Home ଜିଲ୍ଲା ପରିକ୍ରମା ଖପରପଦା ସରପଂଚଙ୍କ ଦୁର୍ଘଟଣାକୁ ବିଜେପି ରାଜନୈତିକ କରଣ କରୁଛି – ବିଜେଡି

ଖପରପଦା ସରପଂଚଙ୍କ ଦୁର୍ଘଟଣାକୁ ବିଜେପି ରାଜନୈତିକ କରଣ କରୁଛି – ବିଜେଡି

40

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଂଚାୟତର ସରପଂଚ ଗୟାଧର ନାୟକ କୌଣସି କାରଣରୁ ଆହତ ହୋଇ ଏକ ଘରୋଇ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ନେଇ ଧାମନଗର ଭାରତୀୟ ଜନତାପାର୍ଟି ରାଜନୈତିକ କରଣ କରିବା ସହିତ ଅଜଥାରେ ବିଜୁ ଜନତାଦଳ ଉପରେ ଦୋଷ ଲଦି କଟୁ ସମାଲୋଚନା କରୁଥିବା ନେଇ ଆଜି ବିଜେଡ଼ି ପକ୍ଷରୁ ଖପରପଦା ପଂଚାୟତର ଲୁଣିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତା’ର ଦୃୃ ଜବାବ ଦେଇଛି । ୫ଦିନ ତଳେ ଖପରପଦା ସରପଂଚ ଗୟାଧର ନାୟକ ବିଳମ୍ବିତ ରାତ୍ରୀ ପ୍ରାୟ ୧୨ଟା ପରେ ନିଜ ଘରକୁ ମୋଟର ସାଇକେଲ ଦ୍ୱାରା ଫେରୁଥିବାବେଳେ ତାଙ୍କର ଦୁର୍ଘଟଣା ଘଟୁ କିମ୍ବା ତାଙ୍କୁ କେହିବ୍ୟକ୍ତି ଆକ୍ରମଣ କରିଥାଉ ସେ ସେଥିରେ ଗୁରୁତର ହୋଇ ଭୁବନେଶ୍ୱରରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସରପଂଚଙ୍କ ସ୍ତ୍ରୀ ଧୂଷୁରୀ ଥାନାରେ ଅଭିଯୋଗ କରିଛନ୍ତିଯେ ସଂଗବଦ୍ଧ ଆକ୍ରମଣ କରାଯାଇଛି । ପୋଲିସ ମଧ୍ୟ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଥିବାବେଳେ ସୋମବାର ସନ୍ଧ୍ୟାରେ ଶହୀଦନଗର ଠାରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଏକ ପ୍ରତିବାଦ ସଭାକରି ସ୍ତାନୀୟ ବିଜୁ ଜନତାଦଳକୁ ଦାୟୀ କରିଥିଲା ।

ତେବେ ତା’ର ପ୍ରତିବାଦରେ ମଙ୍ଗଳବାର ସନ୍ଧ୍ୟାରେ ବିଜୁ ଜନତାଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଧାମନଗର ବ୍ଲକ ବିଜୁ ଜନତାଦଳ ସଭାପତି ଉମେଶଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିବିସିସି ବ୍ୟାଙ୍କ ପୂର୍ବତନ ସଭାପତି ରଘୁନାଥ ଲେଙ୍କା, ବ୍ଲକ ଯୁବ ବିଜେଡ଼ି ସଭାପତି ଭାରତ ବିଜୟ ଦଳାଇ, ବରିଷ୍ଠ ସମିତିସଭ୍ୟ ହରେକୃଷ୍ଣ ପାଢୀ, ନଗରବିଜେଡ଼ି ସଭାପତି ସୁଶାନ୍ତ ରାଉତ, ଖପରପଦା ପଂଚାୟତ ବିଜେଡ଼ି ସଭାପତି ରମାକାନ୍ତ ସାହୁ, ଯୁବବିଜେଡ଼ି ସଭାପତି ଶରତ ପୃଷ୍ଟି, ଛାମୁଆନେତା ପିତବାସ ସାହୁ, ପୂର୍ବତନ ସମିତିସଭ୍ୟ ଗଦାଧର ସାହୁ ପ୍ରମୁଖ ଯୋଗଦେଇ ଖପରପଦା ସରପଂଚ ଗୟାଧର ନାୟକଙ୍କୁ ଆକ୍ରମଣ ଘଟଣାର ଧୂଷୁରୀ ପୋଲିସ ସତ୍ୟାସତ୍ୟ ଉନ୍ମୋଚନ କରୁ । ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ । ଏହି ଦଳ ଅମାନୁଷିକତାକୁ ପ୍ରଶୟ ଦିଏନା । ଉପରୋକ୍ତ ଘଟଣାରେ ଦଳର କୌଣସି ସମ୍ପୃକ୍ତି ନାହିଁ । ଘଟଣାରେ ତଦନ୍ତ କରୁଥିବା ପୋଲିସକୁ ଖପରପଦା ପଂଚାୟତ ବିଜୁ ଜନତାଦଳ ସମ୍ପୁର୍ଣ୍ଣ ସହଯୋଗ କରିବେ । ମାତ୍ର ବିଜେପି ଏହି ଘଟଣାକୁ ରାଜନୈତିକ ରୁପଦେଇ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରୁଛି । ଏଭଳି ହୀନରାଜନୈତିକ ଉଦ୍ଦେଶ୍ୟରୁ ବିଜେପି ଦୂରେଇ ରହୁ । ଅଯଥା ଉତେଜନା ସୃଷ୍ଟି କରି ପୋଲିସ ଓ ଜନସାଧାରଣଙ୍କୁ ବିଭ୍ରାନ୍ତ ନକରିବାକୁ ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳପକ୍ଷରୁ ସୂଚନା ଦେଇଛନ୍ତି । ଏହି ଘଟଣାରେ ଆହତ ହୋଇଥିବା ଏବଂ ଲିଖିତ ଅଭିଯୋଗ କରିଥିବା ଓ ଅଭିଯୁକ୍ତବୋଲି ସନ୍ଦେହ କରାଯାଉଥିବା ଲୋକମାନଙ୍କ ଲାଏ ଡ଼ିଟେକ୍ସନ ଟେଷ୍ଟ କରାଯିବାପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦଳ ପକ୍ଷରୁ ନିବେଦନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.