Home ଜିଲ୍ଲା ପରିକ୍ରମା ରାହାଞ୍ଜ-ତ୍ରିଶଳପୁର ନିକଟରେ ଦୁର୍ଘଟଣା : ଟ୍ରକ ଓ ହାଇୱା ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର

ରାହାଞ୍ଜ-ତ୍ରିଶଳପୁର ନିକଟରେ ଦୁର୍ଘଟଣା : ଟ୍ରକ ଓ ହାଇୱା ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର

80

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ପ୍ରାୟ ୧୦.୪୫ ସମୟରେ ରାହାଞ୍ଜ ତ୍ରିଶଳପୁର ଛକ ନିକଟରେ ବାଲି ବୋଝେଇ ହାଇୱା ସହ କଣ୍ଟେନର ମୁହାଁମୁହିଁ ଧକ୍କା ହେବା ଫଳରେ କଣ୍ଟେନର ଚାଳକ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ମୁକୁନ୍ଦପୁରରୁ ସୋର ଅଭିମୁଖେ ଯାଉଥିବା ବାଲି ବୋଝେଇ ଓଡି-୦୧ଏଏ-୯୩୧୫ ହାଇୱା ସମାନ ଦିଗରୁ ତାମିଲନାଡୁ ଅଭିମୁଖେ ଯାଉଥିବା ଏକ ଟିଏନ୍‌୬୮ସି-୩୪୯୪ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କଣ୍ଟେନର ଚାଳକ ଗୁରୁତର ଆହତ ହୋଇଛି । କଣ୍ଟେନର ଚାଳକ ସ୍ଟେରିଙ୍ଗରେ ଚାପି ହୋଇରହିଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ଦମକଳ ସାହାଯ୍ୟରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବାଲି ବୋଝେଇ ହାଇୱାର ଡ୍ରାଇଭର ଓ ହେଲଫର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.