Home ଅପରାଧ ବଞ୍ଚିଲେନି ଉନାଉ ପିଡ଼ି଼ତା: ଜେଲ୍ ଯାଇ ବେଲରେ ଆସିଥିଲେ ଅଭିଯୁକ୍ତ

ବଞ୍ଚିଲେନି ଉନାଉ ପିଡ଼ି଼ତା: ଜେଲ୍ ଯାଇ ବେଲରେ ଆସିଥିଲେ ଅଭିଯୁକ୍ତ

793

ନୂଆଦିଲ୍ଲୀ: ବାରମ୍ବାର ପଚାରୁଥିଲେ ଡାକ୍ତରଙ୍କୁ, ମୁଁ କ’ଣ ବଞ୍ଚି ପାରିବି?କିନ୍ତୁ, ବଞ୍ଚିଲେନି ଉନାଓ ପିଡ଼ି଼ତା।ମୃତ୍ୟୁ ସହିତ ଦୀର୍ଘ ୪୦ ଘଣ୍ଟା କାଳ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସେ।ଶୁକ୍ରବାର ରାତି ୧୧:୪୦ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

ତେଲେଙ୍ଗାନାରେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତ ୪ ଜଣଙ୍କୁ ପୋଲିସ ଏନକାଉଣ୍ଟର୍ କରିଥିବାକୁ ନେଇ ସାରା ଦେଶରେ ଖୁସି ପ୍ରକଟ କରାଯାଉଥିବା ବେଳେ ତେଣେ ଉନାଉରେ ଘଟିଥିଲା ସେହିପରି କ’ଣ ତା’ଠାରୁ ଅଧିକ ଏକ ହୃଦୟ ବିଦାରକ ଘଟଣା।ପିଡ଼ି଼ତାଙ୍କ ସହ ଦୁଷ୍କର୍ମ କରି ଜେଲ୍ ଯାଇ ବେଲରେ ଆସିଥିବା ଅଭିଯୁକ୍ତ ତା’ର ଅନ୍ୟ ସହଯୋଗୀଙ୍କ ସହ ମିଶି ୨୩ ବର୍ଷୀୟା ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।ଯୁବତୀଙ୍କ ୯୦ % ଶରୀର ଜଳି ଯାଇଥିବା ବେଳେ ତାଙ୍କର ବଞ୍ଚିବା ସମ୍ଭାବନା ବହୁତ କମ ବୋଲି କହୁଥିଲେ ଡାକ୍ତର।ମେଡିକାଲ ଭିତରେ ସେନ୍ସରେ ଥିବା ସମୟରେ ଦୋଷୀଙ୍କୁ ଆଦୌ ଛାଡ଼ିବ ନାହିଁ ବୋଲି ଭାଇଙ୍କ ଆଗରେ କହିବା ସହ ସେନ୍ସ ଯିବା ଯାଏଁ ମୁଁ କ’ଣ ବଞ୍ଚିଯିବି?, ବୋଲି ଡାକ୍ତରଙ୍କୁ ବାରମ୍ବାର ପଚାରୁଥିଲେ ପିଡ଼ି଼ତା।ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରି ତା’ର ଭିଡିଓ କରି ବ୍ଲାକମେଲ କରିବା ସହ ପରେ ସାଙ୍ଗସହ ମିଶି ଗଣଦୁଷ୍କର୍ମ କରିବା ଅଭିଯୋଗରେ ୨୦୦୮ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଗତ ଡିସେମ୍ବର ୩ ତାରିଖରେ ଜମାନତରେ ଆସିବା ମାତ୍ରେ ଅନ୍ୟ ୩ ସହଯୋଗୀଙ୍କ ସହ ମିଶି ପେଟ୍ରୋଲ ଢାଳି ପିଡ଼ି଼ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।/ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.