Home ଜିଲ୍ଲା ପରିକ୍ରମା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟସଙ୍ଗୀତ ମାନ୍ୟତାରେ ‘ଭଦ୍ରକ ଉତ୍କଳ ସମ୍ମିଳନୀ’ର କୃତଜ୍ଞତା : ରାଜନୀତିର ଅସାମାନ୍ୟ...

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟସଙ୍ଗୀତ ମାନ୍ୟତାରେ ‘ଭଦ୍ରକ ଉତ୍କଳ ସମ୍ମିଳନୀ’ର କୃତଜ୍ଞତା : ରାଜନୀତିର ଅସାମାନ୍ୟ ଯୋଦ୍ଧା ଅର୍ଜ୍ଜୁନ ସେଠୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

130

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟସଙ୍ଗୀତ ମାନ୍ୟତା ଅବକାଶରେ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ ପ୍ରଦାନ କରାଯାଇଛି ଓ ଏଥିସହିତ ରାଜନୀତିର ଅସାମାନ୍ୟ ଯୋଦ୍ଧା ପ୍ରାକ୍ତନ ଭଦ୍ରକ ସାଂସଦ ତଥା ପୂର୍ବତନ କେନ୍ଦ୍ର ଜଳସମ୍ପଦମନ୍ତ୍ରୀ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ବିୟୋଗରେ ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ସଭାକାର୍ଯ୍ୟର ପ୍ରଥମ ଅଧିବେଶନ ସ୍ୱର୍ଗତ ସେଠୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା । ସ୍ୱର୍ଗତ ସେଠୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସଦସ୍ୟା ଡ. ରାଧାରାଣୀ ମହାପାତ୍ର ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ସମ୍ମିଳନୀର ସଂଗଠନ ସମ୍ପାଦକ ବାବୁଲାଲ ଦାସଙ୍କ ଶୋକ ପ୍ରସ୍ତାବ ଆଗତ ପରେ ସମସ୍ତେ ମିଳିତ ଭାବେ ଦୁଇମିନିଟ ନୀରବ ପ୍ରାର୍ଥନା କରିଥିଲେ । ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଶୋକ ପ୍ରକଟ କରି ଅର୍ଜ୍ଜୁନ ବାବୁ ଭଦ୍ରକ ରାଜନୀତି ଆକାଶର ଉଜ୍ଜ୍ୱଳ ଜ୍ୟୋତିଷ୍କ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଅନାଦିଚରଣ ଦାସ, ଡାକ୍ତର ପ୍ରଦୀପ କୁମାର ନାୟକ ଓ ଶାନ୍ତନୁ କୁମାର ରାଉତ ୮ ଥରର ସାଂସଦ ଓ ୨ ଥରର ବିଧାୟକ ଥିବା ଅର୍ଜ୍ଜୁନ ବାବୁଙ୍କ ତମାମ୍ ଜୀବନ ଏ ମାଟି ପ୍ରତି ଉତ୍ସର୍ଗୀକୃତ ଥିଲା ବୋଲି କହିଥିଲେ । ପରେ ଅନୁଷ୍ଠିତ ଦ୍ୱିତୀୟ ଅଧିବଶେନରେ ସମ୍ପାଦକ ଅଜୟ ନାୟକ ରାଜ୍ୟ ସଙ୍ଗୀତ ମାନ୍ୟତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ମୁତାବକ ସମୂହ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ କରାଯାଇଥିଲା ।

 

 

ସମ୍ମିଳନୀର ସଭାନେତ୍ରୀ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟରେ ବରିଷ୍ଠ ସଦସ୍ୟ ସୁଧାକର ରାଉତ ଓ କୋଷାଧ୍ୟକ୍ଷ ସଦାନନ୍ଦ ସାହୁଙ୍କ ପରିଚାଳନାରେ ସାମାଜିକ ଦୂରତା ରକ୍ଷା କରାଯାଇ ଉତ୍ସବ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ଉତ୍କଳ ସମ୍ମିଳନୀ ମାଚାର ପତ୍ରିକାର ସମ୍ପାଦନା ମଣ୍ଡଳୀ ସଦସ୍ୟ ବିଷ୍ଣୁ ସେଠୀ ଯୋଗଦେଇ ‘ବନ୍ଦେ ଉତ୍କଳ ଜନନୀ’କୁ ମାନ୍ୟତା ପ୍ରଦାନର ଐତିହାସିକ ସଂଗ୍ରାମର ପୃଷ୍ଠପଟ୍ଟ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ବରିଷ୍ଠ ସଦସ୍ୟ ପ୍ରଫେସର ଡ. ବ୍ରଜମୋହନ ମିଶ୍ର କାନ୍ତକବିଙ୍କ କବିତାର ଉତ୍କଳୀୟ ଆଭିମୁଖ୍ୟ ଓ ଜାତିପ୍ରାଣତାର ପଟାନ୍ତର ନାହିଁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରଭାତନଳିନୀ ମହାପାତ୍ର, ଅଶୋକ ମହାନ୍ତି, ଗୀତାରାଣୀ ଆଇଚ, ବୈଲୋଚନ ବେହୁରିଆ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ବସନ୍ତ ମହାନ୍ତି, ଅମରେନ୍ଦ୍ର ବିଶ୍ୱାଳ, ପଙ୍କଜ ବଳ, ଶ୍ରୀହର୍ଷ ସ୍ୱାଇଁ, ହରିଶ୍ ଦାସ, ଗଦାଧର ବଳ, ପବନ ଶର୍ମା, ଦିବ୍ୟସିହ ଦାସ ଅଧିକାରୀ, ଲଲାଟେନ୍ଦୁ ମହାନ୍ତି, ପ୍ରମୋଦ ରାୟ, ତପନ ଡାକୁଆ, ଦୀନବନ୍ଧୁ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ଯୁଗ୍ମ ସମ୍ପାଦକ ଚର୍ଚ୍ଚିକା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.