Home ଜିଲ୍ଲା ପରିକ୍ରମା ବଦଳିଲା ମାଛ ଧରା ଆଇନ,ସଂସ୍କାର ଆଣିବାକୁ ଚେଷ୍ଟା ଚଳାଇଛନ୍ତି ମତ୍ସ୍ୟଜିବୀ ସଂଘ : ଅନ୍ୟ ପକ୍ଷରେ...

ବଦଳିଲା ମାଛ ଧରା ଆଇନ,ସଂସ୍କାର ଆଣିବାକୁ ଚେଷ୍ଟା ଚଳାଇଛନ୍ତି ମତ୍ସ୍ୟଜିବୀ ସଂଘ : ଅନ୍ୟ ପକ୍ଷରେ ସରକାରୀ ଆଇନକୁ ଉଲଂଘନ ଅଭିଯୋଗ,ମାଛ ଧରିଲେ ୧ଲକ୍ଷ ଜୋରିମାନା

119

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ତଥା ରାଜ୍ୟ ସରକାର ମତ୍ସ୍ୟଜିବୀଙ୍କ ପାଇଁ ବହୁ ନିୟମ ପ୍ରଣୟନ କରି ବହୁ ସମୟରେ ସେହି ନିୟମକୁ ଭାଙ୍ଗୁଥିବା ବେଳେ ପୁନଶ୍ଚ ମତ୍ସ୍ୟଜିବୀଙ୍କ ପାଇଁ ନିୟମ ବଦଳାଇଛି କେନ୍ଦ୍ର ସରକାର ହେଲେ ଏହି ନିୟମକୁ ଅଗ୍ରାହ୍ୟ କରିଛନ୍ତି ଓଡିଶା ରେ ଥିବା ସମସ୍ତ ମତ୍ସ୍ୟଜିବୀ ସଂଘ ଏବଂ ଆନ୍ତ୍ରଜାତିକ ମାଛ ନିଲାମ କେନ୍ଦ୍ର ପଶ୍ଚିମବଙ୍ଗର ଦୀଘା ଓ କୋଲକାତା ମତ୍ସ୍ୟଜିବୀ ସଂଘ । ପ୍ରତିବର୍ଷ ଭଳି ଏ ବର୍ଷ କେନ୍ଦ୍ର ସରକାର ମାଛ ମାନଙ୍କର ଅଣ୍ଡାଦାନ ପ୍ରକ୍ରିୟାକୁ ଆଖି ଆଗରେ ରଖି ଏପ୍ରିଲ ୧୫ ତାରିଖ ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ମାଛ ଧରା କାର୍ଯ୍ୟ ବନ୍ଦର ରହିବା ସହ କୌଣସି ମାଛ ଧରା ବୋଟ ସମୁଦ୍ରକୁ ଯାଇ ପାରିବେ ନାହିଁ ବୋଲି ଆଦେଶ ଆଣିଥିଲେ ।ଏହି ୬୧ ଦିନ ମଧ୍ୟରେ ସମସ୍ତ ବୋଟର ମାଲିକ ନିଜ ନିଜର ବୋଟ ତଥା ଆନୁଷଙ୍ଗିକ ମରାମତି କରି ପୁନଶ୍ଚ ଜୁନ ୧୫ ତାରିଖ ରେ ମାଛ ଧରିବାକୁ ଯାଇଥାନ୍ତି । ଚଳିତ ବର୍ଷ ମହମାରୀ କରୋନା ପାଇଁ କେନ୍ଦ୍ର ସରକାର ତାର ଚିଠି ନଂ ୪୦-୩/୨୦୨୦-ଡିଏମ-୧(ଏ) /୨୪ମାର୍ଚ ୨୦୨୦ରେ ଏହି ଆଦେଶକୁ ପୁର୍ନବିନ୍ୟାସ କରି ଚଳିତ ବର୍ଷ ୬୧ ଦିନ ସ୍ଥାନରେ ୪୭ ଦିନ ମାଛ ଧରା ବନ୍ଦ ହେବ ଏବଂ ଚଳିତ ଜୁନ ୧ତାରିଖ ଠାରୁ ଏହି ମାଛ ଧରା କାର୍ଯ୍ୟ ଜାରି ରହିବ । ଏହି ଚିଠି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ଜଣାଇଦେଲେ । ଏହି ଆଦେଶ ପାଇବା ପରେ ରାଜ୍ୟରେ ଥିବା ସମସ୍ତ ମତ୍ସ୍ୟଜିବୀ ସଂଘ ଜୁନ ୧ତାରିଖ ଠାରୁ ମାଛ ଧରିବାକୁ ଅମଙ୍ଗ ଏହାର କାରଣ ବୁଝିବାକୁ ଯାଇ ସମସ୍ତ ମତ୍ସ୍ୟଜିବୀ ସଂଘ ସହ ଯୋଗାଯୋଗ କରିବାରୁ ସେମାନଙ୍କ ମତରେ ବର୍ତମାନ ସମୟରେ ସମସ୍ତ ମାଛ ଛୋଟ ଅବସ୍ଥାରେ ଥିବେ ଆଉ ୬୦ଦିନ ଅର୍ଥାତ ଜୁଲାଇ ୧ତାରିଖ ବେଳକୁ ମାଛ ଗୁଡିକ ଅମଳକ୍ଷମ ସାଇଜ ହୋଇଯିବା ପରେ ଆମ୍ଭେ ସମୁଦ୍ର ମଧ୍ୟକୁ ଯାତ୍ରା କରିବୁ । ଅନ୍ୟ ପକ୍ଷରେ କରୋନା ପାଇଁ ପଶ୍ଚିମବଙ୍ଗର ସମସ୍ତ ମାଛ ବଜାର ବନ୍ଦ ରହୁଥିବା ବେଳେଏହି ଆଦେଶ ଭିତୀହୀନ ଏହା ଏକ ଗୁଜବ ବୋଲି ଜୈନିକ ଟ୍ରଲର ମାଲିକ ନିଜର ନାମ ପ୍ରକାଶ ନକରିବାକୁ କହିଛନ୍ତି,ଅନ୍ୟ ପକ୍ଷରେ ସଂପୃକ୍ତ ମାଲିକ ଆଜି ମତ୍ସ୍ୟଜିବୀ ସଂଘର ନିୟମକୁ ଫୁ କରି ନିଜର ୫ଖଣ୍ଡରୁ ଉଦ୍ଧ ବୋଟକୁ ସମଦ୍ର ମଧ୍ୟକୁ ମାଛ ଧରିବାକୁ ପଠାଇଛନ୍ତି ।

