Home ଜିଲ୍ଲା ପରିକ୍ରମା ଖପରପଦା ପଂଚାୟତ ସରପଞ୍ଚଙ୍କ ଆକ୍ରମଣକାରୀଙ୍କୁ ଗିରଫ ପାଇଁ ବିଜେପିର ପ୍ରତିବାଦ ସଭା

ଖପରପଦା ପଂଚାୟତ ସରପଞ୍ଚଙ୍କ ଆକ୍ରମଣକାରୀଙ୍କୁ ଗିରଫ ପାଇଁ ବିଜେପିର ପ୍ରତିବାଦ ସଭା

12

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଂଚାୟତର ସରପଂଚଙ୍କୁ ୪ଦିନ ତଳେ କେତେକ ଦୁର୍ବୁତ୍ତ ଆକ୍ରମଣ କରିଥିବାବେଳେ ଆଜିସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଧୂଷୁରୀ ପୋଲିସ ଗିରଫ କରିପାରିନାହିଁ । ବିଜେଡ଼ି ସରକାର ଗୁଣ୍ଡାରାଜ କରି ବିଜେପିର କର୍ମୀଙ୍କ ମୁହଁକୁ ବନ୍ଦ କରିବାପାଇଁ ଯେଉଁ ଚାଲ ଚଲାଇଛି ତାହା ବରଦାସ୍ତ କରାଯିବନାହିଁ ବୋଲି ଆଜି ସନ୍ଧ୍ୟାରେ ଶହୀଦନଗର ବଜାର ଠାରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଏକ ପ୍ରତିବାଦ ସଭାରେ କର୍ମୀମାନେ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ବିଜେପିନେତା ଅଶୋକ ପୁହାଣଙ୍କ ସଭାପତିତ୍ୱରେ ଏହି ପ୍ରତିବାଦ ସଭାରେ ରାଜ୍ୟ ବିରୋଧିଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଯୋଗଦେଇ କହିଥିଲେ ଯେ ଖପରପଦା ସରପଂଚଙ୍କୁ ଯେଉଁପରି ରାତିଅଧିଆ ଆକ୍ରମଣ କରାଗଲା ଏଥିରେ ଅପରାଧିକୁ ନଧରିବା ପ୍ରଶାସନିକ ଅପାରଗତାକୁ ଦର୍ଶାଉଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ଉପସଭାପତି ଚର୍ତୁଭୁଜ ନାୟକ, ଜିଲ୍ଳା ମିଡ଼ିଆ ସେଲର ସଂଯୋଜକ ବୈକୁଣ୍ଠନାଥ ସାହୁ, ଅସୁରାଳି ଜିଲ୍ଳା ପରିଷଦ ସଭ୍ୟା ଉମାମଣୀ ସାହୁ, ଧୂଷୁରୀ ଜିଲ୍ଳା ପରିଷଦ ସଭ୍ୟା ରଂଜିତା ସ୍ୱାଇଁ, ଦୋବଲ ଜିଲ୍ଳା ପରିଷଦ ସଭ୍ୟ ମନୋରଂଜନ ମଲ୍ଲିକ, ବିଜେପି ନେତା ଅଜୟ ବଳ, ଅରବିନ୍ଦ ପତି, ଦୀପ୍ତିରଂଜନ ଜେନା, ସୂର୍ଯ୍ୟବଂଶି ସୁରଜ,ରାମଚନ୍ଦ୍ର ମିଶ୍ର, ଶ୍ରୀଧର ବେହେରା, ସୁରେଶ ସାମଲ, ନିରଂଜନ ମାଝୀ, ଶ୍ରୀକାନ୍ତ ନାୟକ, ସୁରଜ ସାହୁ, ସରୋଜ କୁଅଁର, ଜନାର୍ଦନ ହାଜରା, ପ୍ରତାପ ପାଣିଗ୍ରାହୀ, ପ୍ରମୋଦ ଦାସ ପ୍ରମୁଖ ଯୋଗଦେଇ ବିରୋଧି ବିଜେଡ଼ି ଦଳକୁ କଟୁ ସମାଲୋଚନା କରିବା ସହିତ ଯୁବ ସରପଂଚ ଗୟାଧର ନାୟକଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାନଗଲେ ବିଜେପି ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବବୋଲି ଚେତାବନୀ ଦେଇଥିଲେ । ପ୍ରାରମ୍ଭରେ ବିଜେପି ଦଳପକ୍ଷରୁ ମଙ୍ଗଳପୁର ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଶହୀନଗର ବଜାରଠାରେ ପହଂଚି ଏହି ପ୍ରତିବାଦ ସଭାରେ ଭାଗନେଇଥିଲେ । ଅପରପକ୍ଷେ ବିଜୁ ଜନତାଦଳ ଏତେ ଅମାନୁସିକ ନୁହେଁ । ଖପରପଦା ସରପଂଚଙ୍କ ଆକ୍ରମଣ ଘଟଣାର ପ୍ରକୃତ ରହସ୍ୟ ପୋଲିସ ଉନ୍ମୋଚନ କରୁ । ଏଥିରେ ଖପରପଦା ବିଜୁ ଜନତାଦଳ ସମ୍ପୁର୍ଣ୍ଣ ସହଯୋଗ କରିବ । ତେବେ ପୋଲିସ ତା’ର ତଦନ୍ତ କରୁଥିବାବେଳେ ଭାରତୀୟ ଜନତାପାର୍ଟି ବିଜେଡ଼ି ଦଳକୁ ଦୋଷି କରି ବାହା ବାହା ନେବାପାଇଁ ଏହା ଏକ ହୀନରାଜନୈତିକ ଉଦ୍ଦେଶ୍ୟ ବୋଲି ବିଜୁ ଜନତାଦଳର ଖପରପଦା ପଂଚାୟତ ସଭାପତି ରମାକାନ୍ତ ସାହୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.