ ଆଣିବା ପାଇଁ ଯାଇଥିଲା କିନ୍ତୁ ଛାତ୍ରୀଙ୍କ ଭଉଣୀକୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ତଥା ଧାମନଗର ବିଜ୍ଞାପିତ ଅଂଚଳର ୫ନମ୍ବର ୱାର୍ଡ଼ର ପୂର୍ବତନ ଶିକ୍ଷକ ସ୍ୱର୍ଗତ ସେକ୍ ଜୁଲୁଫୁକାର ଙ୍କ ପୁଅ ସେକ୍ ଅବଦୁଲ କାଲାମ( ଟିକି ସାର) ଉକ୍ତ ଛାତ୍ରୀକୁ ଅନ୍ୟଏକ ଶ୍ରେଣୀ ଗୃହକୁ ବହି ଆଣିବା ପାଇଁ କହିଥିଲେ ।

ଏହି ସମୟରେ ଛାତ୍ରୀ ଜଣକ ବହି ଆଣିବାକୁ ଯାଇଥିବାବେଳେ କାମାତୁର ଶିକ୍ଷକ ପିଶାଚ ସାଜି ଉକ୍ତ ଶ୍ରେଣୀ ଗୃହକୁ ପଶି ଏକୁଟିଆ ପାଇ ଛାତ୍ରୀ ଜଣକୁ ଅଶ୍ଳୀଳ ବ୍ୟବହାର କରିଥିଲେ । ଏହି ସମୟରେ ଛାତ୍ରୀ ଜଣକ ଉକ୍ତ ଶିକ୍ଷକ କବଳରୁ ଦୌଡ଼ି ଚିତ୍କାର କରି କାନ୍ଦି କାନ୍ଦି ଦୌଡ଼ି ପଳାଇ ଆସି ନିଜର ମା’କୁ କହିଥିଲେ । ଏହି ସମୟରେ ଉକ୍ତ ବିଦ୍ୟାଳୟରେ ମଧ୍ୟ ଏହି ଘଟଣାକୁ ଚପାଇଦେବାପାଇଁ ୧୦ହଜାର ଟଙ୍କା ଜରିମାନା ଉଦ୍ୟମ କରାଯାଉଥିବାବେଳେ କେତେକ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଂଚିଯିବାପରେ ଘଟଣା ଆଉ ଲୁଚିରହିନଥିଲା । ଛାତ୍ରୀଙ୍କ ମା’ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବାପରେ ଥାନାଅଧିକାରୀ ପ୍ରଦୀପ ମହନ୍ତ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ଶିକ୍ଷକ ସେକ୍ ଅବଦୁଲ କଲାମଙ୍କୁ ଗିରଫ କରିଥିଲେ । ଏ ସମ୍ପକରେ ପୋଲିସ କେସ ନଂ ୨୮୧/୨୧ରେ ଦଫା ୩୪୧, ୩୫୪, ୩୫୪(କ), ୮ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରିଛି । ସୂଚନା ଥାଉକି ୧୫ଦିନ ତଳେ ଧାମନଗର ବିଜ୍ଞାପିତ ଅଂଚଳର ୯ନମ୍ବର ୱାର୍ଡ଼ର ଜନୈକ ଶିକ୍ଷକ ତଥା ଗୁଣିଆ ଆସିକୁର ରହେମାନ ଜୈନିକ ଯୁବତୀକୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା କରି ଧାମନଗର ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ତେବେ ଶିକ୍ଷକମାନେ ଏପରି ଛାତ୍ରୀ ମାନଙ୍କୁ ଯେଉଁପରି ବଳାତ୍କାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋରରୁ କଠୋର ଆଇନ୍ ପ୍ରଣୟନ କରାଯାଇ ସେମାନଙ୍କୁ ଆଜୀବନ କାରାଦଣ୍ଡ ଗ୍ରହଣ ପାଇଁ ବହୁ ଛାତ୍ର ଛାତ୍ରୀ ଅଭିଭାବକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.