 

 

ଏ ନେଇ ଅନ୍ୟ ମତ୍ସ୍ୟଜିବୀଙ୍କ ମଧ୍ୟରେ ଚାପା ଉତେଜନା ସୃଷ୍ଟି ହୋଇଛି । ର୍ ଧାମରା , ଚନ୍ଦନୀପାଳ, କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଠାରେ ସମୁଦାୟ ୬ଶହ ଟ୍ରଲର, ଗିଲେନେଟ,ଭୁଟୁଭୁଟି ଏବଂ ଦେଶୀଚାଳିତ ଡଙ୍ଗା ପଞୀକୃତ ହୋଇ ଥିବା ବେଳେ କରୋନା ପାଇଁ ଦୀର୍ଘ ୨ମାସ ହେବ ୫ହଜାର ମତ୍ସ୍ୟଜିବୀ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତ । ଅନ୍ୟ ପକ୍ଷରେ ଏହି ସମୟରେ ଯଦି କୌଣସି ବୋଟମାଛ ଧରିବାକୁ ସମୁର୍ଦ୍ର ମଧ୍ୟକୁ ଯାଏ ତାହା ହେଲେ ସେହି ବୋଟର ମାଲିକ ପ୍ରତି ବୋଟପିଛା ୧ଲକ୍ଷ ଟଙ୍କା ଫାଇନ ଦେବ ବୋଲି ବହୁ ମତ୍ସ୍ୟଜିବୀ ସଂଘ ଏକ ଅଘୋଷିତ ନିୟମ ପ୍ରଣୟନ କରିଛନ୍ତି । ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ସରକାରୀ ଆଦେଶ ବଳରେ ଚନ୍ଦନୀପାଳ ଠାରେ କିଛି ବୋଟ ମାଲିକ ମାଛ ମାରିବାକୁ ଯାଇଥିବା ବେଳେ ସେମାନଙ୍କ ମାଛ ଚାଲାଣକୁ ମତ୍ସ୍ୟଜିବୀ ସଂଘ ଅଟକ ରଖିିଛି ଫଳରେ ସେମାନେ ଆଜି ଭଳି ଦିନରେ ମାଛ ମାରି ବିକ୍ରି କରି ମଧ୍ୟ ନିଜର ରୋଜଗାର ପାଇବାରୁ ବଂଚିତ ହୋଇଛନ୍ତି । ଅନ୍ୟ ପକ୍ଷରେ ଏହାର ସୁସମାଧାନ କରିବା ପାଇ ଧାମରା ଗଙ୍ଗାମାତା ମନ୍ଦିର ପ୍ରାଙ୍ଗଣରେ ପାରାଦ୍ୱୀପ, ତାଳଚୁଆ,ଚୁଡାମଣି ଏବଂ କସିଆ ଠାରେ ଥିବା ଟ୍ରଲର ମାଲିକ ମାନଙ୍କୁ ନେଇ ଗଢି ଉଠିଥିବା ମହାସଂଘ ପକ୍ଷରୁ ମହାସଂଘର ସଭାପତି କାମେଶ୍ୱର ନାରାୟଣ ପ୍ରହରାଜ ଏବଂ ସଂପାଦକ ସୁମନ୍ତ ବିଶ୍ୱାଳ ଆବାହକରେ ଏକ ଗୁରୁତ୍ୱ ପୂର୍ଣ ବୈଠକ ବସି ଆଗାମୀ ଦିନରେ ସରକାରୀ ନିୟମକୁ ସମ୍ମାନ ଜଣାଇ ମାଛ ଧରିବାକୁ ଯିବେ ଅଥବା ମତ୍ସ୍ୟଜିବ ସଂଘ ଆଣିଥିବା ସଂସ୍କାରକୁ ସମ୍ମାନ ଜଣାଇ ୫ହଜାର ମତ୍ସ୍ୟଜିବୀଙ୍କ ପରିବାରକୁ ଭୋକ ଉପାସରେ ରଖିବେ ତାହା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.